ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଆଚାର୍ଯ୍ୟ ବିଶ୍ୱରଂଜନ ସଭାପତି ଓ ପ୍ରଶାନ୍ତ ଜେନା ସମ୍ପାଦକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ଦ୍ୱିବାର୍ଷିକ ସମ୍ମିଳନୀ ଓ ଛାଡଖାଇ ଭେଟଭାଟ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତତସହିତ ସାଙ୍ଗଠନିକ ନିର୍ବାଚନ ଉପଦେଷ୍ଟା ସଞ୍ଜୟ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀରେ ପରିବର୍ତ୍ତନଶୀଳ ଗଣମାଧ୍ୟମ ରୂପ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟଅତିଥିଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ବକ୍ତାଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ରଙ୍କ ପ୍ରତିନିଧିଭାବେ ବରିଷ୍ଠ ଆଇନଜୀବି ପ୍ରିୟବ୍ରତ ପ୍ରହରାଜ, ରାଜ୍ୟ ଓୟୁଜେ ସମ୍ପାଦକ ପ୍ରସନ୍ନ ପାଇକରାୟ, ରଣପୁର ପୁର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ସମ୍ପାଦକ ଗୋପାଳ ଚନ୍ଦ୍ର ବିଶ୍ୱାଳ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ର ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ପରିବର୍ତ୍ତନଶୀଳ ଗଣମାଧ୍ୟମ ରୂପ ଉପରେ ସମସ୍ତ ଅତିଥି ଆଲୋକପାତ କରିଥିଲେ। ଜିଲ୍ଲା ର ୮ ଟି ବ୍ଳକ ୬୦ ରୁ ଉର୍ଦ୍ଧ୍ବ ଓୟୁଜେ ସଭ୍ୟ ଯୋଗଦାନ କରିଥିଲେ। ରାଜ୍ୟ ଓୟୁଜେ ପର୍ଯ୍ୟବେକ୍ଷକ ଭାବେ ପ୍ରଶନ୍ନ ପାଇକରାୟ ଯୋଗ ଦେଇଥିଲେ।ଉପଦେଷ୍ଟା ସଞ୍ଜୟ ସ୍ବାଇଁ ନୂତନ କର୍ମକର୍ତ୍ତା ଭାବେ ରାଜ୍ୟ କୁ ରିପୋର୍ଟ ପ୍ରଦାନ କରିଥିଲେ। ଉପଦେଷ୍ଟା ସଞ୍ଜୟ ସ୍ବାଇଁ, ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ, ଉପ ସଭାପତି ଆଲୋକ ସେନାପତି, ବ୍ରଜ ରଣସିଂହ, ସାଧାରଣ ସମ୍ପାଦକ ପ୍ରଶାନ୍ତ ଜେନା, ସମ୍ପାଦକ ଦିନମଣି ମହାନ୍ତି, ଆଲୋକ ମହାରଣା, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି ନାୟକ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପାଳ ଚନ୍ଦ୍ର ବିଶ୍ୱାଳ, ସାଂଗଠନିକ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ, ଲିଜା କର, ସୁକାନ୍ତ କୁମାର ପଟ୍ଟନାୟକଙ୍କ ନାମ ଗୃହୀତ ହୋଇଥିଲା।

Related posts