ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମହାନ ସାରସ୍ୱତ ସାଧକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଯଦୁମଣିଙ୍କ ତୈଳ ଚିତ୍ରରେ ପୂଜ୍ୟପୂଜା କମିଟି ସଭାପତି ଶିକ୍ଷାବିତ ପ୍ରସନ୍ନ କୁମାର ବସନ୍ତିଆ, ସଂପାଦକ ଶରତଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ହାସ୍ୟକବିଙ୍କ ରଚନା ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଆଗାମୀଦିନରେ ଯଦୁମଣିଙ୍କ ଜୟନ୍ତୀକୁ ସଦର ମହକୁମାରେ ବ୍ୟାପକତା ସହ ପାଳନ କରିବା ନେଇ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥିରୀକୃତ ହେଲା।
Read MoreCategory: ନୟାଗଡ଼ ବ୍ଲକ
ସାହିତ୍ୟିକ ଓ ଶିକ୍ଷାବିତଙ୍କ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (Ministry of Information & Broadcasting) ତରଫରୁ ଶିକ୍ଷାବିତ୍, ସଂପାଦକ, ଭାଷାତତ୍ତ୍ୱବିତ୍, ସାହିତ୍ୟିକ, ଅନୁବାଦକ ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମି ସାର୍ଟିଫିକେସନର ପରାମର୍ଶଦାତା ପ୍ୟାନେଲ୍, କୋଲକାତା ରିଜନର ସଦସ୍ୟ ଭାବେ ମନୋନୀତ କରାଯାଇଛି। ନୟାଗଡ଼ ଜିଲ୍ଲା କଣ୍ଟାବଣିଆ ଶାସନରେ ଜନ୍ମ ହୋଇଥିବା ଡ. ଆଚାର୍ଯ୍ୟ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସଂସ୍କୃତ ସମ୍ମାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଂରାଜୀ, ସଂସ୍କୃତ, ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ ଗବେଷଣାତ୍ମକ ପୁସ୍ତକ ରଚନା କରିବା ସହ ଓଡ଼ିଆ ଭାଷାର ଅନେକ ନାଟକ ମଧ୍ୟ ଉଭୟ ସଂସ୍କୃତ ତଥା ବଙ୍ଗଳା ଭାଷାରେ ଅନୁବାଦ କରିଛନ୍ତି। ସର୍ବଭାରତୀୟସ୍ତରର ରିସର୍ଚ୍ଚ ଜର୍ଣ୍ଣାଲ୍ “ଋତାୟନୀ” ର ସଂପାଦନା କରିଥିବା ବେଳେ ଭାରତୀୟ ଅନୁବାଦ ସାହିତ୍ୟର ଉପଦେଷ୍ଟାମଣ୍ଡଳୀର ସଦସ୍ୟ…
Read Moreଚିନ୍ମୟ ମିଶନ ପକ୍ଷରୁ ୧୧ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୧ ତାରିଖରେ ପିଟିଏସ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଭାରତ ବିକାଶ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଶନ ସଂଯୋଜିକା ଶ୍ରାବଣୀ ମିଶ୍ର, ଅର୍ଥ ସଚିବ ପ୍ରଦୀପ କୁମାର ସାହୁଙ୍କ ସମେତ ସଦସ୍ୟ ଉଦୟନାଥ ନାୟକ, ଅରୁଣ କୁମାର ମହାନ୍ତି,ପ୍ରସନ୍ନ କୁମାର ବସନ୍ତିଆ, ପ୍ରଫୁଲ…
Read Moreବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ଯାର୍ପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କର ୧୩୫ତମ ଜୟନ୍ତୀ ଅବସରରେ ଆଜି ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯାର୍ପଣ କରାଯାଇଛି। ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମ୍ରତି ପରିଷଦ ସଂପାଦକ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ…
Read Moreସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟ୍ ର ଜନ୍ମୋତ୍ସବ
ସମାଜ ସଂସ୍କାର ସମସ୍ତ ସାମ୍ବାଦିକ ମାନଙ୍କର ଦାୟିତ୍ଵ ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ସମ୍ବାଦ ପରମ୍ପରା’ ଓ ଇଂରାଜୀ ପାକ୍ଷିକ ‘ନୟାଗଡ ଲାଇଟ୍’ର ୨୪ ତମ ଏବଂ ୯ମ ଜନ୍ମୋତ୍ସବ ସ୍ଥାନୀୟ କେ.ସି. କ୍ଲବ୍ ଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଏବଂ ନୟାଗଡ ପୌରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ଜନାବ୍ ଓମାର ମଲିକ୍ ଓ ଅଶୋକ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ ଯେ, ସମାଜ ସଂସ୍କାର ସମସ୍ତ ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ବ ହେବା ଆବଶ୍ୟକ। ସାମ୍ବାଦିକମାନଙ୍କ ବିନା ଶାନ୍ତି ଓ ପ୍ରଗତି ଅସମ୍ଭବ। ଇତ୍ୟ ଅବସରରେ ଏକ ଶୀତ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା ଏବଂ ଏଥିରେ…
Read Moreବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଖ୍ୟାତ ଅର୍ଥନୀତି ବିଶାରଦ ତଥା ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂଙ୍କ ବିୟୋଗରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂ ଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୁତି ଚାରଣ କରିଥିଲେ। ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୋୖରାଞ୍ଚଳ ଅଧକ୍ଷା ନିରୁପମା ଖଟେଇ, ବିଶ୍ଵନାଥ ମହାପାତ୍ର, ବରିଷ୍ଠ ଆଇନଜୀବୀ ରଣଜିତ ଦାସ, ବିଜେପି ନେତା ସନ୍ତୋଷ ପ୍ରଧାନ, ଓଡ଼ଗାଁ ବ୍ଲକ ଅଧକ୍ଷ ଲୋକନାଥ ସାହୁ ଯୋଗଦେଇ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ…
Read Moreଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର” ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ସମସ୍ତଙ୍କୁ ମନ୍ଥନ ଶିବିରକୁ ସ୍ୱାଗତ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ସ ଅଭିଯାନ ଅନ୍ତର୍ଗତ ନୟାଗଡ଼ ଜିଲ୍ଲାର ମୋଟ ୧୧୩ଟି ଅନୁସୂଚିତ ଜନଜାତି ବହୁଳ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଶିବିରରେ ଆଲୋଚନା କରାଗଲା । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ବିଶ୍ୱସ୍ୱରୁପ ସାହୁ, ଶ୍ୱେତା ମିଶ୍ର ଓ ଶ୍ରଦ୍ଧାଂଜଳି ହୋତା ଉପସ୍ଥିତ ରହି…
Read Moreବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ କରାଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆଜିର ସରକାର ଦବା ସରକାର ନୁହେଁ ନବା ସରକାର ବୋଲି ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ଦୃତ ବିକାଶ ହୋଇଥିଲା । ବର୍ତ୍ତମାନ ସରକାର ଦୃତ ବିଫଳତା ଆଡ଼କୁ ଅଗ୍ରସର ହେଉଛି । ଆଜିର ଦିନରେ ଜନ ମତ ପ୍ରଭାବିତ ହୋଇଛି । ରାଜନୀତିରେ ସାଳିନତା କେବେ ହରାଇବ ନାହିଁ ବୋଲି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ଅରୁଣ। ଆଜିର ଦରଦାମ ବୃଦ୍ଧି ଲୋକଙ୍କୁ ବହୁତ ବାଧୁଛି । ଦରଦାମ କାହିଁକି ବୃଦ୍ଧି ହେଉଛି ଲୋକମାନେ ବୁଝିବା ଆରମ୍ଭ କଲେଣି । ରାଜ୍ୟ ସରକାର ଦୁଇ ପ୍ରକାର କଥା…
Read Moreଭଏସ୍ ଅଫ୍ ନୟାଗଡ଼ ଫାଇନାଲରେ “ଭଏସ୍ ଅଫ୍ ନୟାଗଡ଼” ହେଲେ ବିଷ୍ଣୁ ପ୍ରିୟା ବେହେରା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ର ଫାଇନାଲ ଅଡିସନ୍ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥିଭାବେ ନୟାଗଡ଼ ବିଧାୟକ ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଓ ଜିଲ୍ଲା ପରିଷଦ ସଦସ୍ଯ ସରୋଜ ରଣସିଂହ ଉପସ୍ଥିତ ଥିଲେ। ବିଚାରକ ଭାବେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତ ନିର୍ଦେଶକ ଶ୍ରୀକର ପାଢୀ…
Read Moreସରକାରୀ ମେଧାବୃତ୍ତି ପରୀକ୍ଷାରେ ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଶତପ୍ରତିଶତ ସଫଳତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକର ୩ୟ ଓ ୫ମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷା- ୨୦୨୩-୨୪ ର ରେଜଲ୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ବାଜିମାତ କରି ଏକ ନୂଆ ଇତିହାସ ରଚନା କରିଛି । ବିଦ୍ଯାଳୟର ୩ୟ ଶ୍ରେଣୀରେ ମେଧାବୃତ୍ତି ପରୀକ୍ଷା ଦେଇଥିବା ସୁଶ୍ରୀ ପ୍ରିୟଦର୍ଶିନୀ, ପାୟଲ ଦାସ ଓ ଶୁଭଶ୍ରୀ ବାରିକ ମେଧାବୃତ୍ତି ପାଇ ଥିଲାବେଳେ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା ଦେଇଥିବା ବିଶ୍ବବିଜିତା ମହାନ୍ତି, ଆଦ୍ଯାଂଶୀ ପ୍ରଧାନ ଓ ଶୁଭସ୍ମିତା ପଣ୍ଡା ସଫଳତା ହାସଲ କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଏହି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଅଭିନନ୍ଦନ ସମାରୋହ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ…
Read More