କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ ମୋବାଇଲ ଆପ’ ଲୋକାର୍ପିତ

ନୟାଗଡ଼,(୦୯/୦୯): କୃଷି ଓ ଉଦ୍ୟାନ କୃଷିଜାତ ଉତ୍ପାଦନ ପରିବହନକୁ ସୁବିଧା ଜନକ ଓ ମଜବୁତ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ‘କିଷାନ ରଥ ମୋବାଇଲ ଆପ’ ଲୋକାର୍ପିତ ହୋଇଥିଲା । ଏହି ଆପ ବିଷୟରେ ସାଧାରଣ ଜନତାଙ୍କୁ ଅଧିକ ଅବଗତ କରାଇବା ଲକ୍ଷ୍ୟ ନେଇ ଆଜି ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା, ନୟାଗଡ଼ ତରଫରୁ କିଷାନ ରଥକୁ ଆରଏମସି ଅଧ୍ୟକ୍ଷ-ତଥା ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ସବୁଜ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଆରଏମସି ସମ୍ପାଦକ ଶ୍ରୀସୁଦାମ ଚରଣ ଜେନା ଏହା ଦ୍ୱାରା ଦ୍ରବ୍ୟର ଅପଚୟ ହ୍ରାସ କରିବା ସାଙ୍ଗକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ପାରିବାରେ ସହାୟକ ହେବ ବୋଲି ସୂଚନା ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଜୟ…

Read More

ମାଟ୍ରିକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ପ୍ରଦାନ

ନୟାଗଡ଼,(୦୯/୦୯): ନୟାଗଡ଼ ପୈାରାଞ୍ଚଳ ଏବଂ ବ୍ଲକରୁ ମାଟ୍ରିକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଜୁମ୍ ଆପ୍ ମାଧ୍ୟମରେ ମେଧା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭଟ୍ଟକିଶୋର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ, ବ୍ଲକ ଶିକ୍ଷା ଅଧିକାରୀ ନୀଲାମ୍ବର ତ୍ରିପାଠୀ ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ ଜିଲ୍ଲାପାଳ ‘ଜୀବନକୁ ବୁଝିବା ହେଉଛି ଶିକ୍ଷା’ ବୋଲି କହିବା ସହ କୋଭିଡ୍ ସମୟରେ ବୈଷୟିକ ଉପାୟରେ…

Read More

୫ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମିଳିଲା ରୋଟାରୀ ନେସନ ବିଲ୍ଡର ଆଓ୍ବାର୍ଡ

ନୟାଗଡ଼,(୦୯/୦୯):- ନୟାଗଡ଼ ରୋଟାରୀ କ୍ଲବରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ସେପ୍ଟେମ୍ବର ୮ତାରିଖରେ ପାଳିତ ହୋଇଯାଇଛି । ଏହି ଅବସରରେ ୫ଜଣ ଶିକ୍ଷକଙ୍କୁ ଉତ୍କର୍ଷ ଶିକ୍ଷା ଦାନ ପାଇଁ ନେସନ ବିଲ୍ଡର ଆଓ୍ବାର୍ଡ ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧିତ ଶିକ୍ଷକ ମାନେ ହେଲେ ଡ. ଗିରିଜା ଶଙ୍କର ମହାପାତ୍ର, ସସ୍ମିତା ଦାସ, ଦୁର୍ଗାକାନ୍ତ ଆଚାର୍ଯ୍ୟ, ରବିନାରାୟଣ ପାତ୍ର ଏବଂ ବସନ୍ତ କୁମାର ସାହୁ । ରୋଟାରୀ କ୍ଲବ ନୟାଗଡ଼ର ସଭାପତି ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ବସନ୍ତ କୁମାର ନାୟକ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସଂପାଦକ ରୋଟାରିଆନ ମିହିର ରଞ୍ଜନ ନାୟକ, ଅଧ୍ୟାପକ ରୋଟାରିଆନ ପ୍ରସନ୍ନ ବସନ୍ତିଆ, ରୋଟାରିଆନ ପ୍ରବୀର ପୃଷ୍ଟି, କୋଷାଧ୍ୟକ୍ଷ ରୋଟାରିଆନ ଲକ୍ଷ୍ମୀନାରାୟଣ ରଥ ଓ କ୍ଲବର ସମସ୍ତ…

Read More

ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହେଲେ ହୁସେନ ଖାଁ

ନୟାଗଡ଼,(୦୮/୦୯): ନୟାଗଡ଼ର ବରିଷ୍ଠ କଂଗ୍ରେସ ନେତା ତଥା ସିନ୍ଦୁରିଆ ସମିତି ସଭ୍ୟ ହୁସେନ ଖାଁଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷl ସୋନିଆ ଗାନ୍ଧୀ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ କରିଥିବାରୁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବି ରଣଜିତ ଦାଶ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ନବନିଯୁକ୍ତ ପିସିସି ସମ୍ପାଦକ ଜନାବ ହୁସେନ ଖାଁ ଏଆଇସିସି ଅଧ୍ୟକ୍ଷl ସୋନିଆ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି l ହୁସେନ ଖାଁଙ୍କୁ ନୂତନ ନିଯୁକ୍ତି ଜିଲ୍ଲାରେ କଂଗ୍ରେସର ସାଙ୍ଗଠନିକ ଶକ୍ତିବୃଦ୍ଧି ହେବ ବୋଲି ଜିଲ୍ଲା ସଭାପତି ପ୍ରେସବାର୍ତାରେ କହିଛନ୍ତି l ଜିଲ୍ଲା କଂଗ୍ରେସ ଉପସଭାପତି କମଳ ଚରଣ ସାହୁ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ ପ୍ରମୁଖ ହୁସେନ…

Read More

ବିଶ୍ୱ ସ୍ୱାକ୍ଷରତା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା

ନୟାଗଡ଼,(୦୮/୦୯): ଆଜି ବିଶ୍ୱ ସ୍ୱାକ୍ଷରତା ଦିବସ ଅବସରରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ନାଭାଲ୍ ଏନ.ସି.ସି କ୍ୟାଡେଟମାନେ ନୟାଗଡ଼ ମହାବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଲେଙ୍କୁଡିପଡା ଗ୍ରାମ ପରିକ୍ରମା କରିଥିଲେ । ସ୍ୱାକ୍ଷରତା ହାର କିଭଳି ବୃଦ୍ଧି ପାଇବ ଏ ସଂପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ସାମାଜିକ ଦୂରତା ରକ୍ଷାକରି ଲୋକମାନଙ୍କୁ ସଚେତନ କରାଇଥିଲେ । ଶୋଭାଯାତ୍ରା ପରେ ମହାବିଦ୍ୟାୟର କନଫରେନ୍ସ ହଲରେ ଏକ ବୈଠକ ବସିଥିଲା । ମହାବିଦ୍ୟାଳୟର ଏନ.ସି.ସିର କମାଣ୍ଡର ଲେପନାଣ୍ଟ ଗୋଲକ ବିହାରୀ ନାୟକଙ୍କ ସଭାପତିତ୍ୱରେ ଏହା ପରିଚାଳନା କରାଯାଇଥିଲା । ମହାବିଦ୍ୟାଲୟର ଅଧ୍ୟକ୍ଷ ସୁରେଶ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ସ୍ୱାକ୍ଷରତା ଉପରେ ବକ୍ତବ୍ୟ ରଖିଥିଲେ । ବୈଠକ ଶେଷରେ ଏନ.ସି.ସି କ୍ୟାଡେଟ୍ ମାନେ ସ୍ୱାକ୍ଷରତା ଉପରେ ପୋଷ୍ଟର ପ୍ରସ୍ତୁତ କରି ପୁରଷ୍କୃତ ହୋଇଥିଲେ ।…

Read More

୩ୟ ଲହରକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ହେବ – ମୁଖ୍ୟମନ୍ତ୍ରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡାକଡି ପାଇଁ ନିର୍ଦ୍ଦେଶ ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ ନୟାଗଡ଼,(୦୭/୦୯):- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ…

Read More

ଗୁରୁଦିବସରେ ମାନ୍ୟବର ମନ୍ତ୍ରୀଙ୍କ ଗୁରୁପୂଜନ

ନୟାଗଡ଼,(୦୫ା୦୯):- ପବିତ୍ର ଗୁରୁଦିବସ ଅବସରରେ ଆଜି ଏକ ଗୁରୁପୂଜନ କାର୍ଯ୍ୟକ୍ରମ ଜୁମଆପ୍ ମାଧ୍ୟମରେ ହୋଇଯାଇଛି । ଅବସର ପ୍ରାପ୍ତ ଶିକ୍ଷକ ହରିହର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଜିଲ୍ଲା ଶିକ୍ଷା ଅଧିକାରୀ ଅକୃର ବାରିକ ପ୍ରମୁଖ ଯୋଗ ଦେଇ ଗୁରୁପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କର ଅବଦାନ ଅତୁଳନୀୟ । ଶିକ୍ଷା ଭିତ୍ତିଭୂମୀରେ ଅନେକ ବିକାଶ କରାଯାଇଛି । କୋଭିଡ୍‌ର ତୃତୀୟ ଲହର ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଛୋଟ ଛୁଆଙ୍କୁ ସଚେତନ…

Read More

ଗୁରୁଦିବସରେ ଡ଼. ଜଗମୋହନଙ୍କୁ ‘ଶ୍ରେଷ୍ଠ ଯୁବ ଶିକ୍ଷକ ସମ୍ମାନ’

ନୟାଗଡ଼(୦୫/୦୯):- ସଂସ୍କୃତ ଭାଷା ସାହିତ୍ୟର ଗବେଷକ, ସୁସାହିତ୍ୟିକ ତଥା ପଶ୍ଚିମବଙ୍ଗର ଖଡ଼ଗପୁର ମହାବିଦ୍ୟାଳୟରେ ସହ-ପ୍ରାଧ୍ୟାପକ ଭାବେ କାର୍ଯ୍ୟକରୁଥିବା ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ପବିତ୍ର ଗୁରୁଦିବସରେ “ଶ୍ରେଷ୍ଠ ଯୁବ ଶିକ୍ଷକ ସମ୍ମାନ ” ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଦ୍ୟୁତ ସାମନ୍ତ ସଭାପତିତ୍ବ କରିଥିଲାବେଳେ ଅଜମଲ୍ ହୁସେନ୍ ମୁଖ୍ୟଅତିଥି ଭାବେ ଏବଂ ପ୍ରଫେସର ତପନ୍ ପାଲ୍ , ଡ.ବିମଳକୃଷ୍ଣ ଦାସ, ଡ.ଶୁକ୍ଳାସାହା ମଣ୍ଡଳ, ଡ.ରଂଜିତା ବିଶ୍ୱାସ, ଡ.ବିକାଶ ଘୋଷ, ଡ.ଇନ୍ଦ୍ରାଣୀ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଖଡ଼ଗପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ଡ.ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା ଏଥିରେ ଅତିଥିମାନେ ସମ୍ମାନିତ ପ୍ରତିଭୂଙ୍କ ଆଦର୍ଶ ଶିକ୍ଷକ ଜୀବନ, ଶିକ୍ଷାଦାନକ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ବିଷୟରେ ଆଲୋକପାତ କରିଥିଲେ।ଜଣେ ଆଦର୍ଶ ଶିକ୍ଷକ ସହ ନିଜ ସାହିତ୍ୟକୃତି ପାଇଁ ମଧ୍ୟ ଜାତୀୟସ୍ତରରେ ବେଶ୍ ପରିଚିତି ଲାଭ କରିପାରିଛନ୍ତି ଡ.ଆଚାର୍ଯ୍ୟ। ତାଙ୍କ…

Read More

ଟାଉନଥାନା ପୁଲିସ ଦ୍ୱାରା ଦେଶୀ ମଦ ଜବତ, ୩ ଗିରଫ

ନୟାଗଡ଼(୦୫/୦୯): ନୟାଗଡ଼ ଟାଉନଥାନା ପୁଲିସ ଦ୍ୱାରା ୨୬୦ ଲିଟରରୁ ଊର୍ଦ୍ଧ୍ଵ ଦେଶୀ ମଦ ଜବତ, ୩ଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ବୈଦ୍ଧ ଜିଲ୍ଲା ପୁରୁଣାକଟକ ଅଞ୍ଚଳର ଆଡ଼େଣିଗଡ଼ର ମୁନା ବାଘ, ମୁକ୍ତିକାନ୍ତ ସାହୁ, ସୁନୀଲ ମୁଖି ଏକ ଇଣ୍ଡିକା କାର ଯୋଗେ ଦେଶୀ ମଦ ନେଇ ନୟାଗଡ଼ ସଦରଥାନା ଅଞ୍ଚଳକୁ ଆସୁଥିଲେ । ପୁଲିସ ପ୍ରେଟୋଲିଂ କରୁଥିବା ସମୟରେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ଉକ୍ତ ଗାଡ଼ିକୁ ଅଟକାଇଥିଲା । ଉକ୍ତ ଗାଡ଼ିରୁ ୨୦୦ ଏମ୍ଏଲ୍ ୧୦୨୫ଟି ପାଉଚ ପ୍ଯାକେଟ ଏବଂ ଗାଡ଼ି ଟ୍ୟୁବରେ ୬୦ ଲିଟର ମଦ ରହିଥିବା ଦେଖାଯାଇଥିଲା । ପୁଲିସ ଉକ୍ତ କାର ଏବଂ ଦେଶୀମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।

Read More

ଜିଲ୍ଲା ପୁଲିସ ବିଭାଗରେ ଅଦଳବଦଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ଆଜି ଏକ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତାଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିଭଳି ଭାବେ ଖଣ୍ଡପଡ଼ା ଥାନା ଏସ୍ଆଇ ଶ୍ରଦ୍ଧା ନାୟକଙ୍କୁ ଫତେଗଡ଼ ଥାନାକୁ, ଫତେଗଡ଼ ଥାନା ଏସ୍ଆଇ ରାଇବାରି ତିରିଆଙ୍କୁ ଇଟାମାଟି ଥାନାକୁ, ଇଟାମାଟି ଥାନା ଏଏସ୍ଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ମଧ୍ୟଖଣ୍ଡ ଫାଣ୍ଡି, ଦଶପଲ୍ଲା ଥାନା ଏଏସ୍ଆଇ ସାଇନୁଲ୍ ଖାନ୍ଙ୍କୁ ଜଗନ୍ନାଥପ୍ରସାଦ ଫାଣ୍ଡିକୁ, ଦଶପଲ୍ଲା ଥାନା ଏଏସ୍ଆଇ ଜି.ଡି ମିଶ୍ରଙ୍କୁ ଇଟାମାଟି ଥାନାକୁ, ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଅପର୍ତୀ ସାହୁଙ୍କୁ ଖଣ୍ଡପଡ଼ା ଥାନାକୁ, ଓଡ଼ଗାଁ ଥାନା ଏଏସ୍ଆଇ ଯୁଗଳ କିଶୋର ନାୟକଙ୍କୁ ଖଣ୍ଡପଡ଼ା ଥାନାକୁ,…

Read More