ପୈାରନିର୍ବାହୀ ଅଧିକାରୀଙ୍କ ଦ୍ଵାରା ୧୩୦ ଜଣ ସଫେଇ କର୍ମଚାରୀ ସମ୍ବର୍ଦ୍ଧିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱଚ୍ଛ ଭାରତ ମିଶନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ନୟାଗଡ଼ ପୈାର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି। ସହରକୁ ଅଳିଆ ଆବର୍ଜ୍ଜନାରୁ ମୁକ୍ତ ରଖିବା ଏହାର ମୂଳ ଲକ୍ଷ୍ୟ। ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫେଇ କର୍ମଚାରୀମାନେ ନିୟମିତ ନିଜନିଜର କାର୍ଯ୍ୟକୁ ସୂଚାରୁରୂପେ ତୁଲାଇଥିବା ଏବଂ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ୧୩୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସମାରୋହରେ କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ, ରାଜସ୍ୱ ସୁପରଭାଇଜର କୈଳାସ ଚନ୍ଦ୍ର ଜେନା, ପରିମଳ ବିଶେଷଜ୍ଞ ବିବେକାନନ୍ଦ ପ୍ରଧାନ, ‘ମୁକ୍ତା’ ସଂଯୋଜକ ଶିରୋମଣି ଧିରେନ୍ଦ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଫେଇ କର୍ମଚାରୀ ମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ୨୦୧୬ ମସିହାରେ ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ନୟାଗଡ ସହର ବାହ୍ୟ ମଳ ମୁକ୍ତ ସହର ଭାବେ ୨୦୧୮ ମସିହାରେ ଓଡ଼ିଶାର ଦିତୀୟ ସହର ଭାବେ ଘୋଷଣା ହୋଇ ସାରା ରାଜ୍ୟରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ଆଜାଦିର ଅମୃତ ମହୋଛବ ସପ୍ତାହ ପାଳନ ଅବସରରେ ଏହି ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା।

Related posts