ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତି ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆଜି ଗାନ୍ଧୀ ଜୟନ୍ତି ପାଳିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା କୋର୍ଟ ପରିସରରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ କରାଯିବା ସହ ଉକ୍ତ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଆଇନରେ ଥିବା ବିଧି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରଞ୍ଜୁଲତା ଲେଙ୍କା ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଚେତା ପ୍ରିୟଦର୍ଶିନି ମହାପାତ୍ର, ବରିଷ୍ଠ ପ୍ରାଧ୍ୟାପକ ଉମ୍ମର ମଲ୍ଲିକଙ୍କ ସମେତ ବହୁ ଆଇନଜୀବି, ଗ୍ରାମୀଣ ଆଇନ ସହାୟତା କର୍ମୀ, ଛାତ୍ର ଛାତ୍ରୀ, ଜିଲ୍ଲା କୋର୍ଟ କର୍ମଚାରୀ ଯୋଗ ଦେଇଥିଲେ । କୋର୍ଟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ସଚିବ ରଞ୍ଜୁଲତା ଲେଙ୍କା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରାଧିକରଣଙ୍କ ତରଫରୁ ଗାନ୍ଧୀ ଜୟନ୍ତୀରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

Related posts