ନୟାଗଡ଼,(୧୪/୦୯): ଆନ୍ତର୍ଜାତିକ ମାନବାଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ଲଗାତର ଭାବେ ଓଡ଼ିଶାର ସମସ୍ତ ଜିଲ୍ଲା ଗସ୍ତକରି, ଶାଖା ନଥିବା ଜିଲ୍ଲାରେ ନୂତନ ଶାଖା ଗଠନ କରିବା ପରେ ଏବେ ପ୍ରତ୍ୟେକ ଜିଲ୍ଲାକୁ ଚଳ ଚଞ୍ଚଳ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ପଟ୍ଟନାୟକ ଆଜି ନିୟାଗଡ଼ ଜିଲ୍ଲାର ଶାଖାର ଉପ ସଭାପତି ପଦରେ ଜିତେନ୍ଦ୍ର କୁମାର ସାହୁଙ୍କୁ ଦାୟିତ୍ୱ ଦେବା ସହିତ, ଜିଲ୍ଲାର ଅସହାୟ, ଅବହେଳିତ ତଥା ସମାଜରେ ମୌଳିକ ଅଧିକାରରୁ ବଞ୍ଚିତ ବର୍ଗଙ୍କୁ ଉଚିତ ନ୍ୟାୟ ଦେବା ନିମନ୍ତେ ମାନବାଧିକାର କର୍ମୀଙ୍କୁ ସମଷ୍ଟିଗତ ଭାବେ ଲଢେଇ ଜାରି ରଖିବାକୁ ଗୁରୁମନ୍ତ୍ର ଦେଇଛନ୍ତି।
Read MoreCategory: ନୟାଗଡ଼ ବ୍ଲକ
ଇଟାମାଟି ପୁଲିସ ଦ୍ଵାରା ବ୍ରାଉନସୁଗାର ବେପାରୀ ଗିରଫ
ନୟାଗଡ଼,(୧୪/୦୯): ଇଟାମାଟି ଅଞ୍ଚଳରେ ବ୍ରାଉନସୁଗାର ଯୋଗାଇ ଆସୁଥିବା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ମାଣିକାଗୋଡ଼ା ଗାଁର ମିର୍ ଅବଦୁଲ୍ଲାକୁ ଇଟାମାଟି ପୁଲିସ୍ ଗିରଫ୍ କରିଛି । ସୂଚନାନୁସାରେ, ମିର୍ ଅବଦୁଲ୍ଲା ବ୍ରାଉନସୁଗାର ଧରି ଇଟାମାଟି ଅଞ୍ଚଳକୁ ବିକ୍ରି କରିବା ପାଇଁ ଆସିଥିବା ବିଶେଷ ସୁତ୍ରରୁ ପୁଲିସ୍ ଖବର ପାଇ ମୀର ଅବଦୁଲ୍ଲାର ପିଛା କରିଥିଲା । ମିର ବ୍ରାଉନ ସୁଗାର ବ୍ରିକ୍ରି କରୁଥିବା ବେଳେ ପୁଲିସ୍ ତାକୁ କାବୁ କରି ଥାନାକୁ ଆଣିଥିଲା । ଥାନାରେ ମିରଙ୍କ ଠାରୁ ୫ଗ୍ରାମ ୧୦୦ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଇଟାମାଟି ଥାନାରେ କେସ୍ ନଂ ୧୩୩/୨୦୨୧ରେ ମାମଲା ରୁଜୁ କରି ଗିରଫ୍ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ଇଟାମାଟି ଭାରାପ୍ରାପ୍ତ ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
Read Moreପ୍ରକାଶ ପାଇଲା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ପରୀକ୍ଷାଫଳ
ନୟାଗଡ଼,(୧୪/୦୯): ନୟାଗଡ଼ ସ୍ୱାଶାସିତ ମହାବିଦ୍ୟାଳୟ +୩ ଶେଷବର୍ଷ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । +୩ କଳାରେ ୨୧୫ଜଣ ପରୀକ୍ଷାର୍ଥୀଙ୍କ ୨୧୨ଜଣ (୯୮.୬%) ପାସ କରିଥିବାବେଳେ ପ୍ରଥମ ଶ୍ରେଣୀ ସମ୍ମାନରେ ୧୭୧ଜଣ, ପ୍ରଥମ ଶ୍ରେଣୀରେ ୨୭ଜଣ, ଦ୍ୱିତୀୟ ଶ୍ରେଣୀ ସମ୍ମାନରେ ୭ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୭ଜଣ ପାସ କରିଛନ୍ତି । +୩ କଳା ସଂସ୍କୃତ ସମ୍ମାନର ଐଶ୍ୱର୍ଯ୍ୟା ମହାନ୍ତି- ୮୪.୬୯% ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି । +୩ ବାଣିଜ୍ୟରେ ୧୧୯ଜଣ ପରୀକ୍ଷାର୍ôଥଙ୍କ ମଧ୍ୟରୁ ୧୧୦ଜଣ(୯୨%) ପାସ କରିଥିବାବେଳେ ପ୍ରଥମ ଶ୍ରେଣୀ ସମ୍ମାନରେ ୫୬ଜଣ, ପ୍ରଥମ ଶ୍ରେଣୀରେ ୨୩ଜଣ, ଦ୍ୱିତୀୟ ଶ୍ରେଣୀ ସମ୍ମାନରେ ୯ଜଣ, ଦ୍ୱିତୀୟ ଶ୍ରେଣୀ ୨୨ଜଣ ପାସ କରିଛନ୍ତି । +୩ ବାଣିଜ୍ୟରେ ଚିନ୍ମୟୀ ସ୍ୱାଇଁ ୮୦.୯୬% ନମ୍ବର ରଖି ଶ୍ରେଷ୍ଠ ହୋଇଛନ୍ତି । +୩ ବିଜ୍ଞାନରେ ୨୯୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୮୦ଜଣ…
Read Moreଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ଆନୁକୁଲ୍ୟରେ କେମିଷ୍ଟ ଭବନ ଉଦଘାଟିତ
ନୟାଗଡ଼,(୧୨/୦୯): ନୟାଗଡ଼ ଜିଲ୍ଲା କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନ୍ ଆନୁକୁଲ୍ୟରେ ଖଣ୍ଡପଡା ରୋଡ ସ୍ଥିତ ଅଗ୍ନିଶମ ବିଭାଗ ରାସ୍ତାରେ ଆଜି କେମିଷ୍ଟ ଭବନ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ, ସମ୍ମାନିତ ଅତିଥି ଭାବେ ଉତ୍କଳ କେମିଷ୍ଟ୍ ଡ୍ରଗିଷ୍ଟ୍ ଆସୋସିଏସନ୍ ରାଜ୍ୟ ସଭାପତି ପି. ସତ୍ୟନାରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, ନୟାଗଡ଼ ଜିଲ୍ଲା ଡ୍ରଗ ଇନିସପେକ୍ଟର ପ୍ରିୟଙ୍କା ଚକ୍ରବର୍ତ୍ତୀ ପ୍ରମୂଖ ଯୋଗ ଦେଇଥିଲେ । ଆସୋସିଏସନ୍ ଦ୍ୱାରା ନିର୍ମାଣ ହୋଇଥିବା ନୂତନ ଗୃହକୁ ଉଦ୍ଘାଟନ କରିବା ଅବସରରେ ଜିଲ୍ଲାପାଳ ଡା. ଟୁଡୁ ଲକଡାଉନ୍ ସମୟରେ ଔଷଧ ବ୍ୟବସାୟୀମାନେ ନିରନ୍ତର ସେବା ଯୋଗାଇ ଚାଲିଥିଲେ, ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି କହିଥିଲେ । ସେହିଭଳି ଭାବେ ଏକତା ଓ ସହଭାଗିତା ଦ୍ୱାରା ସଂଗଠନ…
Read Moreସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଯୁବ ସ୍ବେଛାସେବୀ
ନୟାଗଡ଼,(୧୧/୦୯): ସୁସ୍ଥତା ପାଇଁ ଦୌଡିବା କାର୍ଯ୍ୟକ୍ରମରେ ଦୌଡିଲେ ଶତାଧିକ ଯୁବ ସ୍ବେଛାସେବୀ । ନୟାଗଡ଼ ସହର ର ରାଜରାସ୍ତାରେ ସୁସ୍ଥତା ପାଇଁ ବାର୍ତ୍ତା ବାଣ୍ଟିଲେ ଯୁବ ସ୍ବେଛାସେବୀ ଙ୍କ ସହ ଛାତ୍ରଛାତ୍ରୀ। ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଅନନ୍ୟା ଫାଉଣ୍ଡେସନ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ନୟାଗଡ଼ ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ର ସ୍ବେଛାସେବୀମାନେ ଯୋଗ ଦେଇଥିଲେ। ନୟାଗଡ଼ ମହାବିଦ୍ୟାଳୟ ଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ମାରାଥନ ଦୌଡ଼ିଥିଲେ ସ୍ବେଛାସେବୀ। ଏହି ଅବସର ରେ ଅନୁଷ୍ଠିତ ସାଧାରଣ ସଭାରେ ଅନନ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଆଶୁତୋଷ ଦାଶ ନୟାଗଡ଼ ଜିଲ୍ଲା ଏନ.ୱାଇ. କେ.ଏସ.ର ସଂଯୋଜକ ଅନୁରାଗ କୁମାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁସ୍ଥତାର ମନ୍ତ୍ର ଦେଇଥିଲେ। ଏହି ଅବସରରେ…
Read Moreପଣ୍ଡିତ ବିନାୟକ ମିଶ୍ର ଥିଲେ ଯୋଗଜନ୍ମା ସାହିତ୍ୟିକ
ନୟାଗଡ଼,(୧୦/୦୯):- ଅନନ୍ୟ ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ପରି ସାହିତ୍ୟ ପ୍ରାଣ ବ୍ୟକ୍ତିତ୍ୱ ପ୍ରାୟ ବିରଳ । ନର୍ମାଲ ଟ୍ରେନିଂ ଶେଷକରି ନୀଳଗିରିରେ ଡ୍ରଇଁ ଶିକ୍ଷକ ଭାବେ ଯୋଗଦେଇଥିଲେ ମଧ୍ୟ ନିଜର ଜ୍ଞାନ, ବିଦ୍ବ ।, ପାଣ୍ଡିତ୍ୟ ଯୋଗୁଁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ହୋଇ ପାରିଥିଲେ । ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷାର ପୁରାତତ୍ଵ, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଭାରତୀୟ ଦର୍ଶନ ପ୍ରବେଶିକା, Dynasties of Medieval Orissa, Orissa Under Bhauma Kings ଆଦି ପୁସ୍ତକ ତାଙ୍କୁ ଚିରଦିନ ଅମର କରି ରଖିଥିବ ବୋଲି ଆଜି ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ଆନୁକୂଲ୍ୟରେ ଆୟୋଜିତ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ…
Read Moreଶ୍ରୀ ସୃଜନର ‘ଓଁ ନମୋ ନମୋ ଶ୍ରୀ ଗଣେଶ’ ଭଜନ ଭିଡ଼ିଓ ଲୋକାର୍ପିତ
ନୟାଗଡ଼,(୧୦/୦୯): ନୟାଗଡ଼ରେ ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ‘ଶ୍ରୀ ସୃଜନ’ର କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ ପ୍ରଚୋଷ୍ଟାରେ ପବିତ୍ର ଶ୍ରୀ ଗଣେଷ ପୂଜା ଅବସରରେ ମା’ ଦକ୍ଷିଣକାଳୀଙ୍କ ପୀଠରେ ଥିବା ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ସମ୍ମୁଖରେ ଅନୁଷ୍ଠାନର ସଂଗୀତ ଭିଡିଓ ‘ଓଁ ନମୋ ନମୋ ଶ୍ରୀ ଗଣେଶ’ ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଭାପତି ନାଟ୍ୟଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି । ଉନ୍ମୋଚିତ ସଂଗୀତ ଭିଡିଓରେ ଗୀତ, ସଂଗୀତ, କଣ୍ଠ ଦାନ କରି ଅଛନ୍ତି ଶ୍ରୀ ସୃଜନର ସପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ । ଉନ୍ମୋଚନ କାଳରେ ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର ସମସ୍ତ ବିଧିବ୍ୟବସ୍ଥା ପରିଚାଳନା କରିଥିବା ବେଳେ ସଭ୍ୟ ଲକ୍ଷ୍ମୀଧର ମହାପାତ୍ର, ସଭ୍ୟ ପ୍ରଦୀପ କୁମାର ସାହୁ, ସଭ୍ୟା ସାଈ ଶ୍ରୀ ଦେବୀ, ସଭ୍ୟ ପଣ୍ଡିତ ଚନ୍ଦ୍ରମଣି…
Read Moreହାଉସିଂ ବୋର୍ଡ଼ କଲୋନୀରେ ବଜ୍ରପାତ
ନୟାଗଡ଼,(୧୦/୦୯):- ଆଜି ସକାଳୁ ସକାଳୁ ନୟାଗଡ଼ ମୁକ୍ତାପୁର ନିକଟସ୍ଥ ହାଉସିଂ ବୋର୍ଡ କଲୋନୀରେ ବଜ୍ରପାତ ହୋଇଥିବା ଜଣାପଡିଛି। ଏହି ବଜ୍ରପାତରେ କଲୋନୀରେ ରହୁଥିବା ପୀତବାସ ତ୍ରିପାଠୀ, ବେଣୁଧର ସାହୁ ଏବଂ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅନେକ ବାସିନ୍ଦାଙ୍କର କ୍ଷୟକ୍ଷତି ଘଟିଛି। ଅନେକଙ୍କ ଘରର ଟିଭି, ଇନ୍ଭଟର, କମ୍ପୁଟର, ପାଣିଟାଙ୍କି ଓ ଝରକା କାଚ ଭାଙ୍ଗିଥିବା ଜଣାପଡିଛି।
Read Moreସିପିଆଇ(ଏମ୍) ନୟାଗଡ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ
ନୟାଗଡ଼,(୦୯/୦୯): ନୟାଗଡ଼ ବ୍ଲକର ପ୍ରସିଦ୍ଧ ଝରଦେଈ ପୀଠରେ ସିପିଆଇଏମର ନୟାଗଡ଼ ଆଞ୍ଚଳିକ ସମ୍ମିଳନୀ ଶ୍ରମିକ ନେତା ଦୀନବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର ଲାଲ ଝଣ୍ଡା ଉତ୍ତୋଳନ ପୂର୍ବକ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ ତିନି କଳା ଆଇନ ଓ ଶ୍ରମିକ ବିରୋଧି ଶ୍ରମ କୋଡର ତୀବ୍ର ସମାଲୋଚନା କରିଥିଲେ । କରୋନା ମହାମାରୀକୁ ଏକ ସୁଯୋଗ ମନେ କରି ଅସ୍ୱାଭାବିକ ପରିସ୍ଥିତିର ଆଢ଼ୁଆଳରେ ମୋଦି ଯେଉଁଭଳି କୃଷକ ଓ ଶ୍ରମିକମାନଙ୍କ ସର୍ବନାଶ କାରୀ ଆଇନ ପାରିତ କଲେ ତାହାରି ବିରୁଦ୍ଧରେ ଦୀର୍ଘ ଦଶ ମାସ ହେଲା ଦିଲ୍ଲୀରେ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କର ଆନ୍ଦୋଳନ ଚାଲିଛି ଏବଂ ଆଗାମୀ ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରାକୁ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ…
Read Moreନୟାଗଡ଼ ଡି.ଏଫ୍.ଓ.ଙ୍କ ବଦଳି ବାତିଲ ନିମନ୍ତେ ରାଜ୍ୟ ସରକାରଙ୍କୁ ନିବେଦନ
ନୟାଗଡ଼,(୦୯/୦୯): ନୟାଗଡ଼ର ବର୍ତ୍ତମାନ କାର୍ଯ୍ୟରତ ବନ ଖଣ୍ଡ ଅଧିକାରୀ ଧମଧୀର ଧନରାଜ ହନୁମନ୍ତଙ୍କ ଆକସ୍ମିକ ବଦଳିକୁ ନେଇ ନୟାଗଡ଼ ଜିଲ୍ଲାର ପରିବେଶ ପ୍ରେମୀ, ବୁଦ୍ଧିଜୀବି ତଥା ସଚେତନ ନାଗରିକ ଗଣ ବ୍ୟଥିତ। ଜଣେ ଦକ୍ଷ ଆଉ ସମର୍ପିତ ଅଧିକାରୀ ରୂପେ ତାଙ୍କ ସ୍ବଳ୍ପ ରହଣି କାଳ ମଧ୍ୟରେ ଖାଲି ବନ ବିଭାଗ କାହିଁକି ଅନ୍ୟ ସବୁରେ ମଧ୍ୟ ଜିଲ୍ଲା ବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମହାମାରୀ କୋଭିଡ୍କୁ ଜିଲ୍ଲାରେ ନିୟନ୍ତ୍ରଣ କରିପାରିବା ସହିତ ଏ ବର୍ଷର ଜଙ୍ଗଲ ନିଆଁ ସମୟରେ ସାରା ରାଜ୍ୟ ଜଳୁଥିବା ବେଳେ ନୟାଗଡ଼ ବନଖଣ୍ଡକୁ ନିଆଁ ଦାଉରୁ ମୁକ୍ତ କରି ଉଚ୍ଚ ପ୍ରଶଂସା ସାଉଁଟି ପାରିଛନ୍ତି। ଗର୍ବ ଅହଙ୍କାର ଶୂନ୍ୟ, ସରଳ, ଭଦ୍ର, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଏଚ଼.ଡି ମହୋଦୟ ଅଣ ଓଡ଼ିଆ ହୋଇ ମଧ୍ୟ ନୟାଗଡ଼ିଆଙ୍କ ହୃଦୟ…
Read More