ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇ ଦିନ ତଳେ ନୟାଗଡ଼ ବାରମାସି ଦଣ୍ଡା ନିକଟରୁ ଚୋରୀ ହୋଇଥିବା ଏକ ବୋଲେରୋ ଗାଡିକୁ ନୟାଗଡ଼ ଟାଉନ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି। ଲେଙ୍କୁଡ଼ିପଡ଼ା କାର୍ତ୍ତିକ ବିଶ୍ୱାଳଙ୍କ ଏତଲା କ୍ରମେ ଥାନା କେଶ ନମ୍ବର ୨୦୨/୨୧ମୂଳେ ଆପିସି ଧାରା ୩୭୯/୩୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ଗ୍ରାମର ରାକେଶ ଓରଫ ବସନ୍ତ ଦଳେଇ (୨୪ବର୍ଷ) ଓ ଓଡ଼ଗାଁ ଥାନା ଅନ୍ତର୍ଗତ ନନ୍ଦିଘର ଗ୍ରାମର ଗଣେଶ ଓରଫ କାର୍ତ୍ତିକ ଓରଫ ଟିଲୁ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ସୂଚନା ଦେଲେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି।

