ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମସ୍ତ କ୍ଲଷ୍ଟର ସିଆରସିସି,ଏସଆରଜି ଓ ଡିଆରଜି ମାନଙ୍କୁ ନେଇ ଏକ ମଣ୍ଡଳ ସ୍ତରୀୟ ତାଲିମ ଶିବିର ଉଦଘାଟନ ହୋଇଯାଇଛି।ଉକ୍ତ ଶିବିରରେ ଏଡିଇଓ ଡଃ ବସନ୍ତ କୁମାର ନାୟକ, ବିଇଓ ଗୀତାଞ୍ଜଳି ସାହୁ,ଏବିଇଓ ତଥା ବିଆରସିସି ଭାଗ୍ୟଲତା ଦାଶ,ରାଜ୍ୟ ସାଧନକର୍ମୀ ସୌଦାମିନୀ ମହାପାତ୍ର ଏବଂ ନୀଳମାଧବ ମହାରଣା ପ୍ରମୁଖ ଯୋଗଦେଇ ନୂତନ ଶିକ୍ଷାନୀତି ଆଧାରରେ ଆସନ୍ତା ୨୦୨୫ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀ ଅନୁଯାୟୀ ସର୍ବନିମ୍ନ ଭାଷା ଓ ଗଣିତ ଦକ୍ଷତା ହାସଲ କିପରି ହୋଇପାରିବ ତଥା ଜାତୀୟ ଉପଲବ୍ଧି ସର୍ବେକ୍ଷଣର ସଫଳତା ପାଇଁ କ’ଣ କରିବାକୁ ପଡ଼ିବ ତାହା ଏହି ତାଲିମ ଶିବିରର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଫୁଲଟିଏ ସାଜି ଯେକୋୖଣସି ସ୍ଥାନରେ ବିଭିନ୍ନ ପରିସ୍ଥିତିରେ ନିଜର ସୌରଭକୁ ବିଚ୍ଛୁରଣ କରିଦେବା ଉଚିତ ବୋଲି ଏଡିଇଓ ବସନ୍ତ କୁମାର ନାୟକ କହିଥିବାବେଳେ ବିଇଓ ଗୀତାଞ୍ଜଳି ସାହୁ ଓଡ଼ଗାଁ ବ୍ଲକକୁ ଶିକ୍ଷା କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ଆମେ ସମସ୍ତେ ଏକଜୁଟ ହୋଇ ନିଷ୍ଠାପର ଉଦ୍ୟମ କରିବା ଉଚିତ ବୋଲି କହିଥିଲେ।ପ୍ରକାଶ ଥାଉକି,ଆସନ୍ତା ୫ ତାରିଖରୁ ୯ ତାରିଖ ଧରି ଓଡ଼ଗାଁ ଏବଂ ସୋଲପଟାଠାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ହେବାକୁ ଥିବା ତାଲିମ କାର୍ଯ୍ୟକ୍ରମରେ ଡିଆରଜି ସାଧନକର୍ମୀ ଭାବେ ଯଶୋବନ୍ତ ପଟ୍ଟନାୟକ, ମନୋଜ କୁମାର ନାୟକ,ରଘୁନାଥ ଦାଶ,ତ୍ରିନାଥ ପ୍ରଧାନ, ବୁଦ୍ଧିଆ ପାତ୍ର ଓ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଯୋଗ ଦେବା ପାଇଁ ଶିକ୍ଷା କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି।ଏତଦବ୍ୟତୀତ ସିଆରସିସି ସୁଶେନ୍ଦୁ ଷଡ଼ଙ୍ଗୀ, ଦେବାଶିଷ ଦାଶ,ରବୀନ୍ଦ୍ର କୁମାର ଘଡେଇ, ଚିତ୍ତରଞ୍ଜନ ମିଶ୍ର,ତ୍ରିଲୋଚନ ସାମନ୍ତରା,ଚିତ୍ତ ମିଶ୍ର, ଟୁକୁନା ସେଠୀଙ୍କୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବ ଦିଆଯାଇଛି।

