ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ୟୁନିଟେକ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ସବମ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗ ଦେବା ସହ ୟୁନିଟେକ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ଏବଂ ବାଉରୀ ବନ୍ଧୁ ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ସମାଜସେବୀ ପ୍ରମୋଦ ଚନ୍ଦ୍ର ପୃଷ୍ଟି ଓ ଚେୟାରମ୍ୟାନ ପ୍ରଦୀପ କୁମାର ପୃଷ୍ଟି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତ୍ତକ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ ସହ ଡିପାର୍ଟମେଣ୍ଟଟପ୍ପର ମାନଙ୍କୁ ଉପଢୌକନ ଦେଇ ପୁରସ୍କୃତ କରଯାଇଥିଲା। ମୁଖ୍ୟ ଅତିଥି ଅଧ୍ୟକ୍ଷ ସୁରେଶ ପ୍ରଧାନ ପିଲାମାନଙ୍କୁ ଆଶୀର୍ବାଦ ଦେବା ସହ ସ୍ନାତ୍ତକ ପରେ କିଭଳି ନୂତନ ଜୀବନ ଅୟମାରମ୍ଭ କରିହେବ ତାହା ଉପରେ ଦିଗଦର୍ଶନ ଦେଇଥିଲେ । କଲେଜର ବିଭିନ୍ନ ବିଭାଗର ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ଯଥା ଅଭିଜିତ ପାଣିଗ୍ରାହୀ, ରିତୁଲ ଷଢ଼ଙ୍ଗୀ, ଗୀତାଞ୍ଜଳୀ ଦେଓ, ଶ୍ରଦ୍ଧା ଶୁଭଦର୍ଶିନୀ, ସେଲିଆ ପଟ୍ଟନାୟକ, ମିହିର କୁମାର ମହାକୁଡ଼, ସାଇ ବିଶ୍ୱନାଥ ନାୟକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମର୍ଦ୍ଧନା ଦିଆଯାଇଥିଲା । ପରିଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଢ଼ୀ ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ।

