ନୟାଗଡ଼,(ନୟାଗଡ଼ ଦର୍ପଣ): ଗାଁ’କୁ ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଯାହାକୁ ନେଇ ରୋଗୀଙ୍କୁ ୨ କିମି ଏକ ଖଟିଆରେ ଭାରା କରି ବୋହିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ ସେବତୀ କହଁର କିଛି ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ମାତ୍ର ଆଜି ଗୁରୁତର ହୋଇ ପଡିବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ହେଲେ ଗାଁକୁ ରାସ୍ତା ନଥିବା ହେତୁ ପ୍ରାୟ ୨କିମି ଦୂରରେ ଆମ୍ବୁଲାନ୍ସଟି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ରାକେଶ ମହାନ୍ତି, ହେଲପର୍ ରତ୍ନାକର ମହାନ୍ତି ଏବଂ ଇଏମ୍ଟି ସୁଧାଶୁଂ ଶେଖର ଜାନୀ ଚାଲିଚାଲି ଗାଁରେ ପହଁଚିଥିଲେ। ଶେଷରେ ଖଟିଆକୁ ଭାରାକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା…
Read MoreCategory: ନୟାଗଡ଼ ବ୍ଲକ
ବୋମାମାଡ଼ ସହ ବନ୍ଧୁକ ମୁନରେ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟିଲେ ଡକାୟତ
ଶରଣକୁଳ,(ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ଗୋଡିପଡ଼ା ଫାଣ୍ଡି ଠାରୁ ମାତ୍ର ୧୦୦ ଫୁଟ୍ ଦୂରରେ ଡକାୟତି । ଦିନ ଦ୍ୱିପହରରେ ବୋମା ଫୁଟାଇ ମହାଲକ୍ଷ୍ମୀ ଜୁଏଲାରୀରୁ ଡକାୟତମାନେ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ, ତିନି ଜଣ ଯୁବକ ଏକ ନୀଳ ରଙ୍ଗର ମଟର ସାଇକେଲରେ ପହଞ୍ଚି ହଠାତ୍ ସୁନା ଦୋକାନ ଉପରକୁ ବୋମା ମାଡ଼ କରିଥିଲେ । ଏହାପରେ ଦୋକାନ ମାଲିକ ହରିହର ସାହୁଙ୍କୁ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାହଗଣା ଲୁଟି ନେଇଥିଲେ । ତେବେ ଏତିକିରେ ସେମାନଙ୍କ ମନ ମାନି ନଥିଲା । ତେଣୁ ସେମାନେ ସୁନା ଦୋକାନର ସମ୍ମୁଖରେ ଥିବା ସୁନା ଦୋକାନର ୱାର୍କସପ୍ ଭିତରେ ପଶି ମଧ୍ୟ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ତେବେ ସେଠାରୁ କିଛି ମିିଳି ନଥିଲା ।…
Read Moreସାମ୍ବାଦିକ କଲ୍ୟାଣ ପାଣ୍ଠି ପାଇଁ କେଉଁ ବ୍ୟବସ୍ଥା ଅଛି ବିଧାନସଭାରେ ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ବିଧାନସଭା ର ମୌସୁମୀ ଅଧିବେଶନରେ ଅଣ ତାରିକା ପ୍ରଶ୍ନ ସଂଖ୍ୟା ୨୦୭୫ ରେ ରାଜ୍ୟରେ ସାମ୍ବାଦିକ ମାନଙ୍କ କଲ୍ୟାଣ ପାଇଁ କି କି ବ୍ୟବସ୍ଥା ଅଛି ଓ ଏ ବାବଦକୁ ଗତ ଦୁଇ ବର୍ଷ ମଧ୍ୟରେ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ସେ ଉପରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଏହି ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ ଓଡ଼ିଶା ୱର୍କିଂ ଜର୍ନାଲିଷ୍ଟସ୍ ୱେଲ ଫେୟାର ଫଣ୍ଡ ରୁଲ୍ସ ୨୦୦୬ ନିୟମ ଅନୁଯାୟୀ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଆବଶ୍ୟକ ସ୍ଥଳେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଗୋପବନ୍ଧୁ ୱାର୍କିଂ ଜର୍ନାଲିଷ୍ଟସ ହେଲଥ ବୀମା ୨୦୧୬ ମସିହାରେ ପ୍ରଣୟନ କରାଯାଇ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ…
Read Moreବିଶ୍ୱରେ ପ୍ରଥମ ଦଶପଲ୍ଲାର ଯୁବକ ଜ୍ୟୋତି ରଂଜନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆମେରିକାରେ ଚମକ ଦେଖାଇଛନ୍ତି ଦଶପଲ୍ଲାର ପୁଅ। ଆମେରିକାର ପୋର୍ଟଲ୍ୟାଣ୍ଡ ଠାରେ ପୃଥିବୀର ସମସ୍ତ ଦେଶର ଉଦ୍ଭିଦ ବୈଜ୍ଞାନିକଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ଶିଖର ସମ୍ମିଳନୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ନୟାଗଡ ଜିଲ୍ଲା ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ଜରିପାଟଣା ଗ୍ରାମର ଜୟକୃଷ୍ଣ ବେହେରାଙ୍କ ପୁଅ ଜ୍ୟୋତି ରଂଜନ ବେହେରା(୨୬)। ଏବେ ସେ ଆମେରିକାର ଇଷ୍ଟ ଟେନେସି ଷ୍ଟେଟ୍ ୟୁନିଭରସିଟିର ବାୟୋଲୋଜିକାଲ୍ ପିଏଚ୍ଡି ଗବେଷଣାରେ ଅଧ୍ୟୟନରତ ଅଛନ୍ତି। ଗତ ୯ ତାରିଖ ଠାରୁ ପୋର୍ଟଲ୍ୟାଣ୍ଡ ଠାରେ ଏକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପୃଥିବୀର ପ୍ରାୟ ଦେଶର ୧ହଜାର ୫ଶହ ବୈଜ୍ଞାନିକ ଭାଗ ନେଇଥିଲେ। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ହୋଇ ଚାଲିଥିବା ବେଳେ ଏହାକୁ କିଭଳି ପ୍ରତିକାର କରାଯାଇପାରିବ ତାହାରି ଉପରେ ସମାଧାନର…
Read Moreଜାତୀୟ ବୀମା କମ୍ପାନୀର ଶାଖା ଅଫିସ ଉଠାଇ ନେବା ପ୍ରତିବାଦରେ ଗଣବିକ୍ଷୋଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ବୀମା କମ୍ପାନୀର ନୟାଗଡ଼ ଶାଖାକୁ ଉଠାଇ ନେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତିର ପ୍ରତିବାଦରେ ଆଜି ସି.ଆଇ.ଟି.ୟୁ.ର ଆହ୍ୱାନରେ ନୟାଗଡ଼ଠାରେ ଧାରଣା ଓ ବିକ୍ଷୋଭ ଜରିଆରେ ଚେତାବନୀ ଦିଆଯାଇଛି। ସି.ଆଇ.ଟି.ୟୁ.ର ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କମ୍ପାନୀର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସଭା ଅନୁଷ୍ଠିତ ହୋଇଥିଲା। ଏହି ଧାରଣାରେ ଶତାଧିକ ବୀମା କର୍ମଚାରୀ, ବୀମା ଏଜେଣ୍ଟ ଓ ବୀମାଧାରୀ ଯୋଗ ଦେଇଥିବା ବେଳେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ବଦ୍ଧପରିକର ହୋଇଥିଲେ। ୧୯୮୭ମସିହାରୁ ଲାଭଦାୟକ ଭାବେ ବ୍ୟବସାୟ କରି ଆସୁଥିବା ଶାଖା ଏହି ତିନି ବର୍ଷ ହେଲା କରୋନାମାଡରେ କ୍ଷତି ସହିଥାଇପାରେ, ମାତ୍ର ଆନ୍ତର୍ଜାତୀୟ ବିଭୀଷିକାରେ ତମାମ ପୃଥିବୀ କ୍ଷତିଗ୍ରସ୍ତ ହୋଇଥିଲା ବେଳେ କ୍ଷତିର ଆଳ ଦେଖାଇ ଜାତୀୟ ସସ୍ଥାମାନଙ୍କୁ କର୍ପୋରେଟ ପୁଞ୍ଜିର ବଶତା ସ୍ବୀକାର କରାଉଥିବା କେନ୍ଦ୍ର ସରକାରଙ୍କ…
Read More୨୨୦କୋଟି ଟଙ୍କା ହେରଫେର ଘଟଣାରେ ଦଶପଲ୍ଲାରେ ହରିଆଣା ପୋଲିସ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ହରିଆନାର କ୍ରାଇମବ୍ରାଞ୍ଚର ଗୋଟିଏ ଦଳ ସୁଦୂର ଦଶପଲ୍ଲାକୁ ଆସି ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି । ସୂଚନାଅନୁଯାୟୀ, ଦଶପଲ୍ଲା ଏନ୍ଏସି ଅଞ୍ଚଳର ଖଣ୍ଡପଡା ଗ୍ରାମର ବିଦେଶୀ ଦାସ ନାମକ ଜନୈକ ବ୍ୟକ୍ତି ଯିଏକି ଠେଲାଗାଡିରେ ଗୁପ୍ ଚୁପ୍ ବ୍ୟବସାୟ କରନ୍ତି। ସେ ପ୍ରାୟ ଏକ ବର୍ଷ ତଳେ ତାଙ୍କ ମୋବାଇଲର ଏୟାରଟେଲ ନମ୍ବର ଟିକୁପୋର୍ଟାବିଲିଟି କରି ଜିଓ କରିଦେବାକୁ କଂପାନି ସହ ଯୋଗାଯୋଗ କରିଥିଲେ। କଂପାନି ମଧ୍ୟ ନିୟମ ଅନୁଯାୟୀ ତାଙ୍କୁ ଆଧାର କାର୍ଡ, ଭୋଟର କାର୍ଡ, ସିମ୍ ନମ୍ବର ମଧ୍ୟ ମାଗିଥିଲେ । ତଦନୁଯାୟୀ ବିଦେଶୀ ତାଙ୍କୁ ସବୁ ଜେରକ୍ସ ଦେଲାପରେ ତାଙ୍କ ନମ୍ବରଟି ଜିଓକୁ ପୋର୍ଟାବିଲିଟି ହୋଇଗଲା। କିନ୍ତୁ ପୂର୍ବରୁ ଥିବା ଏୟାରଟେଲ ନମ୍ବର ଟିକୁ କେହି ଦୁର୍ବୃତ୍ତ ଅନ୍ୟ ଏକ ସିମକୁଟ୍ରାନ୍ସ୍ମିଟ୍ ତଥା ଇନଷ୍ଟଲ କରି ତା ମାଧ୍ୟମରେ…
Read Moreକେସି କ୍ଳବର ପ୍ରତିଷ୍ଠା ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଗାମୀ ୨୦ ତାରିଖରେ ହେବାକୁ ଥିବା ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କୃଷ୍ଣଚନ୍ଦ୍ର କ୍ଳବର ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆଜି ପୂର୍ବାହ୍ନରେ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସହରରେ ଥିବା ପ୍ରମୁଖ ଶିକ୍ଷାନୁଷ୍ଠାନ ମାନଙ୍କରୁ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ବକ୍ତୃତା, ସଙ୍ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଧର୍ମେଶ ରାୱଲ ବକ୍ତୃତାରେ ପ୍ରଥମ ସ୍ଥାନ ଅଧକାର କରିଥିବା ବେଳେ ଶ୍ରେୟାଶ୍ରୀ ମିଶ୍ର ଦ୍ୱିତୀୟ ଏବଂ ସୁପ୍ରିୟା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସଙ୍ଗୀତ ପ୍ରତିଯୋଗୀତାରେ ରୁଦ୍ରାଶିଂ ଆଚାର୍ଯ୍ୟ ପ୍ରଥମ,ଦିପ୍ତୀମୟୀ ନାୟକ ଦ୍ୱିତୀୟ ଏବଂ ସ୍ୱୟଂ ଶ୍ରୀୟା,ପାୟଲ ପ୍ରିୟଦର୍ଶିନୀ ଯୁଗ୍ମଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରାଙ୍କନ ପ୍ରତିଯୋଗୀତାରେ…
Read Moreସରପଞ୍ଚମାନଙ୍କୁ ନେଇ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ପଞ୍ଚାୟତିରାଜ ବିଭାଗର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସରପଞ୍ଚମାନଙ୍କୁ ନେଇ ଏକ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ.ଦେବାଶୀଷ ପଟ୍ଟନାୟକ ଓ ଜିଲ୍ଲାପାଳ ଡଃ. ପୋମା ଟୁଡୁଙ୍କ ଦ୍ବାରା ଆଜି ନୟାଗଡ଼ ବ୍ଲକ ଏବଂ ଖଣ୍ଡପଡ଼ା ବ୍ଲକର ସମସ୍ତ ସରପଞ୍ଚମାନଙ୍କୁ ନେଇ ପଞ୍ଚ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ଡଃ. ଟୁଡୁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଆପଣ ମାନେ ପ୍ରଶିକ୍ଷିତ ହୋଇ ସଶକ୍ତ ହେବାସହ ନିଜ ନିଜର ଗ୍ରାମ ପଞ୍ଚାୟତମାନଙ୍କୁ ମଧ୍ଯ ସଶକ୍ତି କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ…
Read Moreଶରଣକୁଳ ଲଡୁବାବା ପୀଠରେ କାଉଡ଼ିଆଙ୍କ ଭିଡ଼
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇ ବର୍ଷ କାଳ କରୋନା ପାଇଁ ଶ୍ରାବଣ ମାସରେ କାଉଡିଆ ମାନେ ପାଣିଭାର ଆଣିବା ଉପରେ ରୋକ ଲାଗିଥିବା ବେଳେ ଏଇ ବର୍ଷ କଟକଣା ନ ଥିବାରୁ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ବିଜେ ପ୍ରତକ୍ଷ୍ୟ ଓ ପାତାଳ ଗର୍ଭୁତ। ଛତ୍ରାକାର ଲିଙ୍ଗ ପ୍ରଭୁ ଲଡୁବାବଙ୍କ ପୀଠରେ ଏଇ ବର୍ଷ ଶ୍ରାବଣମାସ ପ୍ରଥମ ସୋମବାର ଦିନ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ବ ବୋଲବମ ଭକ୍ତ ଆସି ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରଭୁ ଲଡୁବାବଙ୍କ ମସ୍ତକରେ ପାଣି ଢାଳି ଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ମାନସିକ କରିଥିବା କାଉଡ଼ିଆମାନେ କଣ୍ଟିଲୋ ନୀଳମାଧଵ ପୀଠ ମହାନଦୀରୁ ପାଣି ଉଠାଇ ସେଠାରେ ହୋମଯଜ୍ଞ ପରେ ପାଣି ଭାର ଧରି ପ୍ରାୟ ୬୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସିଥିଲେ । ଶରଣକୁଳ ମନ୍ଦିର ପ୍ରଶାସନ…
Read More“ଷଷ୍ଠ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ”
ନୟାଗଡ଼,(ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହିଁ ସେବା ଉତ୍ସବ। ଅଭାବ ଅନଟନ ଭିତରେ ଥିବା ନିରୁତ୍ସାହ ଲୋକଙ୍କୁ ସେବା ଯୋଗାଇବାର ଉତ୍ସାହ ହିଁ ସବୁଠୁ ବଡ଼ ଉତ୍ସବ, ଏଣୁ ଗାଁ ଠୁ ସହର ଯାଏଁ ଏହି ଉତ୍ସବ ଏକ ଜନ ଉତ୍ସବରେ ପରିଣତ ହେବା ଦରକାର। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ୧୫ଦିନ ଧରି ଆୟୋଜିତ ଷଷ୍ଠବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୦୧ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ପନ୍ଦର ତାରିଖ ଯାଏଁ ଦିର୍ଘ ୧୫ଦିନ ଧରି ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାର ଦେଢ଼ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର…
Read More