ନୟାଗଡ଼,(ନୟାଗଡ଼ ଦର୍ପଣ): ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଓ ଜିଲ୍ଲା ସୂଚନା ଓ ଲୋକ
ସଂପର୍କ ଅଧ୍ୟାକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ପଂଜୀକରଣ ଏବଂ ଆଧାର ସଂଯୋଗୀକରଣର ଜନସଚେତନତା ପାଇଁ ଏକ ସଚେତନତା ରଥ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଦୀର୍ଘ ଆଠ ଦିନ ବ୍ୟାପି ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଂଚଳ ପରିକ୍ରମା କରି ଭୋଟର ତ୍ରୁଟି ସଂଶୋଧନ ସହ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ, ଭୋଟର ପରିଚୟ ପତ୍ର ବଦଳ, ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ, ମତଦାନ କେନ୍ଦ୍ରର ନିର୍ଦ୍ଧାରଣ ଓ ପରିବର୍ତନ, ଭୋଟର ତାଲିକାର ଅସଙ୍ଗତି ଦୂରୀକରଣ, ଭୋଟରମାନଙ୍କର ଉନ୍ନତମାନର ଫଟୋ ସଂଗ୍ରହ ଓ ଆଧାର ସଂଯୋଗୀକରଣ ଇତ୍ୟାଦି ଉପରେ
ଜନସଚେତନତା ସୃଷ୍ଟି କରାଯିବ । ଏହା ସହିତ ବର୍ଷକୁ ୪ଥର (ଜାନୁଆରି ୧, ଅପ୍ରେଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧) ନୂତନ ଭୋଟର ପଂଜୀକରଣ ସୁଯୋଗ ଉପରେ ଜନସାଧାରଣଙ୍କୁ ସଚେତନ କରାଯିବ । ଏହି କାର୍ଯ୍ୟକ୍ରମ ତା.୦୯.୧୧.୨୦୨୨ରିଖ ଠାରୁ ଆରମ୍ଭ କରାଯିବ । ତା.୦୯.୧୧.୨୦୨୨ରିଖ ଠାରୁ ତା.୦୮.୧୨.୨୦୨୨ରିଖ ପର୍ଯ୍ୟନ୍ତ ଭୋଟରମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଫର୍ମ ପୂରଣ କରି ଦାଖଲ କରିପାରିବେ ।
ଭୋଟର ପଂଜୀକରଣ ନିମନ୍ତେ ସଚେତନତା ରଥ
