ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ
ଅଦାଲତ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲାର ବିଚାର ବିଭାଗୀୟ ସମସ୍ତ ଅଦାଲତଙ୍କ ପକ୍ଷରୁ ୪୮୩୩ଗୋଟି ମାମଲା ଆଗତ କରାଯାଇ ୩୯୯୬ଗୋଟି ମାମଲାର ଫଇସଲା ହୋଇ ଟ.୨,୧୧,୭୪,୪୭୫/- (ଦୁଇ କୋଟି ଏଗାର ଲକ୍ଷ ଚଉସ୍ତରୀ ହଜାର ଚାରିଶହ ପଞ୍ଚସ୍ତୋରୀ ଟଙ୍କା) ଆଦାୟ ପାଇଁ ଧାର୍ଯ୍ୟ ହୋଇଅଛି । ଜିଲ୍ଲାସ୍ତରୀୟ ଲୋକ ଅଦାଲତରେ ନୟାଗଡ଼ ଜିଲ୍ଲା ଜଜ୍ ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ କୋର୍ଟ ପକ୍ଷରୁ ୬୦ଗୋଟି ଗାଡ଼ିମଟର ଦୁର୍ଘଟଣା ଜନିତ ମାମଲା ଆଗତ ହୋଇ ୧୭ଗୋଟି ମାମଲା ଫଇସଲା ହୋଇ ରେକର୍ଡ ସଂଖ୍ୟକ କ୍ଷତିପୂରଣ ଜମାରାଶି ଟ.୧,୧୬,୫୪, ୦୦୦/ -( ଏକ କୋଟି ଷୋହଳ ଲକ୍ଷ ଚଉବନ ହଜାର ଟଙ୍କା) ବୀମାରାଶି ଦେବାକୁ ବୀମା କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଜଜ୍, ପରିବାର ଅଦାଲତ ଶ୍ରୀ ପ୍ରଦିପ କୁମାର ମହାନ୍ତି ୨୪ଗୋଟି ବୈବାହିକ ମାମଲାରୁ ୧୨ଗୋଟି ମାମଲା ଫଇସଲା କରିଥିଲେ । ଅପର ପକ୍ଷରେ ୪୨୯୨ଗୋଟି ଫୌଜଦାରୀ ମାମଲାରୁ ୩୮୦୦ଗୋଟି, ୬୯ଗୋଟି ଚେକ୍ ବାଉନସ୍ ମାମଲାରୁ ୪ଗୋଟି, ୩୦୧ଗୋଟି ଜମିଜମା ମାମଲାରୁ ୭୨ଗୋଟି ମାମଲାର ଫଇସଲା ହୋଇଥିଲା। ଉକ୍ତ ଲୋକ ଅଦାଲତରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଂଚଳିକ ଜାତୀୟ କରଣ ବ୍ୟାଙ୍କର ସମସ୍ତ ଅଧିକାରୀ, ଆଇନଜୀବୀ, କୋର୍ଟ ମ୍ୟାନେଜରଙ୍କ ସମେତ ବହୁ ବୀମା କଂପାନୀର ଅଧିକାରୀମାନେ ଉପସ୍ଥିତ ରହି ମାମଲା ଫଇସଲା କରିବାରେ ସହାୟତା ପ୍ରଦାନ କରିଥିଲେ । ପରବର୍ତୀ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା.୧୨.୧୧.୨୦୨୨ ରିଖରେ ଅନୁଷ୍ଠିତ ହେବ ଏବଂ ଜନସାଧାରଣ ଏହାର ସୁଯୋଗ ନେବାକୁ ସଚିବ ଶ୍ରୀ ବିଶେଷ କୁମାର ସାହୁ ଅନୁରୋଧ କରିଛନ୍ତି ।
ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
