ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଦେଶରେ ମହା ସମାରୋହରେ ସ୍ବାଧୀନତାର ଅମ୍ରୃତ ମହୋତ୍ସବ ପାଳନ ହେଉଥିବା ବେଳେ ଆଜି ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ୧୭୦ ଫୁଟର ତ୍ରିରଙ୍ଗା ପ୍ରଦର୍ଶିତ ହେବା ସହିତ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ ଚେୟାରମ୍ୟାନ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉଦବୋଧନ ଦେଇଥିଲେ। ଦୁଇ ବର୍ଷ ପରେ ସ୍ବାଧୀନତା ଦିବସ ପାଳନ ହେଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଅନେକ ଉତ୍ସାହ ଉଦ୍ଦୀପନା ସ୍ରୁଷ୍ଟି ହୋଇଥିଲା। ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ସମେତ ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଉପସ୍ଥିତ ଥିଲେ। ପରିଶେଷରେ ଉପସ୍ଥିତ ସମସ୍ତ ଶିଶୁ ମାନଙ୍କୁ ସେଉ ବୁନ୍ଦି ଓ ବିସ୍କୁଟ ବାଣ୍ଟନ କରାଯାଇଥିଲା।
