ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଠାରେ “ସେବା ସ୍ଵଧାର ଗୃହ” ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଛି। ଏହା ଚଳିତ ମାସ 13 ତାରିଖ ଠାରୁ 15ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସେବାର ସାଧାରଣ ସମ୍ପାଦକ ଶ୍ରୀ ଅମରେନ୍ଦ୍ର କୁମାର ଦାସ ପରିଜା, ସେବାର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି,ସେବା ସ୍ଵଧାର ଗୃହ ର ତତ୍ତ୍ୱାବଧାରିକା କୁମାରୀ ବନିତା ମଲ୍ଲିକ, ସ୍ଵଧାର ଗୃହର ପରାମର୍ଶଦାତ୍ରୀ ଶ୍ରୀମତି ସରିତା ଆଚାର୍ଯ୍ୟ ଙ୍କ ପ୍ରତକ୍ଷ ତତ୍ବାବଧନରେ ସମ୍ପାଦିତ ହୋଇଥିଲା। ସ୍ୱାଧୀନତା ର 75 ବର୍ଷ ଆନୁକୁଲ୍ୟରେ ସେବା ସ୍ଵଧାର ଗୃହ ତରଫରୁ ଅନ୍ତେବାସୀ ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ, ବକୃତା ଓ ସାଧାରଣ ଜ୍ଞାନ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ସେବା ର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯକ୍ରମ ଅଗଷ୍ଟ ମାସ 15ତାରିଖ ଠାରୁ ଅକ୍ଟୋବର ମାସ 2 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ସୂଚୀ ଅନୁଯାୟୀ ଚାଲୁ ରହିବ। ଶେଷରେ ସେବା ସ୍ୱାଧର ଗୃହ ତରଫରୁ ସମସ୍ତ ଅଂଶଗ୍ରହଣ କରୀ ଓ ବିଚାରପତି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
