ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୬ତମ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜାଦୀର ଅମୃତ ମହୋତ୍ସବ ଅବସରରେ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପ୍ରାଙ୍ଗଣରେ ୭୬ତମ ସ୍ବାଧୀନତା
ଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
ହରେକୃଷ୍ଣ ମୁଦୁଲି, ଜିଲ୍ଲା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ
ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ବିକ୍ରମପୁର ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ
ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବାନ ସାହୁ ଉପସ୍ଥିତ ରହି ଭାରତର
ସ୍ବାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷମାନେ ନିଜ ଜୀବନକୁ ବାଜି ଲଗାଇ
ଭାରତକୁ ସ୍ବାଧୀନତା ଦେଇଥିଲେ ସେମାନଙ୍କ ନାମ ନେଇ ଛାତ୍ରଛାତ୍ରୀ ମାନଙ୍କ
ମଧ୍ୟରେ ଜାତୀୟତା ବାଦର ବିକାଶ ପାଇଁ ଆହ୍ବାନ ଦେଇ ଶହୀଦ ଉଦାମ
ସିଂହଙ୍କ ବୀରତ୍ବର କାହାଣୀ ଶୁଣାଇଥିଲେ ।

ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରାୟ ୮୦୦ ରୁ ଉଦ୍ଧାର୍ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା ସମିତି ସଦସ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ବକଳବନ୍ଧ ଗ୍ରାମର ଆଜାହ୍ନିନ୍ଦ ଫୌଜର ସଦସ୍ୟ ମହାନ ସ୍ବାଧୀନତା ସଂଗ୍ରାମୀ ସ୍ଵର୍ଗତ ଗୋପୀନାଥ ସ୍ବାଇଁଙ୍କ ଧର୍ମପତ୍ନୀ ପନ୍ଦାରୀ ସ୍ବାଇଁ, ତାଙ୍କର ସୁଯୋଗ୍ୟ ସନ୍ତାନ ତଥା ବିଦ୍ୟାଳୟର ଆଚାର୍ଯ୍ୟ ଅକ୍ରୁର ସ୍ବାଇଁ ଓ ତାଙ୍କ ପୁତ୍ର ଜଗନ୍ନାଥ ସ୍ବାଇଁଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା ଏବଂ ସ୍ବତନ୍ତ୍ରତାର ଅମୃତ ମହୋତ୍ସବ ଅବସରରେ ରଙ୍ଗୋଲି କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଅଭିଭାବିକା ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଉପସଭାପତି ଶାନ୍ତନୁ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସାଫଲ୍ୟ ଲାଭ କରିଥିଲା ।

Related posts