ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ନିଆରା ଢ଼ଂଗରେ ପାଳନ କରିଛନ୍ତି ନୟାଗଡ଼ର ପ୍ରମୁଖ ସ୍ଵେଚ୍ଛାସେବୀ ସଂଗଠନ ‘ମା ଫାଉଣ୍ଡେସନ’ ଓ ‘ଆମେ ତେଜସ୍ଵିନୀ’ ଅନୁଷ୍ଠାନ। ରକ୍ଷାବନ୍ଧନ ପର୍ବ ହେଉଛି ପ୍ରେମ, ସ୍ନେହ, ସଂପର୍କର ପ୍ରତୀକ। ରକ୍ଷା କରିବାର ସଂକଳ୍ପର ଦିନ ମଧ୍ୟ ଏହି ପର୍ବ। ସାଂପ୍ରତିକ ସମୟରେ ପରିବେଶର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବା ଆମମାନଙ୍କର ପ୍ରମୁଖ କର୍ତ୍ତବ୍ୟ ଅଟେ। ଏହାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ଉପଲକ୍ଷେ ମା ଫାଉଣ୍ଡେସନର ସଂପାଦକ ରଂଜନ ରଶ୍ମୀ ଜେନା ତଥା ଆମ ତେଜସ୍ଵିନୀର ଆବାହିକା ସ୍ଵୈ।ଦାମିନୀ ସ୍ବାଇଁଙ୍କ ସଂଯୋଜନାରେ ସ୍ଥାନିତ ନାରାୟଣ ପାର୍କ ପରିସରରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପୈ।ର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ସମ୍ମାନିତ ଅତିଥି ଭାବେ ସୁଶ୍ରୀ ସ୍ୱାତୀ ମିଶ୍ର ,ଶରତ ଚନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ପ୍ରାୟ ପଚାଶ ଜଣ ମହିଳା, ଛାତ୍ର -ଛାତ୍ରୀ, ବୁଦ୍ଧିଜୀବୀ ଯୋଗଦେଇ ଗଛକୁ ରାକ୍ଷୀ ବାନ୍ଧିବା ସହ ବୃକ୍ଷର ସୁରକ୍ଷା ପାଇଁ ସଂକଳ୍ପ କରିଥିଲେ। ନିଆରା ଭାବେ ପାଳିତ ଏହି ଉତ୍ସବକୁ ପରିଚାଳନା କରିଥିଲେ ବିଜୟାନନ୍ଦ ମହାପାତ୍ର, ଲକ୍ଷ୍ମୀକାନ୍ତ ରଥ,ବିପ୍ଳବ ସତ୍ୟସୁନ୍ଦର ଦାଶ । ପୈ।ର ପରିଷଦର କାଉନସିଲର ଅଳକା ମଂଜୁରୀ ନାୟକ, ଗୀତାଞ୍ଜଳି ସ୍ୱାଇଁ, ଦିନବନ୍ଧୁ ଗୁରୁଙ୍କ ସମେତ କୃଷକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇ ଗଛରେ ରାକ୍ଷୀ ଵାନ୍ଧିଥିଲେ । କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରାଯିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଗଛକୁ ରାକ୍ଷୀ ବାନ୍ଧି ପାଳିତ ହେଲା ରକ୍ଷାବନ୍ଧନ ଉତ୍ସବ
