ମାନ୍ୟବର ନ୍ୟାୟମୂର୍ତ୍ତିଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ମୁରାହରି ଶ୍ରୀ ରମଣ ନୟାଗଡ଼ର ଅଧିଷ୍ଠାତ୍ରୀଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ। ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ନ୍ୟାୟ ମୂର୍ତ୍ତିଙ୍କ ସହ ତାଙ୍କ ସହଧର୍ମିଣୀଙ୍କୁ ଉତ୍ତରୀୟ ଓ ମା’ଙ୍କ ଫଟୋ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଜିଲ୍ଲା ଦୌରାଜଜ ଆନନ୍ଦ ନାରାୟଣ ମହାରଣା ଓ ଅନ୍ୟାନ୍ୟ ବିଚାରପତିଙ୍କ ସମେତ ଓକିଲ ସଙ୍ଘ ସଭାପତି ଆଇନଜୀବୀ ରଣଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନ୍ୟାୟ ମୂର୍ତ୍ତି ମା’ଙ୍କ ଦର୍ଶନ କରି ଆନନ୍ଦ ପ୍ରକଟ କରିବା ସଂଗେ ସଂଗେ ମନ୍ଦିର ପରିଚାଳନା ସମ୍ପର୍କରେ ସବିଶେଷ ଖବର ନେଇଥିଲେ।

Read More

ପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରୀ, ସମାଜସେବୀ ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ ରାମଙ୍କ ଶ୍ରଦ୍ଧାଞ୍ଜଳି ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ଇଟାମାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ, ବହୁମୁଖି ପ୍ରତିଭାର ଅଧିକାରି, ସମର୍ପିତ ସମାଜସେବୀ, ପ୍ରଗତିଶୀଳ ରାଜନେତା ଓ ଶିକ୍ଷାବିତ୍ ସ୍ବର୍ଗତ ଶ୍ରବଣ କୁମାର ରାମଙ୍କ ଆକସ୍ମିକ ଏବଂ ଅକାଳ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ। ଜଣେ ମେଳାପି ଏବଂ ବନ୍ଧୁ ବତ୍ସଳ ଭାବେ ସେ ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ ବୋଲି ସ୍ୱର୍ଗତ ଶ୍ରବଣ ରାମଙ୍କ ଉଦ୍ଦେଶ୍ୟରେ ଇଟାମାଟି ବଣିକ ସଂଘ ସଭାପତି କିଶୋର ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଇଟାମାଟି ଦୋଳ ମଣ୍ଡପ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟବସାୟୀ, ବୁଦ୍ଧିଜୀବି, ଶିକ୍ଷାବିତ୍, ତଥା ଶ୍ରବଣ ପ୍ରେମୀମାନେ ଯୋଗଦାନ କରି ମତ ବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ଶ୍ରବଣ କୁମାର ରାମ୍ ପିଲାଟି ଦିନରୁ କିପରି ବିହାର ରୁ ଇଟାମାଟି ମାରୱାଡ଼ି ସାହିର ପ୍ରତିଷ୍ଠିତ ବ୍ୟବସାୟୀ ସୁକା…

Read More

ସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟର ସ୍ୱନକ୍ଷେତ୍ର ଉତ୍ସବ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ରୁ ପ୍ରକାଶିତ ସାପ୍ତାହିକ ଓଡ଼ିଆ ଖବର କାଗଜ ଓ ପାକ୍ଷିକ ଇଂରାଜୀ ଖବର କାଗଜ ର ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ରେ ଅନୁଷ୍ଠିତ ହୋଇଯାଇଛି।  ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ  ଜ୍ୟୋତି ରଞ୍ଜନ ସାମନ୍ତରାୟ , ଓଡ଼ିଶା ସାହିତ୍ୟ ଏକାଡେମୀ ର ଜଗତସିଂହପୁର ଜିଲ୍ଲା ସଦସ୍ୟ ଅକ୍ଷୟ କୁମାର ରାଉତ , ଏବଂ ଓଡ଼ଗାଁ ସମବାୟ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସଭାପତିତ୍ବ କରିଥିଲେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ । ଅତିଥି ମାନେ ସାମ୍ବାଦିକତା ର ସ୍ୱରୂପ ଓ ସାମ୍ବାଦିକ ର କର୍ତ୍ତବ୍ୟବୋଧ ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ କବିତା…

Read More

ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକର୍ତ୍ତା ଏବଂ ବ୍ଲକ ଏନଏସି ସଭାପତି ମନୋନୟନ ପ୍ରକ୍ରିୟା ପାଇଁ ଦଳୀୟ ସାଙ୍ଗଠନିକ ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ମାର୍ଗଦର୍ଶନ କ୍ରମେ ନୟାଗଡ଼ ଜିଲ୍ଲାରେ ଦଳୀୟ ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ସାଙ୍ଗଠନିକ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ସଂଗଠନ ସୃଜନ ଦ୍ୱାରା ମନୋନୀତ  ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ଦଳୀୟ ବୈଠକରେ ଜିଲ୍ଲା ବ୍ୟାପି ପ୍ରତ୍ୟେକ ବ୍ଲକ ମୁନିସିପାଲିଟି ଏବଂ ଏନଏସି ରେ ସଭାପତି ଚୟନ ପାଇଁ ଡିସିସି ସଭାପତିଙ୍କ  ନେତୃତ୍ୱରେ ୭ ବରିଷ୍ଠ ନେତୃମଣ୍ଡଳୀ ଙ୍କର ଏକ କମିଟି ଗଠନ କରାଯିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି କମିଟି ଜିଲ୍ଲା ର ପ୍ରତ୍ୟେକ ବ୍ଲକ ଏନଏସି ଗସ୍ତ କରି ବିଭିନ୍ନ ପଞ୍ଚାୟତ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଙ୍କ ସହିତ ଆଲୋଚନା…

Read More

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଡିସେମ୍ବର ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରୀୟଦିନି ଫାଉଣ୍ଡେସନ, ନୟାଗଡ଼ ଦ୍ବାରା ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସର୍ବ ପ୍ରଥମେ ସ୍ଵତନ୍ତ୍ର ଶିଶୁ ମାନଙ୍କ ମଧ୍ୟରେ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସମାଜସେବୀ ଭାଗିରଥି ବାଇ ଏବଂ ଜିଲ୍ଲା ରକ୍ତ ଭଣ୍ଡାରର କାଉନସିଲର ଅଜୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଗଲା। ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ଆଲୋକପାତ କଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ ଡକ୍ଟର…

Read More

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା: ଶିକ୍ଷକର କେବେ ଅବସର ନଥାଏ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ  ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଏପରି ମତବ୍ୟକ୍ତ କରିଥିଲେ।  ଶ୍ରୀମତୀ ମିଶ୍ରଙ୍କର ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷା ପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା,ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା ପିଲାମାନଙ୍କୁ ଆଲୋକମୟ ପଥରେ ଚାଲିବା ପାଇଁ ସାହାଯ୍ୟ କରିବ ବୋଲି  ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ,…

Read More

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରେରଣା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ, ନିୟମିତ ଉପସ୍ଥିତି, ଶିକ୍ଷା ପ୍ରତି ରୁଚି ତଥା ଆତ୍ମବିଶ୍ୱାସ ବୃଦ୍ଧି,ଭବିଷ୍ୟତ ପାଇଁ ପ୍ରସ୍ତୁତି, ନକାରାତ୍ମକ ପ୍ରବୃତ୍ତି ହ୍ରାସ ଏବଂ ଭଲ ଆଚରଣ ଗଠନ ପାଇଁ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ରେ ଅନୁଭବ ଆଧାରିତ ଶିକ୍ଷା କାର୍ଯ୍ୟକ୍ରମ ‘ପ୍ରେରଣା’ ଆୟୋଜିତ ହୋଇଥିଲା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ପୂର୍ବତନ ସଦସ୍ୟ ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ମହମ୍ମଦ ଓମାର ମଲ୍ଲିକ ଯୋଗଦାନ କରି ପିଲାମାନେ କିପରି ଭଲ ମଣିଷ ହୋଇ ଭବିଷ୍ୟତରେ ନିଜର ରୁଚି ଓ ଦକ୍ଷତା ଅନୁଯାଇ କ୍ୟାରିୟର ଗଠନ କରି ପାରିବେ ତାହା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା…

Read More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋଲିଲା କ୍ୟାନସର୍ ପରାମର୍ଶ କକ୍ଷ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି କ୍ୟାନସର୍ ପରାମର୍ଶ କକ୍ଷ ଉଦଘାଟିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ସ୍ପର୍ଶ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୁଲ୍ୟରେ ଏହି ପରାମର୍ଶ କକ୍ଷ ଖୋଲାଯାଇଥିବା ଜଣାପଡ଼ିଛି। ସପ୍ତାହର ପ୍ରତ୍ୟେକ ଶନିବାର ସ୍ପର୍ଶ ହସ୍ପିଟାଲରୁ କ୍ୟାନସର୍ ସ୍ପେଶାଲିଷ୍ଟ ଡାକ୍ତର ରୋଗୀଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲ ସିଏମଡି ଡା. ପ୍ରିୟବ୍ରତ ଧିର, ଡିଜିଏମ୍ ଅସିତ୍ କୁମାର ପ୍ରହରାଜ, ଜିଏମ୍ ସୈାମେନ୍ଦ୍ର ମିଶ୍ରଙ୍କ ସହ ସ୍ଥାନୀୟ କର୍ମଚାରୀ ରବୀନ୍ଦ୍ର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ…

Read More

ବିଶିଷ୍ଟ ନାଟ୍ୟ ସଂଗଠକ ମି.କାଳିଆଙ୍କୁ ଭଞ୍ଜକଳା ମଣ୍ଡପରେ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ  ‘ଚମତ୍କାର’ର ସଭାପତି ତଥା ‘ନାଟ୍ୟଧାରା’ର ସମ୍ପାଦକ ତଥା ନାଟ୍ୟ ସଂଗଠକ ଲକ୍ଷ୍ମୀଧର ମହାପାତ୍ରଙ୍କୁ ଭଞ୍ଜକଳା ମଣ୍ଡପ, ଭୁବନେଶ୍ୱର ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ନାଟକ ମହୋତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉପସ୍ଥିତ ଅତିଥି ମାନେ ଶ୍ରୀ ମହାପାତ୍ରଙ୍କୁ ଜଣେ ସୁଦକ୍ଷ ନାଟ୍ୟ ସଂଗଠକ, ନାଟ୍ୟକାର, ନାଟ୍ୟ ଅଭିନେତା ତଥା ସମାଜସେବୀ ଭାବେ ସମଗ୍ର ଜିଲ୍ଲାରେ  ବେଶ ଜଣାଶୁଣା ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀ ମହାପାତ୍ର  ସମଗ୍ର ନୟାଗଡ଼ ଅଞ୍ଚଳରେ ମି.କାଳିଆ ଭାବେ ସମସ୍ତଙ୍କ ନିକଟରେ ଅତି ପରିଚିତ। ତାଙ୍କରି ପ୍ରଚେଷ୍ଟାରେ ନୟାଗଡ଼ ସହରରେ ପ୍ରତ୍ୟେକ ବର୍ଷ…

Read More

ବିଦ୍ୟାଳୟକୁ ମାଡ଼ି ବସିଛି ଅଙ୍ଗନବାଡି କେନ୍ଦ୍ର, ପାଠପଢା ବିପର୍ଯ୍ୟସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ମଧ୍ୟରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ର ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ପାଠପଢା କାର୍ଯ୍ୟ ଘୋର ବାଧାପ୍ରାପ୍ତ ହେଉଛି। ଅନ୍ୟ ପକ୍ଷରେ ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାଯ୍ୟ ଗତ ଏକ ବର୍ଷ ତଳୁ ଶେଷ ହୋଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରା ଯାଉନାହିଁ। ଏହାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରାଯାଉ ଥିଲେ କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି। ଏପରି ଏକ ଗୁରୁତର ଅଭିଯୋଗ କରିଛନ୍ତି ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ନୂଆ ରାଜବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ମାନେ। ସୂଚନା ଯୋଗ୍ୟ ଯେ ୱାର୍ଡ଼ ନଂ-୧୩ ରେ ଥିବା ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ତାହା ନୂଆ ରାଜବାଟୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଚାଲୁ ରହିଛି। ତେବେ ଏହି ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ…

Read More