ନୟାଗଡ଼,(ନୟାଗଡ଼ ଦର୍ପଣ): ଡିସେମ୍ବର ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରୀୟଦିନି ଫାଉଣ୍ଡେସନ, ନୟାଗଡ଼ ଦ୍ବାରା ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସର୍ବ ପ୍ରଥମେ ସ୍ଵତନ୍ତ୍ର ଶିଶୁ ମାନଙ୍କ ମଧ୍ୟରେ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ଵର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସମାଜସେବୀ ଭାଗିରଥି ବାଇ ଏବଂ ଜିଲ୍ଲା ରକ୍ତ ଭଣ୍ଡାରର କାଉନସିଲର ଅଜୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଗଲା। ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ଆଲୋକପାତ କଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧକ୍ଷ ଡକ୍ଟର ପ୍ରିତମ ମହାପାତ୍ର ସ୍ବାଗତ ଅଭିଭାଷଣ ଦେଇଥିଲେ ଏବଂ ସଂସ୍ଥାର ଉପାଧ୍ୟକ୍ଷ ଡକ୍ଟର କମଳାକାନ୍ତ ରାଉତରାୟ ମଞ୍ଚ ପରିଚାଳନା କରିଥିଲେ।
ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଓ ପ୍ରୀୟଦିନୀ ରେହାବ କେୟାରର ୬ତମ ପ୍ରତିଷ୍ଠା ଦିବସ
