କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି

ମୁନିସିପାଲିଟି ଅଫିସ୍‌ରେ ବିଜେଡି ବୈଠକ ପ୍ରସଙ୍ଗ ନୟାଗଡ଼,(ନୟାଗଡ଼ ଦର୍ପଣ): ଡ୍ରେନେଜ୍ ଉନ୍ନତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିବା ପରେ ଏହାକୁ ନେଇ ବିଜୁ ଜନତା ଦଳ ମହଲରେ ଉତ୍ସାହ ପ୍ରକାଶ ପାଇଛି । ଏନେଇ ଗତକାଲି ବିଜେଡି ପକ୍ଷରୁ ନୟାଗଡ଼ ମୁନିସିପାଲିଟି ସଭାକକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଏହି ସଭାର ଆୟୋଜନ କରିଥିଲେ। ଦଳୀୟ କାର୍ଯ୍ୟକ୍ରମ କିଭଳି ସରକାରୀ କାର୍ଯ୍ୟାଳୟରେ କରାଗଲା ବୋଲି ନୟାଗଡ଼ ବିଜେପି ପ୍ରଶ୍ନ ଉଠାଇଛି। ଏନେଇ ୪୮ଘଣ୍ଟା ମଧ୍ୟରେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଜିଲ୍ଲାପାଳଙ୍କୁ ଫେରାଦ ହେଲା ନୟାଗଡ଼ ବିଜେପି ଅଧିକାରୀ ସ୍ଵାତୀ ମିଶ୍ରଙ୍କୁ ବରଖାସ୍ତ କରିବାକୁ…

Read More

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଦ୍ୱିତୀୟ ସଂଧ୍ୟା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ କଥାକାର ଡ. ଅଜୟ ସ୍ଵାଇଁ, କଥାଶିଳ୍ପୀ ଡ. ଅରବିନ୍ଦ ରାୟ, ସାହିତ୍ୟ ଘର ସଂଯୋଜକ ଡ. ଶୁଭଶ୍ରୀ ଲେଙ୍କା, କବି ଓ ପ୍ରକାଶକ ବନୋଜ ତ୍ରିପାଠୀ ଯୋଗ ଦେଇଥିଲେ। ଫେସବୁକରେ କବିତା ଲେଖି ବହି ପ୍ରକାଶ କରିଦେଲେ କେହି କବି ହୋଇ ଯାଏନି। କବିକୁ ଈଶ୍ୱର ବୋଲି କୁହାଯାଏ ବୋଲି ପ୍ରକାଶକ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲି। ଲେଖକଙ୍କଠାରୁ ବଡ ହେଉଛନ୍ତି ପାଠକ। ସମସ୍ତେ ଲେଖକ ନୁହେଁ, ପାଠକ ହେବା ଆବଶ୍ୟକ ବୋଲି କହିଥିଲେ। ଦୁଃଖ ବେଳେ ବହିର ଆବଶ୍ୟକତା ପଡ଼ିଥାଏ ବୋଲି କହିଥିଲେ। ପାଠକ ଲେଖକକୁ ଈଶ୍ୱରଠାରୁ ଅଧିକ…

Read More

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦ ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବୁଧବାର ଉଦଘାଟିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଦକ୍ଷୀଣକାଳୀ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟକ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଖାତନାମା ସାହିତ୍ୟିକ ଡ. ଗୈାରହରୀ ଦାସ ସମ୍ମାନିତ ଅତିଥି ଭାବେ ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗ ଉଦଘାଟନ କରିଥିଲେ । ନୟାଗଡ଼ ମାଟିରେ ବସ୍ତୁ ଅପେକ୍ଷା ଭାବକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ବୋଲି ମୁଖ୍ୟ ଅତିଥି ଡ. ଦାସ କହିଥିଲେ । ବିଧାୟକ ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ ସମାଜରେ ମହୁମାଛିଙ୍କ ସଂଖ୍ୟା କମ ଓ ମଶାଙ୍କ ସଂଖ୍ୟା ଅଧିକ ବୋଲି କହିଥିଲେ । ଏହା ସହିତ ଅନେକ ଉପାଦେୟ…

Read More

ନୟାଗଡ଼ ଜିଲ୍ଲା ଅମଲା ସଂଘର ଗୁରୁତ୍ୱପୁର୍ଣ୍ଣ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଜିଲ୍ଲା ଅମଲା ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲ୍ଲା କୃଷି ଭବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଅମଲା ସଂଘ ସଭାପତି ବାଳକୃଷ୍ଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଅମଲାମାନଙ୍କ ବିଭିନ୍ନ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିବା ସହିତ ସେମାନଙ୍କ ସମସ୍ୟା ସମାଧାନ କରିବାରେ ସରକାର ବିମୂଖ ରହୁଥିବା ନେଇ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ରାଜ୍ୟ ସରକାର ଅମଲାମାନଙ୍କର ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଏବଂ କମ୍ପ୍ୟୁଟର ଡିପ୍ଲୋମା ଧାର୍ଯ୍ୟ କରିଥିବା ବେଳେ ସେହି ଅନୁଯାୟୀ ସେମାନଙ୍କୁ ୪୨୦୦ ଗ୍ରେଡ ପେ’ରେ ଦରମା ଦେବାପାଇଁ ସଂଘ ଦୀର୍ଘ ଦିନଧରି ଦାବି କରି ଆସୁଅଛି । ମାତ୍ର ସରକାର ବିଗତ ଦିନରେ ରାଜ୍ୟ ଅମଲା ସଂଘ ସହିତ ଆଲୋଚନା…

Read More

ନୟାଗଡ଼ ପାଇଁ ଗୌରବ ଆଣିଲେ ସ୍ବୟଂପ୍ରଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଇକୋନୋମିକ୍ସରେ ଗୋଲଡ଼ ମେଡାଲ ପାଇ ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡର ଝିଅ ସ୍ବୟଂପ୍ରଭା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଗ୍ରାମର ଝିଅ ସ୍ୱୟଂପ୍ରଭା ବେହେରା ଜିଲ୍ଲା ସମଗ୍ର ପାଇଁ ଆଣିଛନ୍ତି ଗୌରବ । ଶ୍ରୀଯୁକ୍ତ ସତ୍ୟବାଦୀ ବେହେରା ଓ ଶ୍ରୀମତି ଜୟନ୍ତୀ ବେହେରାଙ୍କ ଝିଅ ହେଉଛନ୍ତି ସ୍ୱୟଂପ୍ରଭା ବେହେରା । ଭୁବନେଶ୍ବର ରମାଦେବୀ ମହିଳା ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗରେ ଟପ୍ପର ହୋଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଉଦାହରଣ ପାଲଟିଛନ୍ତି ସ୍ୱୟଂପ୍ରଭା ବେହେରା | ସ୍ୱୟଂପ୍ରଭା ପିଲାଟି ଦିନରୁ ଅତି ସରଳ ଏବଂ ମେଧାଵୀ ଛାତ୍ରୀ ଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟର ୨ ୟ ସମାବର୍ତ୍ତନ ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗୋଲଡ଼ ମେଡାଲ ଓ ବୃତ୍ତି ପାଇଛନ୍ତି…

Read More

ଦକ୍ଷିଣକାଳୀ ପଡ଼ିଆରେ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା

ପୁସ୍ତକ ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରୟାସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ପୁସ୍ତକ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ହେବାକୁ ଯାଉଛି ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା । ଏଥିପାଇଁ ଶନିବାର ସଂନ୍ଧ୍ୟାରେ ନୟାଗଡ଼ ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଫେବୃୟାରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନିବାର୍ଯ୍ୟ କାରଣ ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ପଠାଣି ସାମନ୍ତ ଅଡିଟୋରିୟମ ପଡ଼ିଆ ବଦଳରେ ପୁସ୍ତକ ମହୋତ୍ସବ ପୂର୍ବ ନିଷ୍ପତ୍ତି ମୁତାବକ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସଂଖ୍ୟାଧିକ ପୁସ୍ତକ ବିକ୍ରେତା ଓ କ୍ୟାରିୟର କାଉନସେଲିଂ ସଂସ୍ଥା ଏହି କାର୍ଯ୍ୟକ୍ରମରେ ଯୋଗ…

Read More

ନୟାଗଡ ସହର ଶ୍ରୀରାମ ନଗରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ହଜାର ଟଙ୍କା ଚୋରି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହର ମଧ୍ୟରେ ଥିବା ଶ୍ରୀରାମ ନଗରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫୦ହଜାର ଟଙ୍କା ଚୋରି ହୋଇଥିବା ରାଉନ ଥାନାରେ ଅଭିଯୋଗ ହୋଇଛି। ଦିନଦିପହରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ କଳାକନା ବୁଲେଇ ଦେଇଛନ୍ତି। ସୂଚନା ଅନୁସାରେ ଶ୍ରୀରାମ ନଗର କଲୋନୀରେ ରହୁଥିବା ସୁଦାମ ଚରଣ ଜେନା ଏବଂ ତାଙ୍କ ପରିବାର ଲୋକ ଘର ତାଲା ପକେଇ ବାହାରକୁ ଯାଇଥିବା ସମୟରେ ଘର ପଛପାଖ ଗ୍ରିଲ ଭାଙ୍ଗି ଘରେ ପଶିଥିଲେ ଲୁଟେରା। ଚୋରମାନେ ଘରେପଶି ଆଲମିରା ଭାଙ୍ଗି ଆଲମିରାରେ ଥିବା ପାଖାପାଖି ୨ଶହ ୫୦ଗ୍ରାମ ସୁନା ସହ ନଗଦ ପଚାଶ ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଚୋରିହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୨୦ଲକ୍ଷ୍ୟ ହେବ। ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ…

Read More

ନୟାଗଡ ଅବକାରୀ ବିଭାଗକୁ ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଦାମୀ କାର ଓ ଜିପରେ ଗଞ୍ଜେଇ ଫୁଲବାଣୀରୁ ଭାୟା ନୟାଗଡ଼ ଦେଇ ଭୁବନେଶ୍ୱରକୁ ଚୋରା ଚାଲାଣ ବେଳେ ନୟାଗଡ଼ରେ ଜବତ। ଗଞ୍ଜେଇ ବୋଝେଇ କାର ଓ ଜିପ ସହ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ଗଞ୍ଜେଇ ପ୍ୟାକେଟର ଓଜନ ୨୨କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଫୁଲବାଣୀରୁ ଗଞ୍ଜେଇ ଭୁବନେଶ୍ୱରକୁ ଦିନ ବେଳେ ଚୋରା ଚାଲାଣ ହେଉଥିବା ସୁରାକ ପାଇଁ ଅବକାରୀ ବିଭାଗ ପକ୍ଷରୁ ନୟାଗଡ଼ ସହରରେ ଚଢ଼ାଉ କରାଯାଇଥିଲା। ନୟାଗଡ଼ ସହର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡିଲା ଗଞ୍ଜେଇ ବୋଝେଇ କାର ଏବଂ ଜିପ, ଏହା ଭିତରେ ଥିଲା ୨୨କେଜି…

Read More

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆଜି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଉଦଯାପିତ ହୋଇଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ପଟ୍ଟନାୟକ ନୟାଗଡ଼ ଜିଲ୍ଲାପାଳଙ୍କ ସଭାପତିତ୍ବରେ ପାଣି ପଞ୍ଚାୟତର ଆଲୋଚନା ଚକ୍ରକୁ ସଫଳାନ୍ଵିତ କରିଥିଲେ। ଫେବୃଆରୀ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସରକାର ଘୋଷଣା କରିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଏହି ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘାୟୁ କରିବାକୁ କିପରି ମିଳିମିଶି ପାଣିର ସଦ୍ ବିନିଯୋଗ କରିବା ଏବଂ ପାଣିକୁ କିପରି ସଞ୍ଚୟ କରିବା, ଏହାକୁ କୃଷି କ୍ଷେତ୍ରରେ…

Read More

ଭେଙ୍କଟେଶ୍ବର ସ୍କୁଲର ବାର୍ଷିକ ଉତ୍ସବ ଏବଂ ବିଜ୍ଞାନ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଥିବା ଭେଙ୍କଟେଶ୍ବର ସ୍କୁଲର ବାର୍ଷିକ ଉତ୍ସବ ଏବଂ ବିଜ୍ଞାନ ମେଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ତା.୦୪.୦୨.୨୩ ରିଖରେ ବିଜ୍ଞାନ ମେଳା ଅବସରରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ମୁଖ୍ୟ ଅତିଥି ରୁପେ ଯୋଗଦେଇଥିବା ବେଳେ ଏଡିଇଓ ମୁଖ୍ୟ ବକ୍ତା ଏବଂ ମହମଦ୍ ଓମର ମଲିକ ସମ୍ମାନୀତ ଅତିଥି ରୁପେ ଯୋଗଦେଇଥିଲେ। ଏଥିରେ ୮୦ ଜଣ ଛାତ୍ରଛାତ୍ରୀ ଭାଗନେଇ କୁନି ବୈଜ୍ଞାନିକଭାବେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ସେହିଭଳି ଦ୍ୱିତୀୟ ଦିବସ ଅର୍ଥାତ ତା.୦୫.୦୨.୨୩ ରିଖରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଅଶୋକ କୁମାର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ବ୍ଲକ ଚେୟାରମ୍ୟାନ…

Read More