ନୟାଗଡ଼ରେ ରୋଟାରୀ ଇଣ୍ଟରନ୍ୟାସନାଲର ୧୧୮ତମ ଜନ୍ମବାର୍ଷିକୀ ଉତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ୧୯୦୫ ଫେବୃୟାରୀ ୨୩ ରେ ଜନ୍ମଲାଭ କରିଥିବା ରୋଟାରୀ ଇଣ୍ଟରନ୍ୟାସନାଲ ର ୧୧୮ ତମ ଜନ୍ମବାର୍ଷିକୀ ରୋଟାରୀ କ୍ଲବ ନୟାଗଡ଼ରେ ପାଳିତ ହୋଇଯାଇଛି। ରୋଟାରୀ କ୍ଳବ୍ ର ସଭାପତି ପ୍ରବୀର କୁମାର ପୃଷ୍ଟି ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ର ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ନୟାଗଡ଼ ବ୍ଲକର ଉନ୍ନୟନ ଅଧିକାରୀ ଶ୍ରୀ ପଦ୍ମଚରଣ ସା‌ହୁ ଯୋଗ ଦେଇଥିଲେ। ରୋଟାରୀ କ୍ଲବ ସଦସ୍ୟ ଶ୍ରୀଧର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉପସ୍ଥିତ ଅତିଥିମାନଙ୍କୁ ରୋଟାରୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ଅତିଥି ମାନେ ରୋଟାରୀ କ୍ଲବ ର ବିଭିନ୍ନ ଜନହିତକର କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସମାଜ ପ୍ରତି ଥିବା ଦାୟୀତ୍ବ କୁ ରୋଟାରୀ କ୍ଳବ୍ ନିଷ୍ଠାର ସହିତ ପୁରଣ କରିବି ବୋଲି ଆଶା ବ୍ୟକ୍ତ କରିଥିଲେ। ଉକ୍ତ ସଭାରେ ରୋଟାରୀ କ୍ଲବ ର ସମସ୍ତ ସଦସ୍ୟଙ୍କ ସହିତ ନୟାଗଡ଼ ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଆଜିର ଏ‌ହି ଦିବସକୁ ସ୍ମରଣୀୟ କରିବା ପାଇଁ ରୋଟାରୀ ତରଫରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ଆୟୋଜନ କରାଯାଇଥିଲା। ସଭା ପରିଶେଷରେ ରୋଟାରିଆନ ସନ୍ତୋଷ ନାୟକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts