ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ। ବିଭିନ୍ନ ପଞ୍ଚାୟତର ବିଜେପି କର୍ମୀ ବିଜେଡିରେ ହେଉଛନ୍ତି ସାମିଲ। ବିରୋଧୀ ଦଳର ଅନେକ ନେତା ବର୍ତ୍ତମାନ ଶଙ୍ଖନାଦ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀମାନେ ବିଜେଡିରେ ହେଉଛନ୍ତି ସାମିଲ। ନୟାଗଡ଼ ବିକାଶର ସାରଥୀ ହେବାପାଇଁ ଆଗ୍ରହୀ ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲକ୍ଷ୍ମୀପ୍ରସାଦ…
Read MoreCategory: Uncategorized
ଗୋଲେଇ ଛକ ଟ୍ରାଫିକ, ମାଛ ମାର୍କେଟ ଏବଂ ଶୀତଳ ଭଣ୍ଡାର ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ମୁଖ୍ୟ ଟ୍ରାଫିକ ଗୋଲେଇ ଛକ, ଅତ୍ୟାଧୁନିକ ମାଛ ମାର୍କେଟ ଏବଂ ପରିବା ମଣ୍ଡି ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୂଖ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ନୟାଗଡ଼ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ସଭାରେ ବିଧାୟକ ନୟାଗଡ଼ର ଟ୍ରାଫିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଟ୍ରାଫିକ ନିର୍ମାଣ ବେଳେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ନୟାଗଡ଼ ଡିଏଫ୍ଓ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ବନବିଭାଗକୁ ବିଧାୟକ ପ୍ରସ୍ତାବ ଦେଇଥିବା ବିଧାୟକ କହିଥିଲେ । ବିଗତ ଦିନରେ ନୟାଗଡ଼ ଏବଂ ଆଜିର ରୂପାନ୍ତରିତ ନୟାଗଡ଼ ବିଷୟରେ କହିଥିଲେ । ନୟାଗଡ଼ବାସୀଙ୍କ ଅକୁଣ୍ଠ…
Read Moreଭାରତ ବିକାସ ପରିଷଦ କାର୍ଯ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ଭାରତ ବିକାସ ପରିଷଦ, ଏଚ.ଡି.ଏଫ୍.ସି. ବ୍ୟାଙ୍କ, ଇନ୍ଫୋସିଟୀ ଶାଖାର ସହଯୋଗରେ ପି.ଟି.ଏସ. ରୋଡ଼ସ୍ଥିତ ଏହାର କାର୍ଯ୍ୟାଳୟଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡର ବିଶିଷ୍ଟ ସମାଜସେବୀ ଦାମ ସାର, ପରିବେଶବିତ୍ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି, ପରିଷଦର ଅଧ୍ୟକ୍ଷ ହରେକୃଷ୍ଣ ସାହୁ ଓ ଡାକ୍ତର ଦେବିଦତ୍ତ ମିଶ୍ର ପ୍ରଦୀପ ପ୍ରଜ୍ବଳନକରି ଶିବିରକୁ ଉଦଘାଟନ କରିଥିଲେ। ଏହି ଶିବିରରୁ ୧୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମକୁ ପରିଷଦର ସମ୍ପାଦକ ଘନଶ୍ୟାମ ସାହୁ ପରିଚାଳନା କରିଥିଲେ। ଏଥିରେ ରାଜଶ୍ରୀ ପଟେଲ, ସୁବଳ ଚନ୍ଦ୍ର ବେହେରା, ଝିଲିମିଲି ସାହୁ, ଅରୁଣ କୁମାର ମହାନ୍ତି, ସଙ୍ଗୀତା ପଟ୍ଟନାୟକ, ଚିନ୍ମୟ ପୃଷ୍ଟି, ପ୍ରଦୀପ କୁମାର ସାହୁ, ଦିଗମ୍ବର ମହାପାତ୍ର, ଐଶ୍ୱର୍ଯ୍ୟା ପଟ୍ଟନାୟକ, ସମ୍ବିତ ଭଟ୍ଟ, ଦିପ୍ତ୍ତୀମୟୀ ପ୍ରିୟଦର୍ଶିନୀ, ବିଜୟ…
Read Moreପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଶୃତ ନଭବିଜ୍ଞାନୀ ମହାମହପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ୧୮୯ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଏବଂ ପଠାଣି ସାମନ୍ତ ଜନ୍ମଜୟନ୍ତୀ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ପଠାଣି ସାମନ୍ତ ଜୟନ୍ତୀ କମିଟି ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ହରପ୍ରସାଦ ମହାପାତ୍ର, ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ, ଅନାଦି ଚରଣ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ଡ ନିର୍ମଳ ଶୁରଦେଓ, ଶ୍ରୀକାନ୍ତ ପଟ୍ଟନାୟକ, ସାମ୍ବାଦିକ ଗୋକୁଳ ଷଡଙ୍ଗୀ, ଲକ୍ଷ୍ମୀଧର ସାହୁ, କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ, ଗୋଦାବରିଶ…
Read Moreନୟାଗଡ଼ରେ ଅନୁଷ୍ଠିତ ହେଲା ନୟାଗଡ଼ ଜିଲ୍ଲାସ୍ତରୀୟ ସୁରଭି ତଥା କଳା ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ଅନୁଷ୍ଠିତ ହେଲା ନୟାଗଡ଼ ଜିଲ୍ଲାସ୍ତରୀୟ ସୁରଭି ତଥା କଳା ଉତ୍ସବ। ଏହି କାର୍ଯ୍ୟକ୍ରମ ସହ ଓଡ଼ିଶା ମିଲେଟସ୍ ମିଶନ ପ୍ରତିଯୋଗୀତା ମଧ୍ୟ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଉଦଯାପନ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଏସପି ରାହୁଲ ଜୈନ ପ୍ରମୂଖ ଉପସ୍ଥିତ ରହିଥିଲେ । ସୁରଭି ଦ୍ବାରା ଆୟୋଜିତ ପ୍ରତିଯୋଗୀତାରେ…
Read Moreଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଜ୍ଞାନ ମେଳା
ଶରଣକୁଳ,(ନୟାଗଡ଼ ଦର୍ପଣ): ଆଜି ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହ ପ୍ରଦୀପ ପ୍ରଜ୍ବଳନ କରି ମେଳାର ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଆରଧନା ଗୌଡ଼ ଓ ଶିକ୍ଷକ ମାନସ ରଞ୍ଜନ ସାହୁ ପ୍ରକଳ୍ପ ଗୁଡ଼ିକର ରେଜିଷ୍ଟ୍ରେସନ କରି କୁନି ବୈଜ୍ଞାନିକ ମାନଙ୍କୁ ବ୍ୟବସ୍ଥିତ ଭାବେ ଟେବୁଲ ପକାଇ ସଜାଇ ପ୍ରଦର୍ଶନର ବ୍ୟବସ୍ଥା କରାଇଥିଲେ। ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମୋଟରେ ୩୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଥିମଧ୍ୟରୁ ଜୁନିୟର ବର୍ଗରେ ୧୪ଟି ଓ ସିନିଅର ବର୍ଗରେ ୨୧ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଗୋପୀନାଥ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରକାଶ କିଶୋର ପ୍ରଧାନ ଓ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଡି…
Read Moreନୟାଗଡ଼ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଜିଲ୍ଲା ସ୍ତରୀୟ କନଭେନସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜେପି ନେତୃତ୍ୱାଧୀନ କେନ୍ଦ୍ର ମୋଦୀ ସରକାରର ଶ୍ରମିକ ମାରଣ ନୀତି ଓ ଜନ ବିରୋଧୀ ନୀତି ବିରୋଧରେ ଆଜି ସି ଆଇ ଟି ୟୁ ନେତୃତ୍ୱରେ ଆଇ ଏନ ଟି ୟୁ ସି ଏବଂ ଏ ଆଇ ଟି ୟୁ ସି ତରଫରୁ ଏକ ଜିଲ୍ଲା ସ୍ତରୀୟ ମିଳିତ କନଭେନସେନ ନୟାଗଡ଼ ଆଞ୍ଚଳିକ ସମବାୟ ବାଣିଜ୍ୟିକ ସମିତି (RCMS) ସଭା କକ୍ଷରେ ବରିଷ୍ଠ ଶ୍ରମିକ ନେତା ସାଥୀ ବିଶ୍ଵନାଥ ମହାପାତ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ଶ୍ରମିକ ଶୋଷଣ ନୀତି ଓ ପୁଞ୍ଜିପତି ତୋଷଣ ନୀତି କୁ ବକ୍ତା ମାନେ ତୀବ୍ର ନିନ୍ଦା କରିବା ସହ ପ୍ରସ୍ତାବିତ ୧୪ ଟି ଦାବୀ ଉପରେ ପୁଙ୍ଖାନୁ ପୁଙ୍ଖ ରାଜ୍ୟ ନେତା ମାନେ ଆଲୋଚନା କରିଥିଲେ। ୪୪ଟି ଶ୍ରମିକ ଆଇନ କୁ ବାତିଲ କରି…
Read Moreଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ଗାଁ ବ୍ଳକ ଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଭକ୍ତ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମାରୋହ ଏବଂ ଗୁରୁପୂଜନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ସ୍ଵର୍ଗତ ମହାରଣାଙ୍କ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଅନାବରଣ କରାଯାଇଥିଲା । ଅବସର ପ୍ରାପ୍ତ ଶିକ୍ଷକ ଅନାଦି ଚରଣ ମହାନ୍ତିଙ୍କ ଆବାହକତ୍ୱରେ ଏବଂ ପୂର୍ବତନ ଶିକ୍ଷକ ବନମାଳୀ ଦାସଙ୍କ ଅଧ୍ଯକ୍ଷତାରେ ଗୌଡପୁଟ କଲ୍ୟାଣ ମଣ୍ଡପଠାରେ ଭକ୍ତ ରଞ୍ଜନ ସ୍ମୃତି କମିଟି ଦ୍ଵାରା ଆୟୋଜିତ ସାଧାରଣ ସଭାରେ ବିଧାୟକ ଡ଼ଃ ସାହୁ ଯୋଗଦେଇ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କର ନିଷ୍ଠାପର ଗୁରୁଭକ୍ତିର ପରାକାଷ୍ଠା ଦେଖି ସ୍ତମ୍ଭିଭୁତ…
Read Moreପ୍ରମୋସନ ପାଇଁ କ୍ୟାଡର ରୁଲ ପରିବର୍ତ୍ତନ କଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବି.ଏଡ୍ ଶିକ୍ଷକ ସଂଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ନେଇ ଶିକ୍ଷା ବିଭାଗରେ ଛକାପଞ୍ଝା ଲାଗି ରହିଥିବା ବେଳେ ୨୦୧୯-କ୍ୟାଡର ରୁଲର ପରିବର୍ତ୍ତନ ପାଇଁ କିଛି ଶିକ୍ଷକ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ଫଳରେ ଲେବୁଲ-୪ରୁ ଲେବୁଲ-୩କୁ ପ୍ରମୋସନ ପାଇବାକୁ ଥିବା ସ୍ନାତକ ଶିକ୍ଷକମାନେ ଏଥିରୁ ବଞ୍ଚିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ନୟାଗଡ଼ ଜିଲ୍ଲା ବି.ଏଡ୍ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିବା ବେଳେ ଆବଶ୍ୟକ ପଡ଼ିଲେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ପ୍ରମୋସନ ପାଇଁ କ୍ୟାଡର ରୁଲ ତିଆରି କରିଛନ୍ତି । ଏଥିରେ ଶିକ୍ଷାଗତ ଯୋଗ୍ୟତା ଏବଂ ବରିଷ୍ଠତାକୁ ଆଧାର କରି ପ୍ରମୋସନ ପାଇଁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଲେବୁଲ-୪ରୁ ଲେବୁଲ-୩ କୁ ପ୍ରମୋସନ…
Read Moreଆସନ୍ତା ୧୩ ତାରିଖ ଦିନ ନୟାଗଡ଼ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୧୩ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ପ୍ରତ୍ୟେକ ବିବାଦର ସହଜ ଏବଂ ଆପୋଷ ସହମତିରେ ସମାଧାନ ପାଇଁ ଲୋକ ଅଦାଲତର ସହାୟତା ନେବା ପାଇଁ କୁହାଯାଇଛି । ବିଚାରପତିମାନେ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞ୍ଜିକୃତ ହୋଇଥିବା ଦେୱାନୀ, ଫୌଜଦାରୀ, ପାରିବାରିକ, ମୋଟର ଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ ଜନିତ ମାମଲାଗୁଡ଼ିକର ଫଇସଲା କରିବେ। ଦରିଦ୍ର, ନିଷ୍ପେସିତ ଓ ଅବହେଳିତ ତଥା ଗ୍ରାମାଞ୍ଚଳର ଲୋକମାନେ ଏହି ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମା ଗୁଡ଼ିକର ଫଇସଲା କରାଯିବ । ଏହାର ସୁବିଧା ଲୋକମାନେ ନେଇ ଅଧିକରୁ ଅଧିକ ଉପକୃତ ହୋଇ ପାରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ…
Read More