ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧି କରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଏ ବର୍ଷର ଶେଷ ତଥା ଚତୁର୍ଥ ରାଷ୍ଟ୍ରୀୟ
ଲୋକ ଅଦାଲତ ଆସନ୍ତା ୧୪ ଡିସେମ୍ବରରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧିନ ମାମଲା ଯଥା ଦେୱାନୀ ଓ ଫୌଜଦାରୀ (ସାଲିସ ଯୋଗ୍ୟ) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍, ଜଳଯୋଗାଣ,ପାରିବାରିକ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆପୋଷ ସହମତି ଭିତରେ ସମାଧାନ କରାଯାଇ ପାରିବ ବୋଲି ୨ଦିନ ଧରି ନ୍ୟାୟ ସହଯୋଗୀ ମିତ୍ର ପ୍ରଫୁଲ୍ଲ କୁମାର
ବେହେରା, ରମେଶଚନ୍ଦ୍ର ବେହେରା, ଜିନୁ ସାହୁ, ମାନସରଞ୍ଜନ ବଳବନ୍ତରାୟ, ମମତା ବେହେରା, ଲିପ୍ସା ଦାସ, ପ୍ରାମୋଦ କୁମାର ମହାନ୍ତ ଏବଂ ଆଇନ୍ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ନୟାଗଡ଼ ଜିଲ୍ଲାର ସଦର ମହକୁମା, ବ୍ଲକ୍, ପଞ୍ଚାୟତ, ଗ୍ରାମରେ ପ୍ରଚାରପତ୍ର ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରି ଜନସାଧାରଣଙ୍କୁ ଏହାର ସୁଯୋଗ ନେବାକୁ ସଚେତନ କରାଇଛନ୍ତି।