ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ଘରେ ଘରେ ପରିଚିତ ତଥା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧାର ଖବର ପ୍ରସାରଣ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ପାକ୍ଷିକ ଖବର କାଗଜ ନୟାଗଡ଼ ଦର୍ପଣ ତା’ର ୱେବ ପୋର୍ଟାଲ www.nayagarhdarpan.com ଆରମ୍ଭ କରିଛି। ଆଜି ପବିତ୍ର ରଥ ଯାତ୍ରା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ “ନୟାଗଡ଼ ଦର୍ପଣ” ୱେବ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ…
Read MoreCategory: ଗଣିଆ ବ୍ଲକ
ଗଣିଆ ତହସିଲଦାରଙ୍କ କାର୍ଯ୍ୟାଳୟରେ ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ
ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଅପରାର୍ହ୍ନରେ ତହସିଲଦାର ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଣିଆ ବ୍ଲକରେ ଚଳିତବର୍ଷ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ, ଗଣିଆ ଥାନା ଏଏସଆଇ ପ୍ରମୋଦ କୁମାର ନନ୍ଦ ଯୋଗଦେଇଥିଲେ। କୋଭିଡ କଟକଣାକୁ ଆଖି ଆଗରେ ରଖି କେବଳ ସେବାୟତମାନଙ୍କୁ ନେଇ ଶ୍ରୀ ଜୀଉଙ୍କ ରୀତିନୀତି ପାଳନ କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା। ରଥଯାତ୍ରା ସମୟରେ ରଥ ଟଣା ହେବନାହିଁ କି ଶ୍ରୀଜୀଉଙ୍କୁ ବାହାରକୁ ଅଣାଯିବ ନାହିଁ। ସର୍ବସାଧରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ମନ୍ଦିର ସାମ୍ନା ଗେଟ ସମ୍ପୂର୍ଣ୍ଣ ବନ୍ଦ କରି ଯାତ୍ରା ସମୟର ସମସ୍ତ ନୀତିକାନ୍ତି ପାଳନ କରାଯିବ। ବିନା ଭକ୍ତରେ କେବଳ ପାରମ୍ପରିକ…
Read Moreଦଶପଲ୍ଲା ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ଗଣିଆ,(ନୟାଗଡ଼ ଦର୍ପଣ):- ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୃତଙ୍ଗ ନଦୀର ଦକ୍ଷିଣପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଡଙ୍କାରିସାହି ମହାନଦୀ ଦକ୍ଷିଣ ପାର୍ଶ୍ଵ ବନ୍ଧର ସୁରକ୍ଷା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଧୋବାବୁରେଇ ଠାରୁ ରାଇଗାଡ଼ିଆ ପଯ୍ୟନ୍ତ ବୃତଙ୍ଗ ନଦୀର ବାମ ପାର୍ଶ୍ଵ ବନ୍ଧର ସୁରକ୍ଷାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପରେ ଛାମୁଣ୍ଡିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟିତ କରିଥିଲେ। ପରେ କୁମ୍ଭୀରଖଣି ଠାରେ କ୍ଲବ ଘରର ଭିତ୍ତିପ୍ରସ୍ତର ସ୍ଥାପନ ଓ ଛାମୁଣ୍ଡିଆ ଠାରେ କ୍ଲବ ଘରର ଭିତ୍ତିଭୂମି ସ୍ଥାପନ କରିଥିଲେ । ଏହି ମାରାଥନ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ…
Read Moreଜିଲ୍ଲା ପ୍ରଶାସନର ଢିଲା ଶାସନ ବିରୋଧରେ କଳାବ୍ୟାଚ ପିନ୍ଧି କଳାଦିବସ ପାଳନ କଲା ଗଣିଆ ପ୍ରେସ କ୍ଳବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଅବକାରୀ ବିଭାଗ ଏସ.ଆଇ ଧନଞ୍ଜୟ ପାତ୍ରଙ୍କୁ ଗିରଫ ତଥା ନିଲମ୍ବନ କରାଯିବାର ଦାବିକୁ ନେଇ ନୟାଗଡ଼ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ଧାରଣାକୁ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସମର୍ଥନ କରିଛି। ଉତ୍କଳ ସାମ୍ବାଦିକ ସଂଘର ସଭାପତି ରବିବାର ଦିନ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ନିକଟରେ କରାଯାଇଥିବା ଶାନ୍ତିପୂର୍ଣ୍ଣ ଧାରଣା ସ୍ଥଳରେ ପଂହଁଚି ଧାରଣାରେ ବସିଥିଲେ। କିନ୍ତୁ ଜିଲ୍ଲାପାଳ ସମସ୍ତ ସାମ୍ବାଦିକଙ୍କ ସାମନାରେ କୌଣସି ଦାବୀ ଗ୍ରହଣ କରିବେନି ବୋଲି ବକ୍ତବ୍ୟ ରଖିଥିବା ସହିତ ଏକ ଦଶଜଣିଆ କମିଟିକୁ କାର୍ଯ୍ୟାଳୟକୁ ଡକାଇଥିଲେ। ଏକ ପନ୍ଦର ଜଣିଆ ସାମ୍ବାଦିକ କମିଟିକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସନ୍ଧ୍ୟା ୫ଘଟିକାରେ ବୈଠକରେ ବୁଧବାର ଦିନ ପର୍ଯ୍ୟନ୍ତ ମହଲତ ମାଗିଛନ୍ତି କୌଣସି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏବଂ ନୟାଗଡ଼ ଏସ୍ପି ଉକ୍ତ ବିଷୟକୁ ନେଇ ଧନଞ୍ଜୟଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଥିବା…
Read More“ୟଶ” ଏବଂ “କରୋନା”କୁ ନେଇ ଜିଲ୍ଲା ପ୍ରଶାସନର ବୈଠକ
ନୟାଗଡ଼: ନୟାଗଡ ଜିଲ୍ଲାରେ ଅବଶ୍ୟମ୍ଭାବୀ ବାତ୍ୟା “ୟଶ” ଓ ଜିଲ୍ଲାରେ କ୍ରମାଗତ ଭାବରେ ବଢି ଚାଲିଥିବା କାରୋନା ସଂକ୍ରମଣର ପ୍ରତିରୋଧ ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରିକୃତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ଦ୍ଵାରା ଘରକୁ ଘର ସର୍ଭେ କାର୍ଯ୍ୟର ଉତ୍ତମ ପରିଚାଳନାକୁ ନିଶ୍ଚିତ କରାଇବା ନିମନ୍ତେ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବି.ଡି.ଓ. ଏବଂ ସ୍ବେଚ୍ଛାସବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମସ୍ତ ସି.ଡି.ପି.ଓ, ସୁପରଭାଇଜର ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯଥାକ୍ରମେ ଅପରାହ୍ନ ୧ଘଟିକା ଏବଂ ୪ଘଟିକା ସମୟରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଗତ ଦିନରେ “ଅମ୍ଫାନ” ଓ “ଫନି” ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନ ଗୁଡିକକୁ ପ୍ରାଧାନ୍ୟ ଦେଇ ସେ ସବୁ ସ୍ଥାନର ଲୋକ ମାନଙ୍କୁ ସ୍ଥାନାନ୍ତର ବ୍ୟବସ୍ଥା…
Read Moreନଳକୂପ ଅଚଳ; ମିଳୁନି ପାନୀୟଜଳ
ଗଣିଆ: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ଦିନ ୯ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି। ଅସହ୍ୟ ତାତି ସାଙ୍ଗକୁ ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି। କରୋନା କଷ୍ଟ ସାଙ୍ଗକୁ ଜଳକଷ୍ଟ ଆହୁରି ଯନ୍ତ୍ରଣା ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଣିଆ ମାଉସୀମା ମନ୍ଦିର ସାହିରେ। ସେଠାରେ ପ୍ରାୟ ୧୦ଟି ପରିବାରର ୪୦ରୁ ଅଧିକ ଲୋକ ବାସ କରନ୍ତି । ବର୍ଷ ସାରା ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗାଁକୁ ପାଇପ ଯୋଗେ ଜଳଯୋଗାଣ ହୋଇ ପାରି ନଥିବା ବେଳେ ଭରସା ଗୋଟିଏ ମାତ୍ର ନଳକୂପ ଉପରେ। ଦୀର୍ଘ ଦିନ ହେବ ଉକ୍ତ ନଳକୂପରୁ ପାଣି ବାହାରୁ ନାହିଁ । ଲୋକେ ବଜାରରେ ଥିବା…
Read Moreକର୍କଟ ରୋଗରେ ସ୍ୱାମୀଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟାଙ୍କୁ ମିଳିଲା ସହାୟତା
ଗଣିଆ: ଗଣିଆ ଦଶିପୁର ଗ୍ରାମର ଜଣେ ପରିବାର ମୁଖ୍ୟଙ୍କ କର୍କଟରେ ମୃତ୍ୟୁ ପରେ ଛୋଟ ଛୋଟ ଝିଅଙ୍କୁ ନେଇ ମୃତକଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଅଭାବରେ ଦିନ କାଟୁଥିବା ବେଳେ ମିଳିଲା ସହାୟତାର ହାତ। କର୍କଟରେ ପରିବାର ମୁଖ୍ୟଙ୍କ ମୃତ୍ୟୁ ପରେ ଲଷ୍ମୀପ୍ରିୟା ଅଭାବ ଅନଟନରେ ଚଳୁଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ସଂଗଠନ, ସାମାଜିକ କର୍ମୀ ଓ ଗ୍ରାମବାସୀ ଉକ୍ତ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି। ଏହି କ୍ରମରେ ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ ଅଧକ୍ଷ ଶେଷଦେବ ସ୍ବାଇଁ, ସାମାଜିକ କର୍ମୀ ଅଜୟ କୁମାର ଲେଙ୍କା ଓ ଦଣ୍ଡଧର ଦାସ ପ୍ରମୁଖ ଦଶୀପୁର ଗ୍ରାମରେ ପହଞ୍ଚି ଯୋଗାଡ଼ କରିଥିବା ୨୦ ହଜାର ଟଙ୍କା ଅର୍ଥ ମୃତକଙ୍କ ପତ୍ନୀକୁ…
Read Moreଲକଡାଉନକୁ କଡ଼ାକଡ଼ି କଲା ଗଣିଆ ପୋଲିସ
ଗଣିଆ: କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ସରକାରଙ୍କ ଗାଇଡ଼ଲାଇନକୁ ମାନି ଚଳିତ ବର୍ଷର ପ୍ରଥମ ଲକଡାଉନକୁ ଗଣିଆରେ କଡ଼ାକଡ଼ି କରାଯାଇଥିଲା। ଗଣିଆ ପୋଲିସ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିଥିବା ବେଳେ ସାମାଜିକ ଦୂରତା ରଖି ନିଜ ନିଜର ସଉଦା କିଣିବା ପାଇଁ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗ୍ରୋସରି, ପରିବା ଦୋକାନ ଖୋଲା ଯାଇଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଗଣିଆ ବଜାର ସମେତ ମୁଖ୍ୟ ମୁଖ୍ୟ ସ୍ଥାନମାନଙ୍କରେ ପୋଲିସ ବନ୍ଧୁ ସଜାଗ ଥିଲେ। ସୂଚନା ଅନୁସାରେ, ମେ ୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ରହିବ ଏହି ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଗାଇଡ଼ଲାଇନ…
Read More