ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସଚେତନତା ସଭା ଏବଂ ପିପିଲି ଚାନ୍ଦୁଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ଗାଁ ପାଳିଟେକନିକ ଅଧ୍ୟକ୍ଷ ସୂର୍ଯ୍ୟମଣୀ ସାହୁ, ସମ୍ନାନୀତ ଅତିଥି ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଭୁ ଭୂଷଣ ମିଶ୍ର, ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଏବଂ ବିଦ୍ୟାଳୟ ଅଭିଭାବକ କମିଟି ବିକ୍ରମ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଗୋଦାବରୀ ବସନ୍ତିଆ ସଂଯୋଜନା କରିଥିଲେ। ଏହି ଅବସରରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର…
Read MoreCategory: ନୟାଗଡ଼ ବ୍ଲକ
‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜୋନସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଖଣ୍ଡପଡା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡ଼ା ଏବଂ ଭାପୁର ବ୍ଲକର ପ୍ରତିଯୋଗୀ ମାନଙ୍କୁ ନେଇ ଅନୁଷ୍ଠିତ ଜୋନ୍ ସ୍ତରୀୟ ପ୍ରତିଯୋଗିତାକୁ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁକିଶୋର ସିଂ ସାମନ୍ତ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ସହିତ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଡ.ବିଜୟ ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍ଘାଟନୀ ସଭାରେ ସଙ୍ଗୀତଧାରାର ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ ସଙ୍ଗୀତଧାରାର ଆଭିମୁଖ୍ୟ ଏବଂ ପ୍ରତିଯୋଗିତାର ନିୟମାବଳୀ ତଥା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଉଦଘାଟନୀ ସଭାରେ ଅନ୍ୟତମ ଅତିଥି ଭାବେ ସମାନ୍ତ ଚନ୍ଦ୍ରଶେଖର ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ରଥ ଯୋଗଦାନ କରିଥିବା ବେଳେ ସମ୍ପାଦକ…
Read Moreଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ପଡିଆରେ ମା’ ଦକ୍ଷିଣକାଳୀ ଭଲିବଲ କ୍ଲବ ଆନୁକୂଲ୍ୟରେ ଚତୁର୍ଥ ଶୁଭମ ମେମୋରିଆଲ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି। ଏହି ଅବସରରେ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଷ୍ଟଦିବଶୀୟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଡିସେମ୍ବର ୧୬ତାରିଖରୁ ୨୩ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରୁ ୮ଗୋଟି ଦଳ ଅଂଶଗ୍ରହଣ କରିବେ ବୋଲି କ୍ଳବର ସଭାପତି ରାଜା ପଟ୍ଟନାୟକ ଓ ସମ୍ପାଦକ ମାନସ ପ୍ରୀତମ ସୂଚନା ପ୍ରଦାନ କରିଛନ୍ତି। ପୁରୁଣା ସହରର ବହୁ ବ୍ୟକ୍ତି ଏବଂ ଯୁବ ଖେଳାଳୀଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ଦିବସ ଖେଳରେ କୋମଣ୍ଡ ଭଲିବଲ ଆସୋସିଏସନ ଏବଂ ଭାଟସାହି ଭଳିବଲ ଆସୋସିଏସନ ମଧ୍ୟରେ ଖେଳ ହୋଇଥିବା ଜଣାପଡ଼ିଛି।
Read Moreଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ନୟାଗଡ଼ ଜିଲ୍ଲାସ୍ତରୀୟ କ୍ରୀଡା ସମାରୋହ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ନୟାଗଡ଼ ଜିଲ୍ଲାସ୍ତରୀୟ କ୍ରୀଡା ସମାରୋହ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟର କୁନି କୁନି ଶିଶୁ ଖେଳାଳୀ ମାନଙ୍କ ଦ୍ବାରା ଏହି କ୍ରୀଡା ସମାରୋହରେ ୨୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସକାଳ ୧୦ଟାରେ ନୟାଗଡ଼ ଜିଲ୍ଲା କ୍ରୀଡା ଅଧିକାରିଣୀ ଶ୍ରୀମତୀ ସୁଜାତା ସାହୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ମଶାଲ ପ୍ରଜ୍ବଳନ ପୂର୍ବକ ପତାକା ଉତ୍ତୋଳନ କରି କ୍ରୀଡା ସମାରୋହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହେବାକୁଯାଉଥିବା ଭାରତର ସର୍ବବୃହତ ଇନଡୋର ଷ୍ଟାଡିୟମ ଓ ନୟାଗଡ଼ ଜିଲ୍ଲା ଷ୍ଟାଡିୟମ ପଡିଆରେ ନିର୍ମାଣ ଚାଲିଥିବା ଇନଡୋର ଷ୍ଟାଡିୟମ ବିଷୟରେ ସୂଚନା ଦେବା…
Read Moreନୟାଗଡ଼ରୁ ୪ଜଣ ସାଇକେଲ ଚୋର ଗିରଫ, ୨୬ସାଇକେଲ ଜବତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଟାଉନ ପୁଲିସ ୨୬ଟି ଚୋରା ସାଇକେଲ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ଅଲେଖ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସଠାରୁ ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଡିମିରିପାଟଣା ଗ୍ରାମର କୁମର ସାହୁ, ପ୍ରଶାନ୍ତ କୁମାର ନାୟକ, ବାଲୁଗାଁ ପଞ୍ଚାୟତ ନୂଆକଣ୍ଟାବଣିଆ ଗ୍ରାମର ହରେଶ ସ୍ବାଇଁ ଓରଫ ମନୁଆ ବୋଲି ସୂଚନା ମିଳିଛି। ଗତ ୧୧ ତାରିଖ ନୟାଗଡ଼ ସହର ଓଡଗାଁ ଛକ ଜିନିୟସ ସୋରୁମ ସାମ୍ନାରୁ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରୀ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ…
Read Moreସମସ୍ତ ଶିଶୁଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟରେ ଯତ୍ନର ମାନକାବଳୀ ନିମନ୍ତେ ଏକଦିବସୀୟ କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ଥିବା ୪ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟରେ ଯତ୍ନର ମାନକାବଳୀ ନିମନ୍ତେ ଏକଦିବସୀୟ କର୍ମଶାଳା ଡ଼ି.ପିଆରସି ସମ୍ମିଳନୀ କକ୍ଷରେଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଶିଶୁମଙ୍ଗଳ ସମିତିର ସଦସ୍ୟ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନ ଓ ଶିଶୁ ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଅଧିନିୟମ-୨୦୧୨, କିଶୋର ନ୍ୟାୟ ଆଇନ-୨୦୧୫ ଅଧିନସ୍ଥ ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟରେ ଯତ୍ନର ମାନକାବଳୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପ୍ରଶାନ୍ତ ପାଲଟା ସିଂ ପ୍ରୋଜେକ୍ଟ ଡାଇରେକ୍ଟର ସଂଯୋଗ, କଟକ ରିସୋର୍ସ ପର୍ସନଭାବେ ଯୋଗଦେଇ ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟରେ ଯତ୍ନର ମାନକାବଳୀ କିଭଳି ଭଲ ଭାବେ ପାଳନ…
Read Moreସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଧୁମ୍ ଧାମ୍ ରେ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ୧୨ ଓ ୧୩ ଡିସେମ୍ବର ଦୁଇ ଦିନ ଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ୧୨ ତାରିଖ ପ୍ରାତଃ ସମୟରେ କ୍ରୀଡ଼ା ଉତ୍ସବର ମଶାଲ ଦୁର୍ଗାପ୍ରସାଦ ଜଳେଶ୍ଵର ଠାକୁରଙ୍କ ଠାରେ ପୁଜାର୍ଚ୍ଚନା ପରେ ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ କରକମଳରେ ଛାତ୍ରଛାତ୍ରୀଙ୍କ ହସ୍ତାନ୍ତର କରାଯାଇଥିଲା l ପରେ ପରେ ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ମଶାଲ ଶୋଭାଯାତ୍ରା ଦୁର୍ଗାପ୍ରସାଦ ଓ ସିନ୍ଦୁରିଆ ଗ୍ରାମ ପରିକ୍ରମା କରିଥିଲା l ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଜିତେନ୍ଦ୍ର କୁମାର ଗୁରୁ, ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ, ବରିଷ୍ଠ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ରଶ୍ମୀ ରଞ୍ଜିତା ବେହେରା ଓ ମଧୁସ୍ମିତା ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି…
Read Moreସାଇ ମନ୍ଦିରରେ ଲୋକାର୍ପିତ ହେଲା ସାଇଭଜନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁରସ୍ଥ ସାଇ ମନ୍ଦିର ପରିସରରେ ଏକ ସାଇ ଭଜନ ଲୋକାର୍ପିତ ହୋଇଯାଇଛି। ଭଜନଟିକୁ ଗୀତିକାର ଡ. ରାଜେନ୍ଦ୍ର ପ୍ରସାଦ ପାଢ଼ୀ ରଚନା କରିଥିବା ବେଳେ ଗୀତର ସ୍ବର ସଂଯୋଜନା ଓ କଣ୍ଠ ଦାନ କରିଛନ୍ତି କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ । ଶ୍ରୀ ସୃଜନ ଦ୍ୱାରା ପ୍ରସ୍ତୁତ ଏହି ଭଜନ ଲୋକାର୍ପଣ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଲକ୍ଷ୍ମୀଧର ସାହୁ, ଲକ୍ଷ୍ମୀଧର ମହାପାତ୍ର, କାଦମ୍ବିନୀ ମହାପାତ୍ର, ଦିଲ୍ଲୀପ ସାହୁ, ପ୍ରଦୀପ କୁମାର ସାହୁ, ଅମିୟ କରଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି ଶ୍ରଦ୍ଧା ପ୍ରକଟ କରିଥିଲେ। ଗୀତଟି ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବରେ ଉପଲବ୍ଧ ହୋଇଥିବା ବେଳେ ଏହା ବେଶ ଲୋକପ୍ରିୟ ହେବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।
Read Moreପଠାଣି ସାମନ୍ତଙ୍କ ଜୟନ୍ତୀ ସମାରୋହ, ଦାଶ ବେନହୁରଙ୍କୁ ‘ନୟାଗଡ଼ ଗୌରବ’
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଶୃତ ନଭବିଜ୍ଞାନୀ ମହାମହପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ୧୮୯ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏବଂ ଭାରତ ସରକାରଙ୍କ ପ୍ରାକ୍ତନ ଗଣମାଧ୍ୟମ ଉପଦେଷ୍ଟା ଡ ଉମାକାନ୍ତ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର କୃତୀ ସନ୍ତାନ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ନୟାଗଡ଼ ସ୍ୱୟଂ ଶାସିତ…
Read Moreଦଶପଲ୍ଲାକୁ ୭ ଦିନ ଭିତରେ ରେଳ ଚଲାଅ, କଂଗ୍ରେସର ଆନ୍ଦୋଳନ ଧମକ
ରେଲୱେ ଡିଆରଏମଙ୍କୁ ସ୍ମାରକପତ୍ର ଦେଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ଦଶପଲ୍ଲାକୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି। ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୭ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି। ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ ତେବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କଂଗ୍ରେସ କାର୍ଯ୍ୟକର୍ତା ମାନେ ମହୀପୁର ଏବଂ କୋରଡ଼ା ରେଳ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ…
Read More