ସମସ୍ତ ଶିଶୁଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟରେ ଯତ୍ନର ମାନକାବଳୀ ନିମନ୍ତେ ଏକଦିବସୀୟ କର୍ମଶାଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ଥିବା ୪ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟରେ ଯତ୍ନର ମାନକାବଳୀ ନିମନ୍ତେ ଏକଦିବସୀୟ କର୍ମଶାଳା ଡ଼ି.ପିଆରସି ସମ୍ମିଳନୀ କକ୍ଷରେ
ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଶିଶୁମଙ୍ଗଳ ସମିତିର ସଦସ୍ୟ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନ ଓ ଶିଶୁ ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ଯତ୍ନ) ପ୍ରମୁଖ ଯୋଗଦେଇ ଶିଶୁମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା ଅଧିନିୟମ-୨୦୧୨, କିଶୋର ନ୍ୟାୟ ଆଇନ-୨୦୧୫ ଅଧିନସ୍ଥ ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟରେ ଯତ୍ନର ମାନକାବଳୀ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପ୍ରଶାନ୍ତ ପାଲଟା ସିଂ ପ୍ରୋଜେକ୍ଟ ଡାଇରେକ୍ଟର ସଂଯୋଗ, କଟକ ରିସୋର୍ସ ପର୍ସନଭାବେ ଯୋଗଦେଇ ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ଓ ସ୍ବତନ୍ତ୍ର ବିଦ୍ୟାଳୟରେ ଯତ୍ନର ମାନକାବଳୀ କିଭଳି ଭଲ ଭାବେ ପାଳନ କରାଯିବ ଓ ସମସ୍ତ ରେଜିଷ୍ଟର ଗୁଡିକୁ ନିର୍ଭୁଲ ଭାବେ ଲେଖାଯାଇ
ପାରିବ ସେଥିନିମନ୍ତେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୩୫ଜଣ କର୍ମକର୍ତ୍ତା ଯୋଗଦେଇଥିଲେ। ପରିଶେଷରେ ସତ୍ୟ ରଞ୍ଜନ ଦାଶ ଶିଶୁ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts