ନୟାଗଡ଼ରେ ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆରେ ଫାଓ, କଟକ, ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ଅଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଚମ୍ପିୟାନସିପ ସୋମବାର ସକାଳ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ପ୍ରଥମ ମ୍ୟାଚଟି ମର୍ଣ୍ଣିଙ୍ଗ ସ୍ପୋର୍ଟ୍ସ କ୍ଲବ ନୟାଗଡ଼ ଏବଂ ପୋଲ ଷ୍ଟାରସ ସ୍ପୋର୍ଟ୍ସ ରାଜପଟଣା ମଧ୍ୟରେ ଖେଳାଯାଇ ଉଭୟ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବାରୁ ଖେଳ ଅମୀମାଂଶିତ ରହିଥିଲା। ସେହିପରି ଅପରାହ୍ନରେ ଖେଳା ଯାଇଥିବା ଦ୍ଵିତୀୟ ମ୍ୟାଚକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଉଦ୍ଘାଟନ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ ଟି ୟୁଥ ସ୍ପୋର୍ଟ୍ସ କ୍ଲବ ବାଇଗୁଣିଆ ଏବଂ ମଧୁକେଶ ଅଥଲେଟିକ କ୍ଲବ…

Read More

ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ତଥା ଗଣଧାରଣା ଚେତାବନୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ଆଗାମୀ ମଇ ୧୧ ତାରିଖ ଦିନ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ଗଣ ଧାରଣା ଚେତାବନୀ ଦେଇଛି। ବାରମ୍ବାର ଦାବି ପରେ ଗତ ଜାନୁଆରୀ ମାସରୁ ଦଶପଲ୍ଲା-ପୁରୀ ପାସେଞ୍ଜର ଟ୍ରେନକୁ ବଦଳାଇ ମେମୁ ଟ୍ରେନ ପ୍ରଚଳନ କରିବା ପାଇଁ ପୂର୍ବତଟ ରେଳ ପକ୍ଷରୁ ନଭେମ୍ବର ୧୪ ତାରିଖ ୨୦୨୪ ମସିହାରେ ଚିଠି ନଂ-୪୭୫ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ତେବେ ଏହା ମଧ୍ୟରେ ୩ ମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ମେମୁ ଟ୍ରେନ ଚାଲିଲା ନାହିଁ। ଏହାକୁ ନେଇ ତୀବ୍ର ପ୍ରତିବାଦ କରିଛି ନୟାଗଡ଼ ନାଗରିକ ମଞ୍ଚ। ନୟାଗଡ଼ ଜିଲ୍ଲାର ରେଳଯାତ୍ରୀ ମାନଙ୍କ ସର୍ବନିମ୍ନ ସୁବିଧା ପ୍ରତି ରେଳ ବିଭାଗ ଆଖି ବୁଜି ଦେଇଥିବା…

Read More

ଓଡଗାଁରେ ରାମ ନବମୀ ପାଇଁ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଭାରତୀୟ ଜୁନିଅର୍ ରେଡ୍ କ୍ରସ୍ ସଂସ୍ଥା, ନୟାଗଡ଼ ଜିଲ୍ଲାର  ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ଆନୁକୁଲ୍ୟରେ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଶ୍ରୀ ଶ୍ରୀ ରଘୁନାଥ ପୀଠଙ୍କ ଠାରେ ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ଓ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ, ଓଡ଼ଗାଁର ଜୁନିଅର୍ ରେଡ୍ କ୍ରସ୍ ଏହି ସେବା କାର୍ଯ୍ୟର ଆୟୋଜନ କରିଥିଲା। ଏଥିରେ ନୟାଗଡ଼ ଜିଲ୍ଲା ଜୁନିଅର୍ ରେଡକ୍ରସ୍ ଅଧିକାରୀ ଘନଶ୍ୟାମ ରାଉତ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୀଲ କୁମାର ଦାସ ଏବଂ କାଉନସିଲର ଫାଷ୍ଟ ଏଡର, ଗୋସ୍ବାମୀ ଦାସ, ପରମାନନ୍ଦ ଦଳାଈ, ଡକ୍ଟର ପ୍ରତାପ କୁମାର ପରିଡ଼ା ଦେବରାଜ ସ୍ୱାଇଁ, ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜୁନିଅରମାନଙ୍କୁ ଉତ୍ସାହିତ…

Read More

ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତାଙ୍କ ଶପଥପାଠ ସମାରୋହ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତାଙ୍କ ଶପଥ ଗ୍ରହଣ ସମାରୋହ ନିର୍ବାଚନ ଅଧିକାରୀ ବିଶ୍ୱଜିତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ରାଜ୍ୟ ବାର କାଉନସିଲ ସଭ୍ୟ ପୀତବାସ ପଣ୍ଡା ଏବଂ ଅକ୍ଷୟ କୁମାର ସାମନ୍ତରାୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇ ଉଭୟଙ୍କୁ ଓକିଲ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଓକିଲ ସଂଘର ନବନିର୍ବାଚିତ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ଉପସଭାପତି ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ଭାବେ ସ୍ବଦେଶ ମିଶ୍ର, ସହ-ସମ୍ପାଦକ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ ବିଶ୍ୱେଶ ରଞ୍ଜନ ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ, ନୀରାକାର ମହଲ, ହରେକୃଷ୍ଣ ପ୍ରଧାନ, ବିଭୁଦତ୍ତ ସାହୁ ଏବଂ ସୁନୀଲ ମହାପାତ୍ରଙ୍କୁ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ ପଦ ଗୋପନୀୟତାର ଶପଥ…

Read More

ପିଲାଙ୍କ ମନରେ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ପିଲାଙ୍କ ମନରେ ଭରିଥାଏ ଉତ୍ସାହ । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ମୁଖ୍ୟଅତିଥି ଭାବେ ଇଟାମାଟି ସରପଞ୍ଚ ସ୍ଵପ୍ନେଶ୍ଵର ସେଠୀ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ରଙ୍ଗନାଥ ବେହେରା, ରମେଶ ଚନ୍ଦ୍ର…

Read More

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଵେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଛି l ନୂତନ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁବାଟିକା ଖୋଲିଅଛି l ପ୍ରକାଶ ଥାଉ କି ଏପ୍ରିଲ୍ ଦୁଇ ତାରିଖକୁ ରାଜ୍ୟବ୍ୟାପୀ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ଭାବରେ ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ଅଧୀନ ଗ୍ରାମ ଓ ପଡ଼ାରେ ବାସକରୁଥିବା ପାଞ୍ଚବର୍ଷ ଓ ଛଅବର୍ଷ ତଦୁର୍ଦ୍ଧ ପିଲାଙ୍କୁ ଚିହ୍ନଟ କରାଯାଇ ନାମ ଲେଖାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବଣ୍ଟନ ବଣ୍ଟନ କରାଯାଇଥିଲା l ଆଜି ପ୍ରବେଶ ଉତ୍ସବର ପ୍ରଥମ ଦିବସରେ ଶିଶୁବାଟିକା…

Read More

ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ, ସଭାପତି ହେଲେ ରଞ୍ଜିତ ଦାସ ଓ ସମ୍ପାଦକ ଭାବେ ସ୍ବଦେଶ ମିଶ୍ର ନିର୍ବାଚିତ

ନୟାଗଡ଼, ((ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ରେ ଶ୍ରୀ ରଣଜିତ ଦାଶ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବଂଶୀଧର ରାଉତରାୟଙ୍କ ଠାରୁ ୬୨ଖଣ୍ଡ ଅଧିକ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସ୍ବଦେଶ ମିଶ୍ର ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ବିଶ୍ୱଜିତ ଆଚାର୍ଯ୍ୟ ଙ୍କ ସୂତ୍ରରୁ ଜଣାପଡିଛି। ସଂଘର ଉପସଭାପତି ଭାବେ ସନ୍ତୋଷ କୁମାର ରାଉତରାୟ, ସାହସମ୍ପାଦକ ଭାବେ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ୍ୟ ଭାବେ ବିଶ୍ୱେଶ ରଞ୍ଜନ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘର କାର୍ଯ୍ୟକାରୀ କମିଟିକୁ ୬ଜଣ ସଦସ୍ୟ ଯଥା ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ପଟ୍ଟନାୟକ,  ନିରାକାର ମହଲ, ବିଭୁପ୍ରସାଦ ସାହୁ, ହରେକୃଷ୍ଣ ପ୍ରଧାନ ଏବଂ ଶ୍ରୀ ସୁନୀଲ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଆଚାର୍ଯ୍ୟଙ୍କୁ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ କିଶୋର…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ଦିବସ ଓ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ଦିବସ ସହିତ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ବିଦ୍ଯାଳୟ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ  ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବ୍ଳକ୍ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ସର୍ବପ୍ରଥମେ ବିଦ୍ଯାଳୟ ପରିସରରେ ସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନଙ୍କୁ ଓଡ଼ିଶା ଦିବସର ତାପ୍ତର୍ଜ୍ୟ ସହିତ ଓଡିଶାର ବରପୁତ୍ର ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ ଉତ୍କଳ ଜନନୀଙ୍କ ପୂଜନ ସହିତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଦୀପ୍ତ କୁମାର ହୋତା ଓ ଅର୍ଚ୍ଚନା ରଥ ଯଜ୍ଞ ରେ ପୁରୋଧା ଭାବରେ ଆସନ ଗ୍ରହଣ କରି ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି…

Read More

ଜିଲ୍ଲା ସ୍ତରୀୟ ଇଦୁଲ୍ ଫିତର ହର୍ଷଉଲ୍ଲାସରେ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରମଜାନ ମାସର ଶେଷଦିନରେ ଚାନ୍ଦ ଦର୍ଶନ ପରେ ଇସଲାମ ଧର୍ମର ବଡ଼ ପର୍ବ ଇଦୁଲ୍ ଫିତର୍ ନମାଜ୍ ସିନ୍ଦୁରିଆ ଇଦଗାହ୍ ଠାରେ ମୌଲାନା ଜଲାଲୁଦ୍ଦିନ୍ ଖାଁ ମିଫତାହିଙ୍କ ଦ୍ଵାରା ପାଠ କରାଯାଇଅଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ରମଜାନ ମାସ ଇସଲାମ ଧର୍ମର ପବିତ୍ର ମାସ ହୋଇଥିବା ବେଳେ ମାସର ପ୍ରଥମ ଚାନ୍ଦ ଦର୍ଶନ ପରେ ଏହି ପବିତ୍ର ମାସ ଆରମ୍ଭ ହୋଇଥାଏ। ଇସଲାମ ଧର୍ମାବଲମ୍ବୀ ମାନେ ପ୍ରତିଦିନ ଅର୍ଦ୍ଧରାତ୍ରରୁ ଶହରୀ ଆକାରରେ କିଛି ଖାଦ୍ୟ ଗ୍ରହଣକରି ଦିନ ତମାମ ନିର୍ଜଳ କାଷ୍ଠା ଉପବାସ ରଖି ସୂର୍ଯ୍ୟଅସ୍ତ ପରେ ପଣା, ଫଳ, ବୁଟ, ତରଭୁଜ ଓ ଖଜରା ସେବନ କରି ଉପବାସ ଭଙ୍ଗ କରନ୍ତି। ଦିନ ସାରା ପାଞ୍ଚ ଥର ନମାଜ ପାଠ ଓ ରାତ୍ରୀକାଳୀନ ତରାୱିହ୍…

Read More

ଆଦର୍ଶପ୍ରଧାନ ଶିକ୍ଷକଙ୍କୁ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ  ପ୍ରଧାନଶିକ୍ଷକ ନିରଞ୍ଜନ ଷଡ଼ଙ୍ଗୀଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୁପେ ନୟାଗଡ଼ ଜିଲା ସାମ୍ବାଦିକ ସଙ୍ଘର ଜିଲା ସଭାପତି ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଅବସର ନେଇଥିବା ପ୍ରଧାନଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ପ୍ରଦୀପ କୁମାର ପଣ୍ଡା, ବିପିନ ବିହାରୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ଶର୍ମିଷ୍ଠା ସାମନ୍ତରାୟ ଓ ଉପ ସଭାପତି ଜିତୁନ ମହାପାତ୍ର, କାଉନସିଲର କିଶନ ଦାସ, ରାଜକୁମାର ସାହୁ ଓ ଲକ୍ଷ୍ମୀଧର ମହାପାତ୍ର,  ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ବାଳକୃଷ୍ଣ ମହାରଣା, ଶିକ୍ଷୟତ୍ରୀ ସ୍ମୃତିଧାରା ମିଶ୍ର, ସ୍ନେହାଞ୍ଜଳି ସିଂଦେଓ,   ସିଆରସିସି ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲଷ୍ମୀପ୍ରିୟା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Read More