ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତାଙ୍କ ଶପଥପାଠ ସମାରୋହ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓକିଲ ସଙ୍ଘ ନବନିର୍ବାଚିତ କାର୍ଯ୍ୟକର୍ତାଙ୍କ ଶପଥ ଗ୍ରହଣ ସମାରୋହ ନିର୍ବାଚନ ଅଧିକାରୀ ବିଶ୍ୱଜିତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ରାଜ୍ୟ ବାର କାଉନସିଲ ସଭ୍ୟ ପୀତବାସ ପଣ୍ଡା ଏବଂ ଅକ୍ଷୟ କୁମାର ସାମନ୍ତରାୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇ ଉଭୟଙ୍କୁ ଓକିଲ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଥିଲା।ଓକିଲ ସଂଘର ନବନିର୍ବାଚିତ ସଭାପତି ଭାବେ ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ଉପସଭାପତି ସନ୍ତୋଷ କୁମାର ରାଉତରାୟ, ସମ୍ପାଦକ ଭାବେ ସ୍ବଦେଶ ମିଶ୍ର, ସହ-ସମ୍ପାଦକ ଆଶୁତୋଷ ସାମନ୍ତରାୟ, କୋଷାଧ୍ୟକ୍ଷ ବିଶ୍ୱେଶ ରଞ୍ଜନ ମହାପାତ୍ର ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଚିତ୍ତରଞ୍ଜନ ପ୍ରଧାନ, ଶୈଳେନ୍ଦ୍ର ନାରାୟଣ ପଟ୍ଟନାୟକ, ନୀରାକାର ମହଲ, ହରେକୃଷ୍ଣ ପ୍ରଧାନ, ବିଭୁଦତ୍ତ ସାହୁ ଏବଂ ସୁନୀଲ ମହାପାତ୍ରଙ୍କୁ ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ ପଦ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହ ରେ ଦ୍ଵିତୀୟ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ଦାଶ ସମସ୍ତ ଆଇନଜୀବୀମାନଙ୍କ ସହଯୋଗ କାମନା କରିଥିଲେ। ବହୁ ସଂଖ୍ୟାରେ ଆଇନଜୀବୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Related posts