ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସ୍ରୁଜନ ସଭାଗୃହରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ତରଫରୁ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କୁ ନେଇ “ଆର୍ଟ ଅଫ୍ ପ୍ଯାରେଣ୍ଟିଂ ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାକେନ୍ଦ୍ରର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ସେମିନାରରେ ରିସୋର୍ସ ପର୍ସନ ତଥା ମୁଖ୍ଯ ଅତିଥି ଭାବେ ମାନ୍ଯବର ବିଧାୟକ, ନୟାଗଡ଼ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ସାମୂହିକ ଗାନ କରାଯାଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା। ସଂପାଦକ ଶ୍ରୀଯୁକ୍ତ ସାହୁଙ୍କ ସ୍ବାଗତ ଅଭିଭାଷଣ ପରେ ବିଦ୍ଯାଳୟର ଛାତ୍ରୀ ସୁଶ୍ରୀ ବିଶ୍ବବିଜିତା…
Read MoreCategory: ନୟାଗଡ଼ ବ୍ଲକ
ପିଲାଙ୍କ ମନରେ ପ୍ରେରଣା ଏବଂ ଉତ୍ସାହ ଭରିଥାଏ ବାର୍ଷିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକ ଉତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହେବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଭରିଥାଏ ଅଦମ୍ୟ ଉତ୍ସାହ ଏବଂ ପ୍ରେରଣା । ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ସରୋଜ ନଳିନୀ ଦାସ, କୈଳାସ ଚନ୍ଦ୍ର ରଥ ଏବଂ ଲକ୍ଷ୍ମୀଧର ମହାପାତ୍ର ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ କଠୋର ପରିଶ୍ରମ ସହିତ ପାଠପଢ଼ା…
Read Moreମଣ୍ଡଳସ୍ତରୀୟ ‘ନିଷ୍ଠା’ ପ୍ରଶିକ୍ଷଣ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ,ଇଟାମାଟି ଠାରେ ନୟାଗଡ଼ ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ଶିବିର ‘ନିଷ୍ଠା’ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚ ଦିନ ଧରି ଚାଲୁଥିବା ଏହି ପ୍ରଶିକ୍ଷଣ ଶିବିର ରେ ବିଭିନ୍ନ ବିଦ୍ୟାଳୟରୁ ୫୬ଜଣ ଶିକ୍ଷକ-ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ। ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନୟାଗଡ଼, ଧନେଶ୍ୱର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ଭାବେ ପବିତ୍ର ସ୍ୱାଇଁ, ବୀରେନ୍ଦ୍ର କୁମାର ସ୍ବାଇଁ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ,ପ୍ରଣତୀ ମହାପାତ୍ର ଓ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ସାର୍ବଜନୀନ ଶିକ୍ଷଣ ଢାଞ୍ଚାର ବ୍ୟବହାର କରି ଏକ ଅନ୍ତର୍ନିବେଶୀ ଶ୍ରେଣୀକକ୍ଷରେ ସମତାପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟ ସମ୍ପାଦନା କରିବା, ଭିନ୍ନତା ମଧ୍ୟରେ ଏକତା ତାହା ସମସ୍ତ ଶିକ୍ଷକ- ଶିକ୍ଷିକାମାନେ ଅନୁଭବ କରିବା ସହ ଛାତ୍ରଛାତ୍ରୀଙ୍କୁ ସାଦରେ…
Read Moreନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନର ସାଧାରଣ ପରିଷଦ ବୈଠକ ଆଜି ପୂର୍ବାହ୍ନରେ ନୟାଗଡ଼ କେସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ ଉପ ସଭାପତି ବାଲାରସେନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଚେସ କମିଟିର କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ନୂତନ କମିଟି ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏଣୁ ଆସନ୍ତା ୨୭ ତାରିଖ ରବିବାର ଦିନ ନିର୍ବାଚନ କରାଯିବାକୁ ବୈଠକରେ ସ୍ଥିର ହୋଇଥିଲା। ଅନ୍ୟପକ୍ଷରେ ଆସନ୍ତା ବର୍ଷ ଜିଲ୍ଲା ସଂଘରେ ଅଧିକ ନୂତନ ସଦସ୍ୟ ଗ୍ରହଣ କରିବା ତଥା ରାଜ୍ୟ ଚେସ ଆସୋସିଏସନର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ, ଆନ୍ତଃ ବିଦ୍ୟାଳୟସ୍ତରୀୟ ଟୁର୍ଣ୍ଣାମେଣ୍ଟ, ଚେସ ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।…
Read Moreପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ସ୍ମୃତିଚାରଣ ଏବଂ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ୍, ନାଟ୍ୟକାର ସମାଜସେବୀ ତଥା ପୂର୍ବତନ ବିଧାୟକ ନୟାଗଡ଼ ସ୍ୱର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଚଳିତ ବର୍ଷ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ୨୦୨୫ ବଂଶୀଧର ମହାବିଦ୍ୟାଳୟ, ଇଟାମାଟି ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଆଶୁତୋଷ ମିଶ୍ର, ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ…
Read Moreସାଇସିଦ୍ଧି ଫାଉଣ୍ଡେସନ ଓ ଫିଟନେସ୍ ହବ୍ ପକ୍ଷରୁ ବିଶ୍ଵ ଛେନାପୋଡ଼ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଅପ୍ରେଲ ୧୧ ଶୁକ୍ରବାର ଦିନ ସାଇସିଦ୍ଧି ଫାଉଣ୍ଡେସନ ଓ ଫିଟନେସ୍ ହବ୍ ପକ୍ଷରୁ ବିଶ୍ଵ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଯୁବକ ଯୋଗଦାନ କରିବା ସହିତ ୧୫ କି.ଗ୍ରା. ରୁ ଉର୍ଦ୍ଧ୍ବ ଛେନାପୋଡ଼ କଟାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠା ର ଅଧ୍ୟକ୍ଷ ସାଇ ଶୁଭମ୍, ପ୍ରଦିପ କୁମାର ସେଠୀ, ଶଙ୍କର୍ଷଣ ବେହେରା, ପୁର୍ନଚନ୍ଦ୍ର ମହାରଣା, ସୁଜିତ କୁମାର ରାଉତ, ମୁକେଶ କୁମାର ସାହୁ, ମୃତ୍ଯୁଞୟ ନାୟକ, କୁନା ନାୟକ, ସ୍ବାଧୀନ କୁମାର ସାହୁ, ରୁଦ୍ର ମାଧବ ଦାସ, ଶୁଭେନ୍ଦୁ ମହାନ୍ତି, ଜ୍ଞାନୀ ଦେବାଶିଷ, ଯୁବରାଜ, ସାଇ ସ୍ଵରାଜ, ସୁଶାନ୍ତ କୁମାର ସାହୁ, ସୁକାନ୍ତ ବେହେରା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛେନାପୋଡ଼ ବଣ୍ଟନ କରାଯିବା ସହିତ ଛେନାପୋଡ଼କୁ ନେଇ ସମସ୍ତଙ୍କର ସ୍ମୃତି ଅନୁଭୂତି…
Read MoreGive Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳିତ
ଇଟାମାଟି, (ନୟାଗଡ଼ ଦର୍ପଣ): ଅପ୍ରେଲ ୧୧ ଶୁକ୍ରବାର ଦିନ ଇଟାମାଟି ନିକଟସ୍ଥ ଭୈରବୀ ମନ୍ଦିର ପ୍ରାଙ୍ଗଣରେ Give Blood Save life ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ତୃତୀୟ ଥର ପାଇଁ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ୧୫୦ ରୁ ଉର୍ଦ୍ଧ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା ସହିତ ୨୦ କି.ଗ୍ରା.ରୁ ଉର୍ଦ୍ଧ ଛେନାପୋଡ଼ କଟାଯାଇଥିଲା। ଅନୁଷ୍ଠାନର ସଭାପତି ଭାଗିରଥି ବାଇ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ନିକୁଲର ନିର୍ଦେଶକ ଦିଲ୍ଲୀପ କୁମାର ସାହୁ ଏହା କୁ ପରିଚାଳନା କରିଥିଲେ। ଇଟାମାଟିର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ମାନେ ଯଥା ଶ୍ରବଣ କୁମାର ରାମ, ବିଶ୍ୱନାଥ ମହାପାତ୍ର, କ୍ରିଷ୍ଣା କୁମାର ଅଗ୍ରୱାଲ, ପ୍ରଶାନ୍ତ କୁମାର…
Read Moreଓଡ଼ିଆ ପକ୍ଷ ପାଳନ ନେଇ ରକ୍ତ ଦାନ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ୨୦୨୫ ଅବସରରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତ କେନ୍ଦ୍ର ଠାରେ ଜିଲ୍ଲା ରେଡ କ୍ରସ, ରେଡକ୍ରସ ଭଲ୍ୟୁଣ୍ଟିରର୍ସ ଫୋରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଉଦ୍ୟମରେ ‘ରକ୍ତ ଦାନ ଦିବସ’ ଅଭିଯାନ ଏପ୍ରିଲ ୮ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଦିବସ ଅଭିଯାନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ, ଏଡିଏମ ଡ଼. ଅଜୟ କୁମାର ବାହିନୀପତି, ଡେପୁଟି କଲେକ୍ଟର ତପତି ରାଜ, ଡ଼ ପୀତବାସ ନାୟକ, ଡ଼ ମୋନାଲିସା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ତତ ସହିତ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଜେପି ନେତା ସନ୍ତୋଷ ପ୍ରଧାନ, ଦାମୋଦର ସାହୁ ଉପସ୍ଥିତ ଥିଲେ। ରେଡ଼କ୍ରସ ଭଲ୍ୟୁଣ୍ଟର୍ସ ଫୋରମର ଉପଦେଷ୍ଟା ବିଭୁତି…
Read More‘ସୋହମ୍’ ସଙ୍ଗଠନ ସଦସ୍ୟଙ୍କ ସ୍ମୃତିରେ ରକ୍ତଦାନ ଶିବିର ଆୟୋଜନ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ୍” ତରଫରୁ ଏହାର ସଦସ୍ୟ ତଥା ଶିକ୍ଷକ ସ୍ବର୍ଗତ ରମେଶ କୁମାର ବେହେରାଙ୍କ ସ୍ମୃତିରେ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ତାରିଣୀ ନଗରସ୍ଥିତ କାର୍ଯ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବେହେରା ଦୀର୍ଘ ପାଞ୍ଚ ବର୍ଷ ରକ୍ତ କର୍କଟ ରୋଗରେ ଜୀବନ ସହିତ ସଂଗ୍ରାମ କରି ୨୦୨୪ ମସିହା ଅପ୍ରେଲ ୦୭ତାରିଖରେ ମୃତ୍ୟୁ ବରଣ କରିଥିଲେ। ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଅନାଦି ଚରଣ ମହାନ୍ତି ଓ ଡାକ୍ତର ସୌମେନ୍ଦ୍ର ସାହୁ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ମୋଟ ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ “ସୋହମ୍” ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ରେଡକ୍ରସ୍ ରକ୍ତ…
Read Moreନୟାଗଡ଼ରେ ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖେଳ ପଡିଆରେ ଫାଓ, କଟକ, ଜିଲ୍ଲା କ୍ରୀଡା ବିଭାଗ ଏବଂ ଜିଲ୍ଲା ଅଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସି.ଏମ ଟ୍ରଫି ଜିଲ୍ଲା ସ୍ତରୀୟ ଚମ୍ପିୟାନସିପ ସୋମବାର ସକାଳ ସମୟରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି। ପ୍ରଥମ ମ୍ୟାଚଟି ମର୍ଣ୍ଣିଙ୍ଗ ସ୍ପୋର୍ଟ୍ସ କ୍ଲବ ନୟାଗଡ଼ ଏବଂ ପୋଲ ଷ୍ଟାରସ ସ୍ପୋର୍ଟ୍ସ ରାଜପଟଣା ମଧ୍ୟରେ ଖେଳାଯାଇ ଉଭୟ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବାରୁ ଖେଳ ଅମୀମାଂଶିତ ରହିଥିଲା। ସେହିପରି ଅପରାହ୍ନରେ ଖେଳା ଯାଇଥିବା ଦ୍ଵିତୀୟ ମ୍ୟାଚକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଉଦ୍ଘାଟନ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ ଟି ୟୁଥ ସ୍ପୋର୍ଟ୍ସ କ୍ଲବ ବାଇଗୁଣିଆ ଏବଂ ମଧୁକେଶ ଅଥଲେଟିକ କ୍ଲବ…
Read More