ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ ୨୦୨୫ ଅବସରରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତ କେନ୍ଦ୍ର ଠାରେ ଜିଲ୍ଲା ରେଡ କ୍ରସ, ରେଡକ୍ରସ ଭଲ୍ୟୁଣ୍ଟିରର୍ସ ଫୋରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ଉଦ୍ୟମରେ ‘ରକ୍ତ ଦାନ ଦିବସ’ ଅଭିଯାନ ଏପ୍ରିଲ ୮ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଦିବସ ଅଭିଯାନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ, ଏଡିଏମ ଡ଼. ଅଜୟ କୁମାର ବାହିନୀପତି, ଡେପୁଟି କଲେକ୍ଟର ତପତି ରାଜ, ଡ଼ ପୀତବାସ ନାୟକ, ଡ଼ ମୋନାଲିସା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ତତ ସହିତ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଜେପି ନେତା ସନ୍ତୋଷ ପ୍ରଧାନ, ଦାମୋଦର ସାହୁ ଉପସ୍ଥିତ ଥିଲେ। ରେଡ଼କ୍ରସ ଭଲ୍ୟୁଣ୍ଟର୍ସ ଫୋରମର ଉପଦେଷ୍ଟା ବିଭୁତି ଭୁଷଣ ପଟ୍ଟନାୟକ, କନଭେନର ସୁନିତା ରାଣୀ ମହାପାତ୍ର, ଯୁଗ୍ମ କନଭେନର ସୁଧାଂଶୁ ରଞ୍ଜନ ଦାସ, ଫୋରମର ସ୍ଵେଛାସେବୀ ତପନ କୁମାର ସାହୁ, ମାନସ କୁମାର ମହାପାତ୍ର ଓ ରକ୍ତଭଣ୍ଡାର ରସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ରହି ଏହି ଅଭିଯାନକୁ ଆଗେଇ ନେଇଥିଲେ। ରକ୍ତଦାନ ଦିବସରେ ୪୧ଜଣ ସ୍ଵେଛାସେବୀ ଭାବେ ରକ୍ତ ଦାନ କରିଥିବାରୁ ୪୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।
ଓଡ଼ିଆ ପକ୍ଷ ପାଳନ ନେଇ ରକ୍ତ ଦାନ ଶିବିର
