‘ସୋହମ୍’ ସଙ୍ଗଠନ ସଦସ୍ୟଙ୍କ ସ୍ମୃତିରେ ରକ୍ତଦାନ ଶିବିର ଆୟୋଜନ

ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ୍” ତରଫରୁ ଏହାର ସଦସ୍ୟ ତଥା ଶିକ୍ଷକ ସ୍ବର୍ଗତ ରମେଶ କୁମାର ବେହେରାଙ୍କ ସ୍ମୃତିରେ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ତାରିଣୀ ନଗରସ୍ଥିତ କାର୍ଯ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ବେହେରା ଦୀର୍ଘ ପାଞ୍ଚ ବର୍ଷ ରକ୍ତ କର୍କଟ ରୋଗରେ ଜୀବନ ସହିତ ସଂଗ୍ରାମ କରି ୨୦୨୪ ମସିହା ଅପ୍ରେଲ ୦୭ତାରିଖରେ ମୃତ୍ୟୁ ବରଣ କରିଥିଲେ। ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଅନାଦି ଚରଣ ମହାନ୍ତି ଓ ଡାକ୍ତର ସୌମେନ୍ଦ୍ର ସାହୁ ଭଗବାନଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ଶିବିରକୁ ଉଦଘାଟନ  କରିଥିଲେ। ଶିବିରରେ ମୋଟ ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ “ସୋହମ୍” ସଙ୍ଗଠନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲା ରେଡକ୍ରସ୍ ରକ୍ତ ଭଣ୍ଡାରର ଅଜୟ କୁମାର ପଟ୍ଟନାୟକ, ଅଭିମନ୍ୟୁ ସାହୁ, ସବଦର ମଳିକ, ସଂଗଠନର ସଦସ୍ୟ ରତିକାନ୍ତ ପଟ୍ଟନାୟକ, ଆଶୁତୋଷ ସାମନ୍ତରାୟ, ସୁଧୀର କୁମାର ବେହେରା, ପ୍ରକାଶ କୁମାର ନାୟକ, ସସ୍ମିତା ନାୟକ, ରୋଜାଲିନ ସାହୁ, ମମତା ନାୟକ, ସୁନୀଲ କୁମାର ମହାନ୍ତି, ଦୁର୍ଗାମାଧବ ସେଠୀ, ଏମ. ରୀତିକ ରଞ୍ଜନ ମହାପାତ୍ର, ରବୀନ୍ଦ୍ର ନାୟକ, ଚରଣ ଗୁରୁ, ବାପୀନ ନାୟକ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Related posts