ନୟାଗଡ଼, (ନୟାଗଡ଼ ଦର୍ପଣ): ଅପ୍ରେଲ ୧୧ ଶୁକ୍ରବାର ଦିନ ସାଇସିଦ୍ଧି ଫାଉଣ୍ଡେସନ ଓ ଫିଟନେସ୍ ହବ୍ ପକ୍ଷରୁ ବିଶ୍ଵ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଯୁବକ ଯୋଗଦାନ କରିବା ସହିତ ୧୫ କି.ଗ୍ରା. ରୁ ଉର୍ଦ୍ଧ୍ବ ଛେନାପୋଡ଼ କଟାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠା ର ଅଧ୍ୟକ୍ଷ ସାଇ ଶୁଭମ୍, ପ୍ରଦିପ କୁମାର ସେଠୀ, ଶଙ୍କର୍ଷଣ ବେହେରା, ପୁର୍ନଚନ୍ଦ୍ର ମହାରଣା, ସୁଜିତ କୁମାର ରାଉତ, ମୁକେଶ କୁମାର ସାହୁ, ମୃତ୍ଯୁଞୟ ନାୟକ, କୁନା ନାୟକ, ସ୍ବାଧୀନ କୁମାର ସାହୁ, ରୁଦ୍ର ମାଧବ ଦାସ, ଶୁଭେନ୍ଦୁ ମହାନ୍ତି, ଜ୍ଞାନୀ ଦେବାଶିଷ, ଯୁବରାଜ, ସାଇ ସ୍ଵରାଜ, ସୁଶାନ୍ତ କୁମାର ସାହୁ, ସୁକାନ୍ତ ବେହେରା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଛେନାପୋଡ଼ ବଣ୍ଟନ କରାଯିବା ସହିତ ଛେନାପୋଡ଼କୁ ନେଇ ସମସ୍ତଙ୍କର ସ୍ମୃତି ଅନୁଭୂତି ଓ ଅନୁଭବ ବର୍ଣ୍ଣନା କରିଥିଲେ । ଛେନାପୋଡ଼କୁ ବିବାଦ ଭିତରକୁ ନ ଟାଣି କେବଳ “ନୟାଗଡ଼ର ଦରବ ଆମ ଓଡ଼ିଶାର ଗରବ” ଭାବରେ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ସମସ୍ତେ ଆହ୍ବାନ ଦେଇଥିଲେ ।