ନୟାଗଡ଼, (ନୟାଗଡ଼ ଦର୍ପଣ): ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାକୁ ବାମନ ଅବକାଶ ଉଚ୍ଚବିଦ୍ୟାଳୟ ପରିସରରେ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଉଦ୍ଘାଟନ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ପତାକା ଦେଖାଇ ପ୍ରଚାର ରଥ ଶୁଭାରମ୍ଭ କରିଥିଲେ। ଏହି ଉତ୍ସବରେ ବହୁ ଆକାଂକ୍ଷୀତ ସମନ୍ୱିତ ଯୋଜନାର ଲାଭ ଓଡିଶାବାସୀ ବିଶେଷକରି ବରିଷ୍ଠ ନାଗରିକମାନଙ୍କ ପାଇଁ ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ମତପୋଷଣ କରିଥିଲେ ।
ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ,ଓଡ଼ିଶାର ସାଢ଼େ ତିନିକୋଟି ଓଡ଼ିଆଙ୍କର ଏବଂ ଓଡ଼ିଶାର ମାଆମାନଙ୍କର ପଇସା ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ । କେବଳ ଓଡ଼ିଶା ନୁହେଁ ଭାରତବର୍ଷର ସମସ୍ତଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ସାମାଜିକ-ଅର୍ଥନୈତିକ ସ୍ଥିତି ର୍ନିବିଶେଷରେ ମହିଳା ହିତାଧିକାରୀ ବାର୍ଷିକ ଦଶ ଲକ୍ଷ ଓ ପୁରୁଷ ପାଞ୍ଚ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ସୁବିଧା ପାଇବାକୁ ଯୋଗ୍ୟ ହେବେ ନାଇଁ ସୁଚାଇ ଦେଇଥିଲେ। ଏହି ସମନ୍ଵିତ ଯୋଜନାଅଧୀନରେ ସାରାଦେଶର ପ୍ରାୟ ୨୯୦୦୦ରୁ ଅଧିକ ସରକାରୀ ଓ ଅନୁବନ୍ଧିତ ଘରୋଇ ହସ୍ପିଟାଲମାନଙ୍କରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବାକୁ ଉପଲବ୍ଧ କରାଯାଇପାରିଛି ବୋଲି ଅନ୍ୟତମ ଅତିଥି ମାନ୍ୟବର ବିଧୟକ ଖଣ୍ଡପଡା ଦୁଷ୍ମନ୍ତ କୁମାର ସ୍ଵାଇଁ ମତପୋଷଣ କରିଥିଲେ ।
ପ୍ରତି ସରକାରୀ ସ୍ୱାସ୍ଥ୍ୟ ବୀମା ହିତାଧିକାରୀ, ଯେଉଁମାନେ ନୂତନ କାର୍ଡ ପାଇପାରିନାହାଁନ୍ତି, ସେମାନେ କେବଳ ନୂତନ କାର୍ଡ ପାଇବା ପର୍ୟ୍ୟନ୍ତ ପୁରୁଣା ସ୍ୱାସ୍ଥ୍ୟ ବୀମା କାର୍ଡ ଅଥବା ଆଧାର କାର୍ଡ ମାଧ୍ୟମରେ ବିନାମୂଲ୍ୟରେ ଚିକିତ୍ସା ସୁବିଧା ହାସଲ କରି ପାଇବେ । ଏହି ଅବସରରେ ନୟାଗଡ ପଞ୍ଚୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁ ଯୋଗଦେଇ ପ୍ରତିଶୃତି ଅନୁସାରେ ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତି ହେବାର ତିନି ଦିନ ପୂର୍ବରୁ ଏବଂ ପନ୍ଦର ଦିନ ପର୍ୟ୍ଯନ୍ତ ଉପଚାର ଅଥବା ଔଷଧ ମାଗଣା ଉପଲବ୍ଧ ହୋଇଥାଏ ବୋଲି କହିଥିଲେ । ଆଜି ୧୨ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ଗ୍ରାମସ୍ତରରେ ଏଥିପାଇଁ ଆଶାକର୍ମୀ ଓ ବ୍ଲକସ୍ତରରେ ସ୍ୱାସ୍ଥ୍ୟକର୍ମୀମାନେ ଜନସାଧାରଣଙ୍କ ନିକଟରେ କାର୍ଡ ପହଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କହିବା ସହିତ ଅଯଥା ହତାଶ ନ ହେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଆଜି ଏକାସଙ୍ଗେ ଜିଲ୍ଲାର ୩୭ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସମନ୍ଵିତ କାର୍ଡ ବଣ୍ଟନ କାର୍ୟ୍ୟ ଶୁଭାରମ୍ଭ କରାଯାଉଛି ଓ ସମୁଦାୟ ୫,୦୦୯୯୪ ଜଣ ହିତାଧିକାରୀ ପର୍ୟ୍ୟାୟକ୍ରମେ ଏହି ଯୋଜନାରେ ସାମିଲ ହେବେବୋଲି ଜଣାଇ ଦିଆଯାଇଥିଲା ।

ନିକଟସ୍ଥ ଜନ ସେବା କେନ୍ଦ୍ରମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କର ଆଧାର ସଂଯୋଗୀକରଣ ପ୍ରକ୍ରିୟା ସମ୍ପୂର୍ଣକରି ଏହି କାର୍ଡପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଏହି ସମନ୍ଵିତ କାର୍ଡ ସମ୍ପର୍କରେ ଆମର ହେଲ୍ପ ଲାଇନ ନମ୍ବର ୧୪୫୫୫ ଅଥବା ଜ଼ିଲ୍ଲା ସଂଯୋଜକଙ୍କ ମୋବାଇଲ ନମ୍ବର ୯୪୩୮୬୦୧୧୨୨ରେ ଯୋଗାଯୋଗ କରି ଯୋଜନା ବାବଦରେ ଯେକୌଣସି ତଥ୍ୟ ଅନୁସନ୍ଧାନ ଅଥବା ଅଭିଯୋଗ ରଖିପାରିବେ । ଏହି କାର୍ୟ୍ୟକ୍ରମରେ ନୟାଗଡ ପୌର ପରିଷଦ ଅଧକ୍ଷ୍ୟା ନିରୁପମା ଖଟେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଚିକିତ୍ସା ଅଧକାରୀ ତଥା ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।