ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଛେନାପୋଡ଼ ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ପୁଣ୍ୟ ଜନ୍ମତିଥିରେ ବିଶ୍ୱ ଛେନାପୋଡ଼ ଦିବସ ଧୁମଧାମରେ ପାଳିଛି ନୟାଗଡ ଜିଲ୍ଲା ଓକିଲ ସଂଘ। ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ ଜଜ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ରୀଜା ରାୟ, ରେଜିଷ୍ଟାର ସୋନାଲି ସୁଚରିତାଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ସମ୍ପାଦକ ସ୍ବଦେଶ ମିଶ୍ର, ସହସମ୍ପାଦକ ଆଶୁତୋଷ ସାମନ୍ତରାୟ, ବରିଷ୍ଠ ଆଇନଜୀବୀ ଦଣ୍ଡପାଣି ନାୟକ, ଅଜୟ ଚନ୍ଦ୍ର ମହାନ୍ତି, ପ୍ରଦ୍ୟୁମ୍ନ ଆଚାର୍ଯ୍ୟ, ଓକିଲ ସଙ୍ଘ ସମସ୍ତ ସଦସ୍ୟ ଗଣ ମିଶି ବାର ହଲ ରେ ସମବେତ ହୋଇ ଛେନାପୋଡ଼ କାଟି ଏହି ଖୁସି ମୁହୂର୍ତ୍ତରେ ପରସ୍ପର ଛେନାପୋଡ଼ ଖୁଆଖୁଇ ହୋଇଥିଲେ। ମୋହରିର, ଟାଇପିସ୍ଟି, ଲିଟିଗାଣ୍ଟ ପବ୍ଲିକ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଛେନାପୋଡ଼ ପରଷା ଯାଇଥିଲା। ନୟାଗଡ ଛେନାପୋଡ଼କୁ ବହୁ ପ୍ରତିକ୍ଷୀତ ଜିଆଇ ତ୍ୟାଗ ମାନ୍ୟତା ପ୍ରଦାନ କରାଗଲେ ନୟାଗଡ ଜିଲ୍ଲାରେ ଛେନାପୋଡ଼ର ବ୍ୟବସାୟିକ ଅଭିବୃଦ୍ଧି ଘଟିବା ସହିତ ନୟାଗଡ ଜିଲ୍ଲା ବ୍ୟାପି ବହୁ କର୍ମନିଯୁକ୍ତି ସୃଷ୍ଟି ହେବ ଏବଂ ଯୁବକ ମାନେ ରୋଜଗାର ପାଇବେ, ଜିଲ୍ଲାରେ ଅର୍ଥନୀତିକ ବିକାଶ ହୋଇ ପାରିବ ଏବଂ ନୂତନ ଭାବେ ଛେନାପୋଡ଼ ଶିଳ୍ପ ଗଢି ଉଠିବ ବୋଲି ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ କହିଛନ୍ତି। ସଂଘର ଉପସଭାପତି ସନ୍ତୋଷ କୁମାର ରାଉତରାୟ ଅନୁଷ୍ଠାନିକ ଧନ୍ୟବାଦ ଦେଇଥିଲେ।
ବିଶ୍ୱ ଛେନାପୋଡ଼ ଦିବସ ପାଳିଲା ଜିଲ୍ଲା ଓକିଲ ସଂଘ
