ଆସନ୍ତା ୧୦ ଓ ୧୧ତାରିଖରେ କେସି କ୍ଳବରେ ଦୁଇଦିନିଆ ବ୍ରିଜ ଟୁର୍ଣ୍ଣାମେଣ୍ଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମଧ୍ୟରେ ଥିବା ସର୍ବ ପୁରାତନ କେ.ସି କ୍ଲବରେ ଚଳିତ ମାସ ୧୦ ଓ ୧୧ତାରିଖରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ବ୍ରିଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଖେଳାଳୀ ମାନେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଟିମ ପାଇଁ ପ୍ରବେଶିକା ଫି ବାବଦକୁ ୮୦୦/-ଟଙ୍କା ଧାର୍ଯ୍ୟ କରାଯାଇଅଛି ଏବଂ (ଡୁପ୍ଲିକଟେ) ପାଇଁ ୨୦୦/- ଟଙ୍କା (ଯୋଡି) ପାଇଁ ଧାର୍ଯ୍ୟ କରାଯାଇଛି । ଏଥିରେ ବିଜେତା ଦଳକୁ ପୁରସ୍କାର ରାଶି ଦିଆଯିବାକୁ ମଧ୍ୟ ସ୍ଥିର କରାଯାଇଅଛି । ଏହି ଅବସରରେ ଆଜି କେ.ସି କ୍ଲବ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। କେ.ସି. କ୍ଲବର ସଭାପତି ଭାଗିରଥି ଦାସ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, କେ.ସି. କ୍ଲବର ଗଣମାଧ୍ୟମ ମୁଖ୍ୟ ରାମକୃଷ୍ଣ ରଥ,…

Read More

ସ୍ଵେଚ୍ଛାସେବୀ ସଂଗଠନ ‘ସୋହମ୍’ର ୯ମ ବାର୍ଷିକୋତ୍ସବ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ୍”ର ୯ମ ବାର୍ଷିକୋତ୍ସବ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ସଭାନେତ୍ରୀ ଡଃ. କବିତା ମିଶ୍ରଙ୍କ ସଭାପତିତ୍ବରେ ଏହାର ସଦସ୍ୟ, ସ୍ଵେଚ୍ଛାସେବୀ, ଅତିଥି ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ନୟାଗଡର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ହରପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି “ସୋହମ୍” ସଙ୍ଗଠନ ର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରଶଂସା କରି ଏହାର ଗୌରବ ସୁଦୂର ପ୍ରସାରି ବୋଲି ମତବ୍ୟକ୍ତ କରିଥିଲେ। ସଙ୍ଗଠନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସଙ୍ଗଠନର ସ୍ମରଣିକା “ସଂଯୋଗ” ଓ ଗରିବ ପିଲାମାନଙ୍କ ଶିକ୍ଷା ର ବିକାଶ ପାଇଁ IDEAS ନାମକ ପ୍ରକଳ୍ପ ସଭାନେତ୍ରୀ, ମୁଖ୍ୟଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ…

Read More

ଗଣେଶ ପୂଜାରେ ଦୁଇ ଭାଇଙ୍କ ଶଲୀଳ ସମାଧି

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ଚତୁର୍ଥୀରେ ଅଘଟଣ। ନୟାଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତ ଷଠିଆପଲ୍ଲୀ ଗ୍ରାମରେ ଘଟିଛି ଅଘଟଣ। ଆଜି ଗଣେଶ ପୂଜାରେ ସ୍କୁଲରୁ ଭୋଜି ଖାଇ ଘରକୁ ଫେରି ପୋଖରୀକୁ ଝାଡା ଯାଇଥିବା ଅବସ୍ଥାରେ ଦୁଇଭାଇଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଷଠିଆପଲ୍ଲୀ ଗ୍ରାମର କୃଷ୍ଣଚନ୍ଦ୍ର ସ୍ବାଇଁଙ୍କ ପୁତ୍ର ଚନ୍ଦ୍ରଶେଖର ସ୍ବାଇଁ (୮ବର୍ଷ) ଓ ରୁଦ୍ରମାଧବ ସ୍ଵାଇଁ (୫ବର୍ଷ) ନିକଟସ୍ଥ ଷଣ୍ଡଖାଲିଆ ପୋଖରୀକୁ ଯାଇଥିଲେ । ପାଣି ଭିତରେ ଗୋଡ଼ ଖସିଯିବାରୁ ଉଭୟଙ୍କର ମୃତ୍ୟୁ ହୋଇଛି । ଜଣେ ଗ୍ରାମବାସୀ ପୋଖରୀକୁ ଯାଇଥିବା ବେଳେ ଏହି ଘଟଣାକୁ ଦେଖିଥିଲେ । ପରିବାର ଲୋକଙ୍କୁ ଖବର ଦେବା ପରେ ଦୁଇ ଭାଇଙ୍କୁ ପୋଖରୀରୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା କିନ୍ତୁ ବିଡମ୍ବନାର ବିଷୟ ଡାକ୍ତର ସେମାନଙ୍କୁ ମୃତ୍ ଘୋଷଣା…

Read More

ନୟାଗଡ଼ ମୁନିସିପାଲିଟି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସମସ୍ତ ଏନ୍‌ଏସି ସହିତ ନୟାଗଡ଼ ମୁନିସିପାଲିଟି ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ-2022 ମହାସମାରୋହରେ ପାଳିତ ହୋଇଯାଇଛି। ନୟାଗଡ ସହରସ୍ଥିତ ପଠାଣି ସାମନ୍ତ ସାଂସ୍କୃତିକ ଭବନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋରଚନ୍ଦ୍ର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ ଅତିଥି ଭାବେ ଯୋଗଦେଇଥିଲେ। ମୁନିସିପାଲିଟି ଅଧ୍ୟକ୍ଷା ନିରୂପମା ଖଟେଇ ସଭାରେ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ ସହରରେ ଟ୍ରାଫିକ ସମସ୍ୟା ଏକ ପ୍ରମୁଖ ସମସ୍ଯାଭାବେ ଉଭା ହୋଇଥିବା ବେଳେ ଏହି ସମସ୍ୟା ଖୁବ୍ ଶୀଘ୍ର ଦୂର ହେବ ବୋଲି ବିଧାୟକ ଓ ଜିଲ୍ଲାପାଳ ଉଭୟ ତାଙ୍କ ବକ୍ତବ୍ୟରେ କହିଥିଲେ। ବଡ଼ପଣ୍ଡୁସରଠାରୁ…

Read More

ଅଧ୍ୟୟନ ଓ ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ

ଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରଦଣ କରିଥିଲେ । ମାତ୍ର ସପ୍ତମ ଶ୍ରେଣୀ ପାଠ ପଢିମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଊଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା, ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ବାସ୍ତବରେ ଜୀବନର ଭଂଗା ଦୀପର ଉଜ୍ଜ୍ୱଳତମ ଶିଖା ଥିଲେ ପଣ୍ଡିତ ବିନାୟକ ମିଶ୍ର।…

Read More

ଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପଣ୍ଡିତ ବିନାୟକ ମିଶ୍ର

ପଣ୍ଡିତ ବିନାୟକ ମିଶ୍ରଙ୍କ ଜନ୍ମସ୍ଥାନ ଶରଣକୁଳ (ମାଳିସାହି), ଜନ୍ମ -୧୮୯୪, ଗଣେଶ ଚତୁର୍ଥୀ, ଦେହାନ୍ତ-୦୫ ଅଗଷ୍ଟ ୧୯୭୧ ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷାଗତ ଯୋଗ୍ୟତା ମାତ୍ର ସପ୍ତମ ଶ୍ରେଣୀ ଓ କଟକ ନର୍ମାଲ୍ ଟ୍ରେନିଂ ପାସ୍। ‘କାବ୍ୟ ଶାସ୍ତ୍ରବିନୋଦେନ କାଳୋଗଚ୍ଛତି ଧୀମତାମ୍ ‘ ସାରା ଜୀବନ ଶାସ୍ତ୍ର ଚର୍ଚ୍ଚାରେ କଟିଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କର।ପ୍ରଥମରୁ ଯଦିଓ କବିତା, ଗଳ୍ପ ଲେଖୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଭାଷା, ସାହିତ୍ୟର ଗବେଷକ ଭାବେ ଖ୍ୟାତି ଅର୍ଜନ କରିଥିଲେ।ତାଙ୍କ ରଚିତ ପୁସ୍ତକ ଗୁଡ଼ିକ ହେଉଛି – ଗଜପତି ଜେମା, ଉପେନ୍ଦ୍ର ଭଞ୍ଜ (ଯାତ୍ରା ପୁସ୍ତକ); ବରଣମାଳା(କବିତା ପୁସ୍ତକ); ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ସାହିତ୍ୟ ପ୍ରକାଶ (୧ମ,୨ୟ), ଭାରତୀୟ ଦର୍ଶନ ପ୍ରବେଶିକା, Dynasties of Medieval Orissa, Orissa under Bhauma king,Indian culture and cult of…

Read More

ନୟାଗଡ଼ ସହରରେ ପାର୍ବଣ ଋତୁରେ କଟକଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌର ପରିଷଦ ସଭାଗୃହରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ସହରାଂଚଳରେ ଅବସ୍ଥିତ ବିଦ୍ୟାଳୟ, ମହାବିଦ୍ୟାଳୟ, ସମସ୍ତ ସଂଘୀୟ ପୂଜା ଅନୁଷ୍ଠାନମାନଙ୍କର ମୁଖ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସହରାଂଚଳରେ ପୂଜା ସମୟରେ ଆଇନ୍ ଶୃଙ୍ଖଳା, ଟ୍ରାଫିକ୍ ସମସ୍ୟା ଓ ଅନ୍ୟାନ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଲାଗୁ ହୋଇଥିବାର ଉପଜିଲ୍ଲାପାଳ ଶ୍ରୀ ରାଉତ ପ୍ରକାଶ କରିଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରା ଲଗାଯାଇଥିବା ବିଭିନ୍ନ କଟକଣା ଉପରେ ନୟାଗଡ଼ ତହସିଲଦାର ଶ୍ରୀ ଭିକାରି ସାହୁ ଉପସ୍ଥିତ ସଭ୍ୟମାନଙ୍କୁ ବୁଝାଇଥିଲେ ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଶୋଭାଯାତ୍ରା ଓ ଅବରୋଧକୁ ଅନୁମତି ନାହିଁ, ରାସ୍ତାକଡ଼ରେ ଅସ୍ଥାୟୀ ଦୋକାନ, ଷ୍ଟଲ ଖୋଲିଜାତୀୟ ଓ ରାଜ୍ୟ ରାଜପଥକୁ ଅବରୋଧ ପାଇଁ ଅନୁମତି ନାହିଁ,…

Read More

ଶିକ୍ଷା ଭିତ୍ତି ଭୂମୀର ବିକାଶ ପାଇଁ ରୂପାନ୍ତରିକରଣ ଆବଶ୍ୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଲକର ୫ଟି ଉଚ୍ଚ ବିଦ୍ୟାଳୟ ବୁଲି ଛାତ୍ରଛାତ୍ରୀ, ଅଭିଭାବକ, ପୂରତାନ ଛାତ୍ର ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଶିକ୍ଷା ଭିତ୍ତିଭୂମୀର ବିକାଶ ପାଇଁ ରୂପାନ୍ତରିକରଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ବହି ଶିକ୍ଷା ସହିତ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି । ଏଥିପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ସଚେତନ କରିବା ସହ ରାଜ୍ୟ ସରକାର କ୍ରୀଡ଼ାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ କଳା ଭରପୁର ହୋଇ ରହିଛି । ତାହାକୁ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଥିବା କହିଛନ୍ତି । ବିଦ୍ୟାଳୟ ପରିବେଶକୁ କିଭଳି ସ୍ୱଚ୍ଛ ଓ ସୁନ୍ଦର ରଖାଯାଇ ପାରିବା ତାହା ଉପରେ…

Read More

ତାଳପତ୍ର ପୋଥି ସଂଗ୍ରହ ନିଶାରେ ଯୁବ ସଂଗ୍ରାହକ ସଞ୍ଜୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ପୂଜା ପୂର୍ବ ଦିନ ଏକ ବିରଳ ଚିତ୍ରକଳା/ଚିତ୍ର ଖୋଦିତ ତାଳପତ୍ର ପୋଥିକୁ ସଂଗ୍ରହ କରିଛନ୍ତି ନୟାଗଡ଼ ନିକଟସ୍ଥ ଦୁରୁଦୁରା ଗ୍ରାମର ଯୁବ ସଂଗ୍ରାହକ ସଞ୍ଜୟ କୁମାର ସାହୁ । ଉକ୍ତ ପୋଥିକୁ ଭୁବନେଶ୍ୱରରେ ଵାସ କରୁଥିବା ଆକ୍ସିସ୍ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ବିଶ୍ବଜିତ ରାୟ ଏହାକୁ ସୁରକ୍ଷିତ ଭାବେ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ସ୍ଵେଚ୍ଛାକୃତ ଭାବେ ଦାନ କରିଛନ୍ତି। ଏହି ଅନୁଷ୍ଠାନର ସଂଗ୍ରହ କରାଯାଉଥିବା ସାମଗ୍ରୀ ଦେଖି ଶ୍ରୀ ରାୟ ବେଶ୍ ଖୁସି ଅନୁଭବ କରିବା ସହ ଅନୁଷ୍ଠାନ ସହ ଜଡ଼ିତ ରହି ଆଗକୁ ସହୋଯୋଗ କରିବା ପାଇଁ ଆଶା ଦେଇଛନ୍ତି। ଏହା ସହ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ପାଠାଗାର ଅନୁଷ୍ଠାନ ପକ୍ଷରୁ ବିଶ୍ବଜିତ ରାୟଙ୍କୁ କୃତଜ୍ଞତା ଦେବା ସହ ଆଗକୁ ରାୟ ପରିବାର ନାମରେ ଏକ…

Read More

ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା

ଜନସୂଚନା ଅଧିକାରୀଙ୍କୁ ଆଠ ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ନୟାଗଡ଼,(ନୟାଗଡ଼ ଦର୍ପଣ): ସୂଚନା ଅଧିକାର ଆଇନରେ ତଥ୍ୟ ଲୁଚାଇବା ମହଙ୍ଗା ପଡ଼ିଲା। ଜନସୂଚନା ଅଧିକାରୀଙ୍କୁ ୮ହଜାର ଟଙ୍କାର ଆର୍ଥିକ ଦଣ୍ଡ ସହ, କନିଷ୍ଠ ଯନ୍ତ୍ରୀଙ୍କ ଉପରେ ବିଡ଼ିଓଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲେ ରାଜ୍ୟ ସୂଚନା କମିଶନ। ସୂଚନା ଅନୁସାରେ ଆବେଦନକାରି ଶିବରାମ ମହାପାତ୍ର ଗତ 2019 ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ମନେରେଗାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଦିଆଯାଉନଥିବା ପ୍ରସଙ୍ଗରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ନୟାଗଡ଼ ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀତମା ମହାଦେବ ପୋଖରୀ ଖୋଳାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଅଦ୍ୟାବଧି କେଉଁ କାରଣରୁ ଏଥିରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କର ମଜୁରୀ ମିଳିନାହିଁ ଏନେଇ ବିସ୍ତୃତ ତଥ୍ୟ ଦେବାକୁ ଏହି…

Read More