ନୟାଗଡ଼,(ନୟାଗଡ଼ ଦର୍ପଣ): ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକ ଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ଶିକ୍ଷକତା ପରି ଏକ ପବିତ୍ର ବୃତ୍ତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ସାରା ଜୀବନ ଆତ୍ମସନ୍ତୋଷ ଲାଭ କରିଥାଏ ବୋଲି ଆଜି ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଭୂଗୋଳ ଶିକ୍ଷକ ପ୍ରଦୀପ୍ତ କୁମାର ଡାକୁଆଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ଡାକୁଆଙ୍କ ଉତ୍ସର୍ଗୀକୃତ ଏବଂ କର୍ତ୍ତବ୍ୟ ପରାୟଣତା ସମ୍ପର୍କରେ ସବିସ୍ତୃତ ତଥ୍ୟ ଉପସ୍ଥାପନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ…
Read MoreCategory: ନୟାଗଡ଼ ବ୍ଲକ
ନବଘନପୁର ନିକଟରେ ସିଭିଲ ସୋସାଇଟି ପକ୍ଷରୁ ବୃକ୍ଷରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଞ୍ଚଳିକ ପରିବହନ ବିଭାଗ ଏବଂ ସିଭିଲ ସୋସାଇଟି ନୟାଗଡ଼ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଆଜି ନବଘନପୁର ସ୍ଥିତ ଫିଟନେସ ସେଣ୍ଟର ଅନୁଷ୍ଠାନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ ପରିଡ଼ା ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେ ବିଭିନ୍ନ ଫଳ ପ୍ରଦାନକାରୀ ଗଛ ଲଗାଇଥିଲେ। ଏହି କାର୍ଯ୍ୟକ୍ରମରେ ସିଭିଲ ସୋସାଇଟି ନୟାଗଡ଼ର ଚେୟାରମ୍ୟାନ ସହିତ ସଦସ୍ୟମାନେ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
Read Moreଏନଏସି ଉଚ୍ଚ ବିଦ୍ୟାଳୟର ପରିଚାଳନା ଓ ଉନ୍ନୟନ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ଶିକ୍ଷାବର୍ଷର ଦ୍ୱିତୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ନୟାଗଡ଼ ଏନଏସି ହାଇସ୍କୁଲ ସଭା ଗୃହରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ ଅଭିଭାବକମାନଙ୍କୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ “ଆସ ସ୍କୁଲ ଯିବା” ଅଭିଯାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନିରାପଦ ପରିବେଶ ସୃଷ୍ଟି, ବାଳିକା ମାନଙ୍କର ସୁରକ୍ଷା ଓ ନିରାପତ୍ତା ପାଇଁ ସଚେତନତା ଓ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ ସୁରକ୍ଷାକୁ ସୁନିଶ୍ଚିତକରିବା,ମା’ଙ୍କ ପାଇଁ ଗଛ ଟିଏ, କୈଶୋର ଛାତ୍ରୀମାନଙ୍କ ପାଇଁ ଇନ୍ସିନେରେଟର ଓ ଭେଣ୍ଡିଂ ମେସିନର ବ୍ୟବସ୍ଥା,ବିଦ୍ୟାଳୟରେ ପରିଷ୍କାର ଓ ପରିଚ୍ଛନ୍ନତା ସହିତ ସ୍ବଚ୍ଛତା ପକ୍ଷ ପାଳନ,ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଆଦି ଉପକରଣ ବିତରଣ, ଛାତ୍ରଛାତ୍ରୀମାନଙ୍କ କ୍ୟାରିୟର ଗଠନରେ ପିତାମାତାଙ୍କ ଭୂମିକା,…
Read More“ଆମ ବିଦ୍ୟାଳୟ ଆମ ଗୌରବ”ର ସଂକଳ୍ପ ନେଲେ ଅଭିଭାବକ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ରାଜ୍ୟସ୍ତରୀୟ ଦ୍ଵିତୀୟ ଅଭିଭାବକ ଓ ଶିକ୍ଷକ ସଂଘର ବୈଠକ ପୁରାତନ ସଭାପତି ତଥା ବର୍ତ୍ତମାନ କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଶତାଧିକ ଅଭିଭାବକ ଉପସ୍ଥିତ ହୋଇ ସରକାରଙ୍କ ପ୍ରଦତ୍ତ ବିଷୟବସ୍ତୁ ଉପରେ ସନ୍ତୋଷଜନକ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ସ୍ବାଗତକରି ବୈଠକର ଆଭିମୁଖ୍ୟ ପ୍ରଦାନ୍ କରିଥିଲେ। ପରେ ପରେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସରକାରଙ୍କ ସୂଚିତ ବିନ୍ଦୁ ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ତତ୍ ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସମେତ ମଧ୍ୟାହ୍ନ ଭୋଜନ ଉପରେ ଆଲୋଚନା ହୋଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସନ୍ତୋଷ…
Read Moreସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଜ଼ିଲ୍ଲା ଶିଶୁସୁରକ୍ଷା ଅଧକାରୀ ସିବିୟନ ପ୍ରଧାନଙ୍କ ନେତୃତ୍ବରେ ୧୦୯୮ ଟୋଲ ଫ୍ରି ନମ୍ବର ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାଇଲ୍ଡ ହେଲ୍ପ ଲାଇନର କାଉନସିଲର୍ ଚନ୍ଦ୍ରଶେଖର ବେହେରା, କେଶ ୱାର୍କର ଗୌରବ ରାଉତ ଯୋଗଦେଇ ୧୦୯୮ ଟୋଲ ଫ୍ରି ନମ୍ବରର କାର୍ଯ୍ୟକାରିତା, ଶିଶୁମାନଙ୍କ ପୃଷ୍ଠପୋଷକତା ଓ ଆଇନର କାର୍ଯ୍ୟକାରିତା ବାଲ୍ୟ ବିବାହ, ଶିଶୁଚାଳନ, ଶିଶୁ ଶ୍ରମିକ, ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁ ବିଷୟରେ ଆଲୋକପାତ କରିଥିଲେ। ସୋଲପଟା ବିଦ୍ୟାଳୟର ୧୦୦ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଭିଡ଼ିଓ ପରିବେଷଣ କରା ଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବାଲ୍ୟ ବିବାହ ନକରିବା ନିମନ୍ତେ ଏକ ବାଲ୍ୟ ବିବାହ ଶପଥ ପାଠ କରାଯାଇଥିଲା। ସୋଲପଟା ଉଚ୍ଚପ୍ରାଥମିକ…
Read Moreସ୍ୱାସ୍ଥ୍ୟ, ସଚେତନତା ଶିବିର ଓ ଚଷମା ଓ ଚପଲ ବଣ୍ଟନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଗଣିଆ ବ୍ଲକ ଅନ୍ତର୍ଗତ ବେଠିଆସାହି ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ ବେଠିଆ ସାହି ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ…
Read Moreନୟାଗଡ଼ର ସର୍ବ ପୁରାତନ କୃଷ୍ଣଚନ୍ଦ୍ର କ୍ଳବର ୯୯ତମ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ନୟାଗଡ଼ର ଐତିହ୍ୟ ସମ୍ପର୍ଣ୍ଣ ମର୍ଯ୍ୟାଦା ବହନ କରୁଥିବା କୃଷ୍ଣଚନ୍ଦ୍ର କ୍ଳବ୍ ତାର ୯୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିଛି। ଏହି ଅବସରରେ କ୍ଳବର ମୁଖ୍ୟ ସଭାଗୃହରେ ଆୟୋଜିତ ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ଏସଡିପିଓ ଡ ଜ୍ୟୋତିରଂଜନ ସାମନ୍ତରାୟ ଯୋଗଦେଇଥିଲେ। କ୍ଳବର ସଭାପତି ଭାଗିରଥି ଦାସ ସଭାପତିତ୍ବ କରିଥିବାବେଳେ ମଞ୍ଚ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଏବଂ ସମ୍ପାଦକ ତଥା କ୍ରୀଡାବିତ ସଂଗ୍ରାମ କେଶରୀ ଗୁମାନସିଂ ବିବରଣୀ ପାଠ କରିଥିଲେ। ମଞ୍ଚରେ ଉପସ୍ଥିତ ଥିଲେ ଉପସଭାପତି ଭବାନୀଶଙ୍କର ଦାସ, ସହ ସମ୍ପାଦକ ଚନ୍ଦନ ମହାପାତ୍ର ଓ କୋଷାଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର। ପ୍ରତିବର୍ଷ ଭଳି ଏବର୍ଷ ବିଭିନ୍ନ…
Read Moreଇଟାମାଟି ଠାରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ବୃକ୍ଷରୋପଣ
ଇଟାମାଟି, (ନୟାଗଡ଼ ଦର୍ପଣ): ଇଟାମାଟି ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ରାଜ କିଶୋର ନାୟକଙ୍କ ତତ୍ତ୍ଵାବଧାନରେ ବଂଶୀଧର ଡ଼ିଗ୍ରୀ ମହାବିଦ୍ୟାଳୟ ନିକଟସ୍ଥ କେନାଲ ହୁଡ଼ାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାୟ କୋଡିଏ ଜଣ ଅବସର ପ୍ରାପ୍ତ ଶିକ୍ଷକ ଏକତ୍ରିତ ହୋଇ ଚାଳିଶରୁ ଉର୍ଦ୍ଧ ବଉଳ, ଅଶୋକ, ଆମ୍ବ ଓ ଗଙ୍ଗ ଶିଉଳି ଗଛ ଲଗାଇଥିଲେ। ତ୍ରିନାଥ ସାଥୁଆ, ପ୍ରସନ୍ନ କୁମାର ଦାଶ, ରବି ନାରାୟଣ ପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ, ପ୍ରଦୀପ୍ତ ସାହୁ, ଦେବପ୍ରସାଦ ଜେନା, ଡ଼. ସୁକାନ୍ତି ମହାନ୍ତି, ପ୍ରକାଶ ପଟ୍ଟନାୟକ, ବୃନ୍ଦାବନ ପରିଡା, ନକୁଳ ଦାସ, ସୁରେନ୍ଦ୍ର ମଲ୍ଲ, ଶ୍ୟାମ ପାତ୍ର, ଅର୍ଜ୍ଜୁନ ସାଥୁଆ, କିଶୋର ମିଶ୍ର, ସତ୍ୟବାଦୀ ସିଂ, ରମେଶ ପୃଷ୍ଟି, ଦେବରାଜ ଷଢ଼ଙ୍ଗୀ, ଇତ୍ୟାଦି ଉପସ୍ଥିତ ରହି ସହଯୋଗ କରିଥିଲେ। ଗଛ ଆମର ଜୀବନ କହିଲେ…
Read Moreନୟାଗଡ଼ରେ ବିଜେପିର ବିଶାଳ ବାଇକ୍ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି ପକ୍ଷରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ନୟାଗଡ଼ ବିଜିପୁର ଗେଟ ଠାରୁ ନୟାଗଡ଼ ପୁରୁଣା ରାଜବାଟି ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଦଳୀୟ କାର୍ଯ୍ୟକର୍ତ୍ତା। ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ନୟାଗଡ଼ର ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ଏହି ଶୋଭାଯାତ୍ରାରେ ରାସ୍ତାର ପ୍ରତ୍ୟେକ ଗାଁ ମୁଣ୍ଡରେ ପ୍ରତ୍ୟୁଷାଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମବାସୀ ସମ୍ବର୍ଦ୍ଧିତ କରୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଖରା ସତ୍ତ୍ୱେ ମୋ ପ୍ରତି ନୟାଗଡ଼ବାସୀଙ୍କ ଏହି ଅଦ୍ଭୂତପୂର୍ବ ସମ୍ମାନ ପାଇଁ ସେମାନଙ୍କ ନିକଟରର ଚିରଋଣୀ ହୋଇ ରହିବା ସହ ନୟାଗଡ଼ିଆ ତଥା ଭାରତୀୟ ଜନତା ପାର୍ଟି…
Read Moreନୟାଗଡ଼ରେ ୩ୟ ଦିନର ସେବା ଉତ୍ସବ କେଉଁ କେଉଁ ଗ୍ରାମରେ ?
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ସେବା ଉତ୍ସବ ପକ୍ଷରୁ ବିଭିର୍ଣ୍ଣ ସ୍ଥାନରେ ନବମ ବାର୍ଷିକ ସେବା ଉତ୍ସବ -2025 ଅନୁଷ୍ଠିତ ହୋଇଯାଇଛି। ଏହୀ ଅବସରରେ ନୟାଗଡ଼ ସେବା ସମିତି ଆନୁକୁଲ୍ୟରେ ଆଜି କଣ୍ଟାବଣିଆ, ଜୟ ମଙ୍ଗଳ, ଖେଡ଼ପଡା ଓ ବାଲୁଗାଁ ଆଦି ସ୍ଥାନରେ ଗରିବ ଓ ଅସହାୟ ମାନଙ୍କୁ ବସ୍ତ୍ର, ଚପଲ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ଏବଂ ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁର ଯୁବ ସମାଜସେବୀ ଅଜୟ କୁମାର ନାୟକ, ସେବା ସଦସ୍ୟ ଗୁଲସନ୍ କୁମାର, ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, କରନ ବଡଟିଆ, ଯୁଧିଷ୍ଠିର ବେହେରା, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଗାୟତ୍ରୀ ପ୍ରିୟଦର୍ଶିନୀ, ଅନୁସୂୟା, ଅଭିଲିପସା, ଶୁଭସ୍ମିତା ମିଶ୍ର ପ୍ରମୁଖ ସାମିଲ୍ ହୋଇଥିଲେ। ପ୍ରାୟ ଦୁଇଶହ…
Read More