ନୟାଗଡ଼ରେ ୩ୟ ଦିନର ସେବା ଉତ୍ସବ କେଉଁ କେଉଁ ଗ୍ରାମରେ ?

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ସେବା ଉତ୍ସବ ପକ୍ଷରୁ  ବିଭିର୍ଣ୍ଣ ସ୍ଥାନରେ  ନବମ ବାର୍ଷିକ ସେବା ଉତ୍ସବ -2025 ଅନୁଷ୍ଠିତ ହୋଇଯାଇଛି। ଏହୀ ଅବସରରେ ନୟାଗଡ଼ ସେବା ସମିତି ଆନୁକୁଲ୍ୟରେ ଆଜି କଣ୍ଟାବଣିଆ, ଜୟ ମଙ୍ଗଳ, ଖେଡ଼ପଡା ଓ ବାଲୁଗାଁ ଆଦି ସ୍ଥାନରେ ଗରିବ ଓ ଅସହାୟ ମାନଙ୍କୁ ବସ୍ତ୍ର, ଚପଲ ବଣ୍ଟନ କରିଥିଲେ। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର ଏବଂ ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁର ଯୁବ ସମାଜସେବୀ ଅଜୟ କୁମାର ନାୟକ, ସେବା ସଦସ୍ୟ ଗୁଲସନ୍ କୁମାର, ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, କରନ ବଡଟିଆ, ଯୁଧିଷ୍ଠିର ବେହେରା, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଗାୟତ୍ରୀ ପ୍ରିୟଦର୍ଶିନୀ, ଅନୁସୂୟା, ଅଭିଲିପସା, ଶୁଭସ୍ମିତା ମିଶ୍ର ପ୍ରମୁଖ ସାମିଲ୍ ହୋଇଥିଲେ। ପ୍ରାୟ ଦୁଇଶହ ଜଣ ଅସହାୟଙ୍କୁ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ମଙ୍ଗଳ କାମନା କରାଯାଇଥିଲା। ଆସନ୍ତା  ଜୁଲାଇ ତିରିଶି ତାରିଖ ଯାଏଁ ଜିଲ୍ଲାରେ ଏହିଭଳି ସେବା କାର୍ଯ୍ୟକ୍ରମ ଜାରିରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Related posts