ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏଫ୍ ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶୋଭାଯାତ୍ରା। ଦିବଂଗତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ସ୍ମୃତିରେ ତାଙ୍କୁ ଉଚିତ୍ ନାୟ, ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ତଥା ଏହି ଘଟଣାର ନାୟିକ ଯାଞ୍ଚ ଜଣେ ଅବସର ପ୍ରାପ୍ତ ହାଇକୋର୍ଟ ବିଚାରପତି ଓ ସିବିଆଇ ଦ୍ଵାରା ତଦନ୍ତ ଦାବି ରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ନୟାଗଡ ଡାକ ବଙ୍ଗଳା ଠାରୁ ବାହାରି ନୟାଗଡ ବସ ଷ୍ଟାଣ୍ଡ ପଯ୍ୟନ୍ତ ଯାଇ ସେଠାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡଲ ଜାଳି ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ରଞ୍ଜିତ ଦାସ, ବରିଷ୍ଟ କଂଗ୍ରେସ ନେତା ମନୋଜ ସାହୁ, କମଳ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ପୀତବାସ ଖୁଣ୍ଟିଆ, ମିର୍ ଅବୁବକର ସିଦ୍ଧିକ୍, ପ୍ରକାଶ ଚନ୍ଦ୍ର ନାୟକ, ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ନବକିଶୋର ସାଥୁଆ, ସୁରେନ୍ଦ୍ର ନାୟକ, ପୁର୍ଣ୍ଣଚନ୍ଦ୍ର ପରିଡ଼ା, ଜୀବନଜ୍ୟୋତି ରାଉତ, ଅମ୍ଳାନ ଅଂଶୁମାନ ସାହୁ, ରାକେଶ କୁମାର ସିଠ, ଶାଶ୍ଵତ ରଞ୍ଜନ ପ୍ରଧାନ, ରୁଦ୍ରନାରାୟଣ ପ୍ରଧାନ, ତାନିଶ ମହାନ୍ତି, ଓମ୍ ପ୍ରକାଶ ପ୍ରଧାନ ପ୍ରମୁଖ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ବହୁ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୌମ୍ୟାଶ୍ରୀଙ୍କ ପାଇଁ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
