ବିରୁଡ଼ା ପଞ୍ଚାୟତରେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିରୁଡ଼ା ଗ୍ରାମ ପଞ୍ଚାୟତରେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ ହୋଇଅଛି । ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ଜେନା ଅତିଥି ପରିଚୟ ଏବଂ ସଭାର ତାତ୍ପର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ବିଶେଷ କୁମାର ସାହୁ ଶ୍ରମିକ ସୁରକ୍ଷାର ଅଇନିଗତ ଦିଗ ଉପରେ ତର୍ଜମା କରିଥିଲେ । ପ୍ରାଧିକରଣ ସଭ୍ୟ ମହମ୍ମଦ ଉମର ମଲ୍ଲିକ ଗ୍ରାମ୍ୟ ଜୀବନରେ ଶାନ୍ତି ଏବଂ ସୁହାନୁଭିତ୍ତି ବୁଝାଇଥିଲେ । ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା ପ୍ରାଧିକରଣର ସୁବିଧା ବୁଝାଇଥିଲେ। ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଶ୍ରମିକମାନଙ୍କ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଭାରତରେ ନୟାଗଡ ଜିଲ୍ଲା ବିରୁଡ଼ା ଏକମାତ୍ର ପଞ୍ଚାୟତ ଯେଉଁଠାରେ ସମସ୍ତ ପ୍ରତିନିଧି ମହିଳା ଅଟନ୍ତି । ଏହି କାର୍ଯ୍ୟକ୍ରମରେ…

Read More

ନୟାଗଡ଼ରେ ରକ୍ତପତାକା ଉତ୍ତୋଳନ କରି ଶ୍ରମିକ ଦିବସ ପାଳନ କଲା ସି.ଆଇ.ଟି.ୟୁ.

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ନୟାଗଡ ଛକରେ ରକ୍ତପତାକା ଉତ୍ତୋଳନ କରଛନ୍ତି ଶ୍ରମିକମାନଙ୍କ ଗହଣରେ ସି. ଆଇ. ଟି. ୟୁ. ନେତା ବିଶ୍ୱନାଥ ମହାପାତ୍ର, ଏସ. ଏ. କରିମ, ପବିତ୍ର ଇନ୍ଦ୍ରଜିତ ପ୍ରମୁଖ। ଠିକ ସେହିପରି ସରଣକୁଳଠାରେ ଓ ଗୋଡିପଡାଠାରେ ଶ୍ରମିକ -କୃଷକ ନେତା ଗୋଲକ ବିହାରୀ ମୁଦୁଲି, ଅଧିକାରୀ ବେହେରା, ଲଷ୍ମୀଧର ପ୍ରଧାନ, ବିଭୁତି ପଟନାୟକ, ନିରଞ୍ଜନ ସାହୁ, ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା, ନିର୍ମାଣ ଶ୍ରମିକ ନେତା କପିଳ ସାହୁ ପ୍ରମୁଖ ଲାଲ ଝଣ୍ଡା ଉତ୍ତୋଳନ କରି ଶ୍ରମିକ ଆନ୍ଦୋଳନର ସହୀଦମାନଙ୍କ ପ୍ରତି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଶ୍ରମ ଓ ଶ୍ରମିକର ଐତିହାସିକ ଗୁରୁତ୍ୱ, ୧୮୮୬ମସିହା ମଇ ପହିଲାରେ ଆମେରିକା ଚିକାଗୋ ସହରର ଶ୍ରମିକ ଆନ୍ଦୋଳନ ଓ ସାମ୍ପ୍ରତିକ ପୁଞ୍ଜିବାଦୀ ବ୍ୟବସ୍ଥାରେ…

Read More

୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ନୟାଗଡ଼ରେ ଉପଭୋଗ କଲେ ଶହ ଶହ ବିଜେପି କର୍ମୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ‘ମନ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱରେ ନୟାଗଡ଼ ବ୍ଳକ ନୋତ୍ତର ପଞ୍ଚାୟତର ବଉଳସାହି, ଓଡ଼ଗାଁ ବ୍ଳକ କୁରାଳରେ ଶହ ଶହ ଲୋକଙ୍କୁ ନେଇ ମନ କି ବାତ କାର୍ଯ୍ୟକ୍ରମକୁ ଦେଖିଥିଲେ। ଏହି ଅବସରରେ ପ୍ରତ୍ୟୁଷାଙ୍କ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ନସିର ଅହମ୍ମଦ, ପ୍ରହଲ୍ଲାଦ ବରାଡ଼, ସଞ୍ଜୟ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Read More

କୁକୁର ଆକ୍ରମଣରେ ଚିତ୍ରା ହରିଣର ମୃତ୍ୟୁ

ନୂଆଗାଁ,(ନୟାଗଡ଼ ଦର୍ପଣ): ମହୀପୁର ବନାଞ୍ଚଳ ଅଧିନସ୍ଥ ଗlତେରୀ ପଞ୍ଚାୟତ ଅନ୍ତଗର୍ତ ଲିଙ୍ଗୀରିବାରୀ ଗ୍ରାମର ନିକଟରୁ ଚିତ୍ରା ହରିଣର ମୃତ ଶରୀର ଉଦ୍ଧାର. ମିଳିଥିବା ସୂଚନା ଅନୁସାରେ ଲିଙ୍ଗୀରବାରୀ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା କାଜୁବଗିଚା କାଜୁ ଖାଇବାକୁ ଆସିଥିବା ବେଳେ କିଛି କୁକୁର ହରିଣଟିକୁ ଆକ୍ରମଣ କରି ପଛପଟୁ ଖଣ୍ଡିଆ ଖାବର କରିଦେଇଥିଲେ.l ହରିଣଟିର ଜୀବନ ଚାଲି ଯାଇଥିଲା. ଖବର ପାଇଁ ବନବିଭାଗ ସକାଳ ମହୀପୁର ବନପାଳ ସୂର୍ଯ୍ୟକାନ୍ତ ମହାରଣା 7ଘଟିକା ସମୟରେ ଘଟଣା ସ୍ଥଳରେ ପହଂଚି ହରିଣର ମୃତାଶରୀର ଉଦ୍ଧାର କରି ମହୀପୁର ବନ କାର୍ଯ୍ୟାଳୟକୁ ଆଣିଥିଲେ. ମୃତ ହରିଣ ଲମ୍ବ 6ଫୁଟ ହୋଇଥିବା ବେଳେ ବୟସ ୨ ରୁ ୩ ବର୍ଷ ହେବବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି. ହରିଣ ଟିର ସବ ବ୍ୟବଛେଦ କରାଯାଇ ସଂପଡା ମେଗାନର୍ସରୀ ମଧ୍ୟରେ ପୋତି ଦିଆ ଯାଇଛି.…

Read More

ଡାକରା ଆସିଛି ନବୀନ ନିବାସୁ, ଗାଁ ଗାଁ’କୁ ଯାଇ ସଙ୍ଗଠନକୁ ଆହୁରି ମଝବୁତ କର ୨୦୨୪ ପାଇଁ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହେଉଛି ନବୀନ ନିବାସ। ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ଏବେଠୁ ଆରମ୍ଭ କରିଦେଲେଣି ରାଜନୈତିକ କସରତ୍। ସେହିଭଳି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳି ହେଉଛି ଏକ ପ୍ରମୁଖ ଓ ବୃହତ୍ତ ନିର୍ବାଚନ ମଣ୍ଡଳି। ଏହି ନିର୍ବାଚନ ମଣ୍ଡଳୀରେ ପ୍ରତି ନିର୍ବାଚନରେ ଏଠାରେ ଏକ ନୂତନ ଚେହେରା ଦେଖିବାକୁ ମିଳିଥାଏ କିନ୍ତୁ ଏଥର ଦଶପଲ୍ଲା ରାଜନୀତିରେ ଏକ ବ୍ୟତିକ୍ରମ ଘଟିବ। କାରଣ ଦଶପଲ୍ଲାର ଯୁବ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଡାକରା ଆସିଥିଲା। ଆଉ କୁହାଯାଇଛି ଯେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ମଝବୁତ କର ୨୦୨୪ ପାଇଁ। ବିଧାୟକ ଶ୍ରୀ ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମରେ ଦଶପଲ୍ଲା ଅଂଚଳରେ ବହୁ ଉନ୍ନତି…

Read More

ପୂର୍ବତନ ସରପଞ୍ଚ ହତ୍ୟା ଘଟଣାରେ ୧୦ବର୍ଷ ପରେ ୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ ଚାରିଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ତିନିଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମିଳିଥିବା ରାୟରୁ ପ୍ରକାଶ ଯେ ପ୍ରକାଶ ୨୦୧୩ ମସିହା ଫେବୃଆରୀ ୨ ତାରିଖଦିନ ଇଟାମାଟି ଥାନା ତଥା ନୟାଗଡ଼ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି ସକାଳ ସାଢ଼େ ୭ଟା ବେଳେ ମନ୍ଦିରରୁ ପୂଜାର୍ଚ୍ଚନା କରି ନିଜ ମିଲକୁ ଫେରୁଥିଲେ । ଏହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ର କରି ୯ଜଣ ମୁଦାଲା ଚାପଡ଼, ଫାର୍ସା ଏବଂ ବନ୍ଧୁକ ସାହାଯ୍ୟରେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଜିଳ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ…

Read More

ନୟାଗଡ଼ ଚେସ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ସଂଘର ସାଧାରଣ ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ନିର୍ବାଚନ ଫଳାଫଳ ରିଟର୍ଣିଂ ଅଫିସର ଲକ୍ଷ୍ମୀଧର ସାହୁ ଘୋଷଣା କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ । ବିଦାୟୀ ସଭାପତି ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ସଂପାଦକ ସ୍ବଦେଶ ମିଶ୍ର ନୂତନ ସଭାପତି ଓ ସଂପାଦକଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିବାର ସୁଚନା ମିଳିଛି। ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି ଶ୍ରୀଧର ସାହୁ, ସଂପାଦକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ବଲାରସେନ ପାତ୍ର, ସହ ସଂପାଦକ ଉମାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ତରୁଣ ଖାଁ ଏବଂ ପରିଚାଳନା କମିଟି ସଭ୍ୟ ହେଲେ ଭାଗିରଥି ଦାସ ଏବଂ ଅଜିତ ମିଶ୍ର

Read More

ନୂଆଗାଁ ବ୍ଲକ୍ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପରେ ପ୍ରଶିକ୍ଷଣ ସ୍ଥଗିତ

ନୂଆଗାଁ,(ନୟାଗଡ଼ ଦର୍ପଣ) : ନୂଆଗାଁ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବାପାଇଁ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିରୋଧ କରାଯାଇ ବିଡ଼ିଓଙ୍କ ଲିଖିତ ଅଭିଯୋଗ କରାଯିବା ପରେ ପ୍ରଶିକ୍ଷଣ ସ୍ଥଗିତ ହୋଇଥିଲା । ଲିଖିତ ଅଭିଯୋଗ ଅନୁଯାୟୀ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ସାମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୋଜିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ଦ୍ଵାରା ପ୍ରଦତ ସର୍ଭେ ହାଣ୍ଡବୁକର ଚତୁର୍ଥ ପୃଷ୍ଠାରେ ଅଙ୍ଗନ୍ ୱାଡ଼ି କର୍ମୀ, କର ଅସୁଲକାରୀ ଓ ୱାର୍ଡ ଅଫିସର ମାନଙ୍କୁ ନିଯୁକ୍ତି କରିବାପାଇଁ ନିର୍ଦେଶ ଅଛି । ଶିକ୍ଷକ ମାନଙ୍କୁ ନିଯୁକ୍ତି କରିବାପାଇଁ କୌଣସି ନିର୍ଦ୍ଦେଶ…

Read More

ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର କର୍ଣ୍ଣଧାର ତଥା ଦାଶରଥି ପଟ୍ଟନାୟକ ପାଠାଗାର ର ପ୍ରତିଷ୍ଠାତା ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତ୍ତି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ବାରା ସ୍ଥାପିତ କରାଯାଇଛି । ରକ୍ଷଣାବେକ୍ଷଣା ଅଭାବରୁ କାଳକ୍ରମେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସମ୍ମାନ ବଦଳରେ ପ୍ରତିମୂର୍ତ୍ତିର ଏ ଅବସ୍ଥା ଏହି ମହାପୁରୁଷଙ୍କୁ ଅଧିକ ଅସମ୍ମାନ କରୁଥିବା ପରି ଜଣାପଡ଼ୁଛି । ଯେଉଁ ମହାପୁରୁଷଙ୍କ ଅବଦାନକୁ ଦେଶ ବିଦେଶର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ତାଙ୍କର ଗରିମା ବୃଦ୍ଧି ପାଇଁ ପ୍ରତିମୂର୍ତ୍ତି ର ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ଶୋଭା ବର୍ଦ୍ଧନ କରିବା ପାଇଁ ଦାବି କରିଛି ପୂଜ୍ୟପୂଜା କମିଟି, ନୟାଗଡ଼। ଏ ସଂକ୍ରାନ୍ତରେ ଆଜି ପୂଜ୍ୟପୂଜା କମିଟି ର ସଂପାଦକ ଅରୁଣ ମହାନ୍ତି, ସହ ସଂପାଦକ ଧିରେନ୍ଦ୍ର କୁମାର…

Read More

ନୟାଗଡ଼ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ମହାନ୍ ସ୍ବାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଓଡ଼ିଆ ଭାଷା ଆନ୍ଦୋଳନର ମୂଖ୍ୟ ପୁରୋଧା, ଓଡ଼ିଶାର ପ୍ରଥମ ସ୍ନାତକ, ସୁପ୍ରସିଦ୍ଧ ଆଇନଜୀବୀ, ସମାଜ ସଂସ୍କାରକ, ସାମ୍ବାଦିକ, ଲେଖକ ତଥା କବି, ମଧୁ ବାରିଷ୍ଟର ନାମରେ ଓଡ଼ିଶାର ଘରେ ଘରେ ସୁପରିଚିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଆଜି ନୟାଗଡ଼ ରେ ପାଳିତ ହୋଇଯାଇଛି। ନୟାଗଡ଼ ସ୍ଥିତ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଂପାଦକ ଅରୁଣ ମହାନ୍ତି, ସହ ସଂପାଦକ ଧିରେନ୍ଦ୍ର ପଟ୍ଟନାୟକ, ସଭ୍ୟ ଆରିଫ ଖାଁ, ଅବିନାଶ ସାହୁ, ବିମଳ ପଟ୍ଟନାୟକ, ପ୍ରଦୀପ ସାହୁ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଙ୍କ ସହିତ ଧରିତ୍ରୀ ଜିଲ୍ଲା ପ୍ରତିନିଧି…

Read More