Blog

ଏହି ଉପାୟରେ ବଢ଼ାନ୍ତୁ ନିଜର ରୋଗ ପ୍ରତିରୋଧକ ଶକ୍ତି: ଆୟୁଷ ମନ୍ତ୍ରଣାଳୟର ଉପାୟ

କରୋନା ଭୂତାଣୁ ଠାରୁ ନିଜକୁ ରକ୍ଷା କରିବାକୁ ବିଶେଷଜ୍ଞ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନେକ ନିୟମାବଳୀ ପାଳନ କରାଯାଉଛି। ଏହାବ୍ୟତୀତ ସଂକ୍ରମଣକୁ ଏଡାଇବାକୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନେକ ଉପାୟ ଜଣାଇଛନ୍ତି। ଏଭଳି ସମୟରେ ଆୟୁଷ ମନ୍ତ୍ରାଳୟ ଦ୍ୱାରା ବିଭିନ୍ନ ଉପାୟ ଜାରି କରାଯାଇଛି।– ନିୟମିତ ଉଷୁମ ପାଣି ପିଅନ୍ତୁ। ଏହାସହ ଉଷୁମ ପାଣିରେ ଅଳ୍ପ ଲୁଣ ଓ ହଳଦୀଗୁଣ୍ଡ ପକାଇ ଗାରଗେଲ କରନ୍ତୁ।– ଘରେ ପ୍ରସ୍ତୁତ ସତେଜ ଖାଦ୍ୟ ଖାଆନ୍ତୁ। ଯେଉଁ ଖାଦ୍ୟ ସହଜରେ ହଜମ ହୋଇପାରୁ ଥିବ। ଏହାସହ ଖାଦ୍ୟରେ ହଳଦୀ, ଜିରା, ଅଦା, ଧନିଆରେ ପ୍ରୟୋଗ କରିବା ସହ ଅଁଳାର ନିୟମିତ ସେବନ କରନ୍ତୁ।ପ୍ରତିଦିନ ୩୦ ମିନିଟ ଯାଏଁ ଯୋଗ , ପ୍ରାଣାୟାମ, ଧ୍ୟାନ କରିବା ସହ ୭ ରୁ ୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।–…

Read More

ରଣପୁର ଅଞ୍ଚଳରେ ଇଟାଭାଟି ଯୋଗୁଁ ବାୟୁମଣ୍ଡଳ ଦୂଷିତ

ରଣପୁର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ସେଥିପାଇଁ ଦେଖାଯାଉଛି ଅମ୍ଳଜାନର ଅଭାବ । ବାୟୁମଣ୍ଡଳ ରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ସନ୍ତୁଳିତ ହେଉଅଛି। ରଣପୁର ତହସିଲର ରଣପୁର, ବାଉଁଶଗଡ ଓ ରାଜସୁନାଖଳା ରାଜସ୍ୱ ଅଂଚଳରେ ରାସ୍ତାକଡ ମାନଙ୍କରେ ଶହ ଶହ ଇଟାଭାଟି ଦେଖାଯାଉଛି । ଇଟାଭାଟି ଗୁଡିକରୁ ବାହାରୁଥିବା ଧୂଆଁ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବଢିବାରେ ଲାଗିଛି । ଯାହାଫଳରେ ଆଖ ପାଖ ଅଂଚଳରେ ଛୋଟ ଶିଶୁଙ୍କ ସମେତ ବୁଢା ବୁଢି ମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗ କରୁଛନ୍ତି । ରାଜସ୍ୱ କର୍ମଚାରୀ ମାନେ ଲୋକ ଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍ ଆଦାୟ କରିବା ବଦଳରେ ପକେଟ ଗରମ କରି ଚୁପ୍ ଚାପ୍ ଚାଲି ଯାଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।

Read More

ରଣପୁରରେ ମିଳୁନି କୋଭିଡ ଟୀକା

ରଣପୁର: ସାରା ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟାଭୟ ରୂପ ନେଇ ଆସୁଥିବା ବେଳେ ସେଥିରୁ ବାଦ୍ ପଡିନି ରଣପୁର ଅଞ୍ଚଳ । କିନ୍ତୁ କରୋନା ସଂକ୍ରମଣରୁ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଟିକାକରଣ କରାଯାଉଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଟିକାକରଣ ବନ୍ଦ ହୋଇ ଯାଇଛି । ଯାହା ଫଳରେ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଦ୍ୱିତୀୟ ସଂକ୍ରମଣରେ ଏ ଯାବତ୍ ୬୫୦୦ବ୍ୟକ୍ତିଙ୍କୁ କରୋନା ପରୀକ୍ଷଣ କରାଯାଇଅଛି । ସମୁଦାୟ ୩୭୭ଜଣଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଇଅଛି ।ସେଥି ମଧ୍ୟରୁ ୨୦୨ଜଣ କରୋନାରେ ଆକ୍ଟିଭ୍ ଥିବା ଜଣାପଡିଛି । ଏ ପର୍ଯ୍ୟନ୍ତ ରଣପୁରକୁ ୧୭୮୮୬ ଟିକା ଆସିଅଛି । ପ୍ରଥମ ଡୋଜ୍ ୧୬୮୩୬ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ୧୦୫୦ ଜଣ ନେଇଛନ୍ତି। ଯାହାଫଳରେ ୧୫୦୦୦…

Read More

ଲକଡାଉନକୁ କଡ଼ାକଡ଼ି କଲା ଗଣିଆ ପୋଲିସ

ଗଣିଆ: କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ସରକାରଙ୍କ ଗାଇଡ଼ଲାଇନକୁ ମାନି ଚଳିତ ବର୍ଷର ପ୍ରଥମ ଲକଡାଉନକୁ ଗଣିଆରେ କଡ଼ାକଡ଼ି କରାଯାଇଥିଲା। ଗଣିଆ ପୋଲିସ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିଥିବା ବେଳେ ସାମାଜିକ ଦୂରତା ରଖି ନିଜ ନିଜର ସଉଦା କିଣିବା ପାଇଁ ସକାଳ ୬ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗ୍ରୋସରି, ପରିବା ଦୋକାନ ଖୋଲା ଯାଇଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଗଣିଆ ବଜାର ସମେତ ମୁଖ୍ୟ ମୁଖ୍ୟ ସ୍ଥାନମାନଙ୍କରେ ପୋଲିସ ବନ୍ଧୁ ସଜାଗ ଥିଲେ।    ସୂଚନା ଅନୁସାରେ, ମେ ୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ରହିବ ଏହି ସମୟରେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଗାଇଡ଼ଲାଇନ…

Read More

ଖଣ୍ଡପଡା କୋଭିଡ କେୟାର ସେଣ୍ଟର ପକ୍ଷରୁ ୨୪ଘଣ୍ଟିଆ ଫୋନ ନମ୍ବର ଜାରି

ଖଣ୍ଡପଡା: ସାରା ଭାରତରେ କରୋନାର ଦ୍ୱିତୀୟ ଲହର ଭୟାନକ ଭାବେ ମାଡି ଚାଲି ଥିବାବେଳେ ସେଥିରୁ ବାଦ ପଡ଼ିନି ଆମ ରାଜ୍ୟ ପୁଣି ସେଥିରେ ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରୋଗୀମାନଙ୍କ ସୁବିଧା ପାଇଁ ଖଣ୍ଡପଡ଼ା କୋଭିଡ କେୟାର ସେଣ୍ଟରରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ଖୋଲାଯାଇଛି । ସକାଳ ୯ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ସୁନୀତା ସ୍ୱାଇଁ ଫୋନ ମାଧ୍ୟମରେ ପରାମର୍ଶ ଦେବାକୁ ଥିବା ବେଳେ ରାତ୍ରି ୯ରୁ ସକାଳ ୯ଟା ପର୍ଯ୍ୟନ୍ତ ପ୍ରଦ୍ୟୁମ୍ନ ସ୍ୱାଇଁ ପରାମର୍ଶ ଦେବେ। କୋଭିଡ କେୟାର ସେଣ୍ଟର ପକ୍ଷରୁ ଏକ ଟେଲିଫୋନ ନମ୍ବର- ୯୩୪୮୯୬୧୮୪୮ ଜାରି କରାଯାଇଛି ।

Read More

ନୂଆଗାଁ ତହସିଲରେ ନୂତନ ତହସିଲଦାର ଭାବେ ଯୋଗଦେଲେ ପ୍ରଳୟ ନନ୍ଦ ଶତପଥୀ

ନୂଆଗାଁ: ନୂଆଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ପ୍ରଳୟ ନନ୍ଦ ଶତପଥୀ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ପୁରୀ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ । ସାମ୍ପ୍ରତିକ କରୋନାର ଦ୍ଵିତୀୟ ଲହରୀ ଯୋଗୁଁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ କରୋନା ନୀତି ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ନୂତନ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ନିବେଦନ କରିଛନ୍ତି।

Read More

ବାଲୁଗାଁରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ବାଲୁଗାଁ କଲ୍ୟାଣ ମଣ୍ଡପଠାରେ ଜୋନ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆହ୍ୱାନ କ୍ରମେ ବିଜୁ ଯୁବ ଜନତା ଦଳ ସଭାପତି ରମେଶ କୁମାର ସାହୁଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଆଜିର ରକ୍ତଦାନ ଶିବିରରେ ସ୍ଥାନୀୟ ଅଞ୍ଚଳର ୫୦ଜଣ ଯୁବକ ରକ୍ତଦାନ କରିଥିବା ଜଣାଯାଇଛି। ନୟାଗଡ଼ ରକ୍ତଭଣ୍ଡାର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିବା ଜଣାଯାଇଛି। ଏହି ଶିବିରରେ ସମାଜସେବୀ ଜନାର୍ଦ୍ଦନ ଦଳବେହେରା, ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାଷ କହଁର, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୁରୁ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ଦଳବେହେରା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୂଖ…

Read More

୧୪ଦିନିଆ ଲକଡାଉନ: ପ୍ରଥମ ଦିନରୁ କଡ଼ାକଡ଼ି କଲା ରଣପୁର ପୋଲିସ

ରଣପୁର: ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀର ତୀବ୍ରତା ଅତି ଭୟଙ୍କର ହୋଇଛି। ରାଜ୍ୟରେ ସଂକ୍ରମଣ ସ୍ଥିତି ବୃଦ୍ଧି ପାଉଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଛି ଲକଡାଉନ ପ୍ରଥମ ଦିନ । ଅନ୍ୟାନ୍ୟ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆଶାତୀତ ସଂକ୍ରମଣ ରୋକିବା ପାଇଁ ଏକ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ପୁଣି ରାଜ୍ୟକୁ ଫେରିଛି ଲକଡାଉନ। କରୋନାର ଅତି ଭୟଙ୍କର ରୁପ ଓ ସଂକ୍ରମଣର ଦୃତ ଗତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଯାହା ଆଜି ଠାରୁ ଆରମ୍ଭ ହୋଇଛି। ତେବେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଏହାର ପ୍ରଭାବ ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଛି। ଲକଡାଉନର ପ୍ରଥମ ଦିନରେ ସମସ୍ତ ରାସ୍ତାଘାଟ ପଡିଛି ଶୂନଶାନ । ଆଜି…

Read More

କୋଭିଡ୍‌ ପରୀକ୍ଷା ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର

କରୋନାଭାଇରସ୍‌ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧିପାଉଥିବା ବେଳେ ‘ଡାଇଗ୍ନୋଷ୍ଟିକ୍‌ ଲ୍ୟାବ୍‌’ ଗୁଡ଼ିକ ଉପରୁ ଚାପ ହ୍ରାସ ଲାଗି କେନ୍ଦ୍ର ସରକାର ମଙ୍ଗଳବାର ଦିନ ଦେଶରେ ‘କରୋନାଭାଇସ୍‌-ଟେଷ୍ଟିଙ୍ଗ୍‌ ନିୟମ’ ସଂଶୋଧନ କରିଛନ୍ତି। ସୁସ୍ଥ ଥିବା ଆନ୍ତରାଜ୍ୟ ଭ୍ରମଣକାରୀ ଏବଂ ଡାକ୍ତରଖାନାରୁ ବିଦାୟ ନେଇ ଆସୁଥିବା କୋଭିଡ୍‌ ରୋଗୀମାନଙ୍କର ନମୁନା ପରୀକ୍ଷା କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ଅଛି। ଦ୍ରୁତ ବେଗରେ ସଂକ୍ରମଣ ତେଜୁଥିବା କାରଣରୁ ଦେଶବ୍ୟାପୀ ଥିବା ୨,୫୦୦ରୁ ଊର୍ଦ୍ଧ୍ବ ଲ୍ୟାବ୍‌ ପ୍ରବଳ ଚାପରେ କାମ କରୁଛନ୍ତି। ରାଜ୍ୟମାନଙ୍କ ପ୍ରତି ଜାରି ଏକ ସର୍କ୍ୟୁଲାର୍‌ରେ କେନ୍ଦ୍ର ସରକାର କହିଛନ୍ତି ଯେ, ଲ୍ୟାବ୍‌ମାନଙ୍କ ଉପରୁ ଚାପ ହ୍ରାସ କରିବା ନିମନ୍ତେ ଆନ୍ତରାଜ୍ୟ ଘରୋଇ ଯାତ୍ରାରେ ଗମନାଗମନ କରୁଥିବା ସୁସ୍ଥ ବ୍ୟକ୍ତି ବିଶେଷଙ୍କ ପାଇଁ ଥିବା ‘ଆର୍‌ଟି-ପିସିଆର୍‌’ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଉଠାଇ ଦିଆଯାଉ। ସେହିଭଳି, ସୁସ୍ଥ ହେବା ପରେ…

Read More

ନୂଆସାହି ଅଗ୍ନି ବିପନ୍ନଙ୍କୁ ମନ୍ତ୍ରୀଙ୍କ ସହାୟତା

ଓଡ଼ଗାଁ: ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପୋଡ଼ାସାହି ଗ୍ରାମର ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ବେଳେ ୨୨ଟି ପରିବାରର ବାସଗୃହଠାରୁ ଆରମ୍ଭ କରି ସବୁକିଛି ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଅଗ୍ନି ବିପନ୍ନଙ୍କୁ ସଙ୍ଗେସଙ୍ଗେ ସହାୟତା ଯୋଗାଇ ଦେବାକୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ପ୍ରତିଶୃତି ଦେଇଥିଲେ। ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ବ୍ୟବସ୍ଥା କରାଯାଇଥିବା ସହାୟତା ରାଶିକୁ ଆଜି ମନ୍ତ୍ରୀ ଡ଼ଃ. ସାହୁ ନୂଆସାହି ଗ୍ରାମବାସୀଙ୍କୁ ବଣ୍ଟନ କରିଥିବା ଜଣାଯାଇଛି । ପ୍ରତ୍ୟେକ ପରିବାରକୁ ୯୮ହଜାର ୯ଶହ ଟଙ୍କା ସରକାରୀ ଏବଂ ଏକ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ସହୟତା ରାଶି ପ୍ରଦାନ କରିଥିବା ଜଣାପଡିଛି।। ଏଥିସହିତ ବାସହୀନ ଲୋକଙ୍କୁ ଶୁଖିଲା ଖାଦ୍ୟ ସହ ଅନ୍ୟାନ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର…

Read More