୧୪ଦିନିଆ ଲକଡାଉନ: ପ୍ରଥମ ଦିନରୁ କଡ଼ାକଡ଼ି କଲା ରଣପୁର ପୋଲିସ May 5, 2021May 5, 2021 Jajati ରଣପୁର: ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀର ତୀବ୍ରତା ଅତି ଭୟଙ୍କର ହୋଇଛି। ରାଜ୍ୟରେ ସଂକ୍ରମଣ ସ୍ଥିତି ବୃଦ୍ଧି ପାଉଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇଛି ଲକଡାଉନ ପ୍ରଥମ ଦିନ । ଅନ୍ୟାନ୍ୟ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆଶାତୀତ ସଂକ୍ରମଣ ରୋକିବା ପାଇଁ ଏକ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ପୁଣି ରାଜ୍ୟକୁ ଫେରିଛି ଲକଡାଉନ। କରୋନାର ଅତି ଭୟଙ୍କର ରୁପ ଓ ସଂକ୍ରମଣର ଦୃତ ଗତିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଯାହା ଆଜି ଠାରୁ ଆରମ୍ଭ ହୋଇଛି। ତେବେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଏହାର ପ୍ରଭାବ ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଛି। ଲକଡାଉନର ପ୍ରଥମ ଦିନରେ ସମସ୍ତ ରାସ୍ତାଘାଟ ପଡିଛି ଶୂନଶାନ । ଆଜି ସକାଳୁ ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ବଜାର, ଛକ ଆଦି ସ୍ଥାନ ଗୁଡିକରେ ଜଗି ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବସ, ଅଟୋରିସ୍କା, ମୋଟର ସାଇକେଲ ଚଳାଚଳ ବନ୍ଦ ଥିବାବେଳେ ଲୋକେ ଚାଲି ଚାଲି ଯାତାୟତ କରୁଥିବା ଦେଖାଯାଇଛି। ଏତଦବ୍ୟତୀତ ପରିବା ଦୋକାନ, ତେଜରାତି ଦୋକାନ ଏବଂ ମେଡ଼ିସିନ ଦୋକାନ ଖୋଲା ରହିଛି। ତେବେ ଲକଡାଉନ ସମୟରେ ଜୀବନ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀର ତୀବ୍ରତା ଅତି ଭୟଙ୍କର ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଆଶାତୀତ ସଂକ୍ରମଣକୁ ରୋକିବା ପାଇଁ ଏକ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ରଣପୁରରେ ଲକଡାଉନର ପ୍ରଥମ ଦିନରେ ପୋଲିସ କଡାକଡ଼ି ସୁରକ୍ଷା ବ୍ୟବସ୍ଥା କରିବା ସହ ଅମାନିଆଙ୍କୁ ତାଗିଦ ଏବଂ କେତେକ ସ୍ଥାନରେ ଲୋକଙ୍କୁ ସଚେତନ କରିଛି ପୋଲିସ । ମୁହଁରେ ମାସ୍କ ଏବଂ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। Post Views: 181