ନୟାଗଡ଼: ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଗୁଗୁଲ ମିଟ୍ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସର୍ବପ୍ରଥମେ ସାଂସଦ କଟକ ଭତୃହରି ମହତାବ, ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବିଧାୟକ ଖଣ୍ଡପଡ଼ା ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଏବଂ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ବୈଠକକୁ ସ୍ଵାଗତ ଜଣାଇଥିଲେ । ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯଥା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ଟୁଡୁ ପୂର୍ବ ପ୍ରସ୍ତୁତି ବୈଠକ ଡକାଇଥିଲେ । ଏହି ବୈଠକରେ ଜିଲ୍ଲାପାଳ…
Read MoreBlog
ଫଟୋ ଶୁଟ୍
ଲିପ୍ସା ପଣ୍ଡାଙ୍କ- ଫଟୋ ଶୁଟ୍ ବାହାଘର ଅଧାରେ ପଡ଼ି ରହିଚି।ପୁରୋହିତ ଲଗ୍ନ ଗଡ଼ି ଯାଉଚି ବୋଲି ଡକା ପଡୁଚି।ବରଯାତ୍ରୀ ନାଚି ନାଚି ହାଲିଆ ହେଇ ସାରିଲେଣି। ସହର ମୁଣ୍ଡରେ ପ୍ରଶେସନ୍ ପାଇଁ ମିଳିଥିବା ବୋତଲ ପ୍ରଭାବରେ ଢେର୍ ନାଚ ତାମସା କରି ସାରିଛନ୍ତି। ମୁଣ୍ଡରୁ ନିଶା ଉତୁରି ଆସିବା ସଙ୍ଗେ ସଙ୍ଗେ ପେଟରେ ଭୋକର ମାତ୍ରା ବଢ଼ି ଚାଲିଛି।ଭୋଜି ଖାଇଦେଲେ ଘରକୁ ଫେରିବେ ବୋଲି ବ୍ୟସ୍ତ ହେଇ ପଡ଼ିଲେଣି।ଉଭୟ ପକ୍ଷର ବୁଢ଼ା ବୁଢ଼ୀଏ ବର କନ୍ୟା କୁଆଡ଼େ ଗଲେ ବୋଲି ପଚାରି ଚାଲିଛନ୍ତି।ଉତ୍ତର ମିଳୁଚି: ଫଟୋ ଶୁଟ୍ ଚାଲିଚି ।ବୁଝି ପାରୁ ନାହାଁନ୍ତି ସେମାନେ, ଏଇଟା ବାହାଘରର କୋଉ ରୀତି!ଏମିତିଆ କିଛି ସେମାନେ କାଇଁ କେବେ ଶୁଣି ନଥିଲେ ତ! ଘରକୁ ଆସିଥିବା କୁଣିଆ ବୃଦ୍ଧ ଜଣେ ଜିଦ୍ କଲେ ସେଇ ନୂଆ ରୀତିଟି କଣ ସେ…
Read Moreଦୀନବନ୍ଧୁ ହେ, କୃପାସିନ୍ଧୁ ହେ
ଉମେଶ ଚନ୍ଦ୍ର ମହାପାତ୍ରଦୀନବନ୍ଧୁ ହେ, କୃପାସିନ୍ଧୁ ହେଏମିତିକା ବେଶ କାହିଁ ହୋଇଛପାଦନାହିଁ ତବ ଚାଲୁଛ କିପରିହାତ ନାହିଁ ତୁମ ଖାଉଛ କିପରିକାନ ନାହିଁ ତବ ଶୁଣୁଛ କିପରିଚକା ନୟନରେ ଖାଲି ଦେଖୁଛବନ୍ଦ ପାଟିରେ କେମିତି କହୁଛ.. ।।ସୁନା ମୁକୁଟକୁ ଲଗାଇଣ ପ୍ରଭୁରଜା ବେଶ ବୋଲି ତାକୁ କହୁଛସୁନାର ଖଡ଼ୁକୁ ହାତରେ ଲଗାଇହାତ ବୋଲି ତୁମେ ତାକୁ କହୁଛ ।।ତୁଳସୀ ପତରେ ମାଳ କରି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛପିନ୍ଧି କରି ରାଧା ମନ ମୋହୁଛ ।।ଗୋଡ଼ବୋଲି ଯୋଡ଼େ କହୁଛପାଖେ ରଖି ତାକୁ ଗୋଡ଼ କହୁଛନିର୍ମାଲ୍ୟ କୈବଲ୍ୟ ପାଶେ ରଖି ପ୍ରଭୁଭକତ ଜନଙ୍କୁ ଟାଣି ନେଉଛ।। ଏମିତିକା ବେଶ ଅତି ମନଲୋଭାକାହିଁକି ଏପରି ତୁମେ ହେଉଛକହେ ଉମାଈଶ ପ୍ରଭୁ ତୁମ ଦାସମର୍ତ୍ତ୍ୟ ମଣ୍ଡଳକୁ ଟାଣି ନେଉଛ ।। ନୟାଗଡ଼, ମୋ – 9437106737
Read Moreଉଚ୍ଚଶିକ୍ଷା ଅନୁଷ୍ଠାନରୁ ଯୁକ୍ତ-୨ ଶିକ୍ଷାନୁଷ୍ଠାନ ଗୁଡିକ ପୃଥକ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ଵାରୋପ
ଭୁବନେଶ୍ବର: ଯୁକ୍ତ-୨ ଶିକ୍ଷାକୁ ଉଚ୍ଚଶିକ୍ଷା ବିଭାଗରୁ ପୃଥକ କରାଯାଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମିଶ୍ରଣ କରାଯାଇଥିବା ବେଳେ ଯୁକ୍ତ-୨ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଉଚ୍ଚଶିକ୍ଷାରୁ ପୃଥକୀ କରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତି । ଯୁକ୍ତ-୨ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉଚ୍ଚଶିକ୍ଷା ଅନୁଷ୍ଠାନରୁ ପୃଥକ କରିବା ପ୍ରକ୍ରିୟାର ଅଗ୍ରଗତି ସଂପର୍କରେ ସମୀକ୍ଷା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ…
Read Moreନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ପରଖିଲେ ମନ୍ତ୍ରୀ ଏବଂ ଜିଲ୍ଲାପାଳ
ନୟାଗଡ: ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କଲେ ଜିଲ୍ଲାପାଳ ଡଃ. ପୋମା ଟୁଡୁ। ଜିଲ୍ଲାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ ଜିଲ୍ଲାର ଅନ୍ୟ ୩ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ କରିସାରିଛନ୍ତି । ଆଜିର ଏହି ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚଶିକ୍ଷା ଵିଭାଗ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଉପସ୍ଥିତ ଥିଲେ। କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପି ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ଠାରେ କରୋନା ରୋଗୀ ବାହାରିବାର ଲାଗିଛନ୍ତି । ଏହାର କାରଣ ଲୋକମାନଙ୍କ ଅସାବଧାନତା, ଖାମ ଖିଆଲ ମନୋଭାବ, ମାସ୍କ…
Read Moreଆଉ ୧୨ନୁହେଁ, ଏଥର ସକାଳ ୭ରୁ ଦିବା ୧୧ ଘଟିକା
ନୟାଗଡ଼: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଥିଲେ ୧୪ ଦିନିଆ ଲକ୍ଡାଉନ୍ । ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇନାହିଁ କଟକଣା। ଯାହାକୁ ନଜରରରେ ରଖି ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା। ରାଜ୍ୟରେ ଜୁନ୍ ୧ ଯାଏଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ମୁଖ୍ୟ ଶାସନ ସଚିବ। ଜୁନ୍ ୧ ସକାଳ ୫ଟା ଯାଏ ରାଜ୍ୟରେ ବଢ଼ିଲା ଲକ୍ଡାଉନ୍। ନୂଆ ଗାଇଡଲାଇନ୍ ଅନୁଯାୟୀ , ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ…
Read Moreଅନୁଚିନ୍ତା
ବ୍ରଜ କିଶୋର ମହାପାତ୍ର ଦୁଃଖ ଯେତେ ଦେବ ଦିଅ ମହାବାହୁ ସହିବାକୁ ଦିଅ ଶକ୍ତି,ପାପ, ତାପ, କ୍ଳେଶ ଭୋଗୁଛି ଅବଶ୍ୟ ହୃଦେ ଭରିଦିଅ ଭକ୍ତି ॥ଜଞ୍ଜାଳ କାମନା ବିଷୟ ବାସନା ଦେହେ ରଖିଛି ସାଇତି,ତୁମ୍ଭେ ଦୟାକଲେ ହେ! ଦୟାସାଗର ବିଷୟାରୁ ହେବି ମୁକ୍ତି ॥ତୁମ୍ଭ ଇସାରାରେ ଏ ସଂସାର ଚାଲେ ପ୍ରଭୁ ତ ଜଗତ ପତି,ଯାହା ଭାଗ୍ୟେ ଯାହା ଅଛି ଚଉବାହା ଭୋଗେ ସିଏ ଦିବାରାତି ॥ସତ୍ୟପଥ ଧରି ଚାଲେ ଅନୁସରି ତୁମ୍ଭେ ଅଛ ମୋର କତି,ମୋହର ବିଶ୍ୱାସ ପ୍ରଭୁ ପ୍ରଭୁ ହୃଶିକେଶ ଦର୍ଶନେ ମିଲଇ ଶାନ୍ତି ॥ନିଖିଳ ନିୟନ୍ତା ବିଶ୍ୱ ପିତାମାତା ଦୟାକର ହେ! ଶ୍ରୀ ପତି,ମାୟା ସଂସାରରେ ସୁଖ ଦୁଃଖ ଭୋଗୀ ମନ ପକ୍ଷୀ ଚାହେଁ ମୁକ୍ତି ॥ଭବ ବୋଇତରେ ନାଉରୀ ତୁମ୍ଭେ ତ ଦିଅନ୍ତୁ ପରମ ଗତି,ଦୀନ ହୀନ ଜଣେ ତୁମ୍ଭଶ୍ରୀ ଚରଣେ…
Read Moreଗୋଟିଏ ଦିନରେ ୪ମୃତ ଘଟଣା, ଗାଁରେ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗ
ଓଡ଼ଗାଁ: କରୋନା ଦିନକୁ ଦିନ ବଢିଚାଲିଥିବା ବେଳେ ଗତକାଲି ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ପଞ୍ଚାୟତ ଝାଡ଼ସାହିରେ ୪ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ଖବର ମିଳିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ସେହି ଗାଁରେ ପହଁଚି ଘରକୁ ଘର ବୁଲି ସର୍ଭେ କରିଛନ୍ତି। ସେଠାର ଲୋକମାନେ ଭୟଭୀତ ହୋଇ ରହିବା ସହିତ ଜ୍ଵର ହେଉଥିଲେ ମଧ୍ୟ ଲୁଚାଇ ରଖୁଥିବାରୁ ସେମାନଙ୍କୁ ଅଧର୍ଯ୍ୟ ନହୋଇ ସତ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ଥଣ୍ଡା, କାଶ କିମ୍ବା ଜ୍ଵର ହେଲେ ତୁରନ୍ତ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଜଣାଇବା ପାଇଁ କୁହାଯାଇଥିଲା। ଗତକାଲି କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା କୁମାରୀ ଡାକୁଆଙ୍କ ପରିବାରର ୨ପୁଅ ପ୍ରଭାତ, ଋଷିଆ ଓ ବୋହୁ ମାମାଲି ଆକ୍ରାନ୍ତ ଚିହ୍ନଟ ପରେ ଆଜି ଚାନ୍ଦପୁର କୋଭିଡ…
Read Moreଇଲେକ୍ଟ୍ରି ଟ୍ରାନସଫର୍ମରକୁ କେନ୍ଦ୍ର କରି ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ ଆହତ
ଟ୍ରାନ୍ସଫର୍ମରକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ ଆହତ
ରଣପୁର: ଇଲେକ୍ଟ୍ରି ଟ୍ରାନ୍ସଫରମରକୁ କେନ୍ଦ୍ର କରି ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ ଆହତ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ର ପୁର ପଂଚାୟତ ର ଜଗନ୍ନାଥ ପୁର ଏବଂ ଶ୍ରୀହରି ପୁର ଗ୍ରାମ ମଧ୍ୟ୍ୟରେ l ସୂଚନା ଅନୁସାରେ ଜଗନ୍ନାଥ ପୁରର ଇଲେକ୍ଟ୍ରି ଟ୍ରାନ୍ସଫରମରରୁ ଶ୍ରୀହରି ପୁରର କିଛି ଗ୍ରାମବାସୀମାନେ ଚୋରାରେ ବିଦ୍ୟୁତ ନେଇ ଏକ ପାଣି ମଟର ଲଗାଇ ମନଇଚ୍ଛା ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇବା ସହ ବିଲରେ ପାଣି ମଡ଼ଉଥିବାର ଅଭିଯୋଗ କରିଛନ୍ତି ଜଗନ୍ନାଥପୁର ଗ୍ରାମବାସୀ l ବିଦ୍ୟୁତ ଟ୍ରାନ୍ସଫରମରଟି ପୋଡିଯିବା ସନ୍ଦେହ କରି ଜଗନ୍ନାଥପୁର ଗ୍ରାମବାସୀ ବିଦ୍ୟୁତ ବିଭାଗର ପରାମର୍ଶରେ ଟ୍ରାନ୍ସଫରମରରେ ଏକ ତାଲା ପକାଇଥିଲେ l ବିଦ୍ୟୁତ ନେବାରେ ଶ୍ରୀହରିପୁର ଗ୍ରାମବାସୀଙ୍କର ଅସୁବିଧା ସୃଷ୍ଟି ହେବାରୁ…
Read More