ଟ୍ରାନ୍ସଫର୍ମରକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ ଆହତ

ରଣପୁର: ଇଲେକ୍ଟ୍ରି ଟ୍ରାନ୍ସଫରମରକୁ କେନ୍ଦ୍ର କରି ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ ଆହତ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ର ପୁର ପଂଚାୟତ ର ଜଗନ୍ନାଥ ପୁର ଏବଂ ଶ୍ରୀହରି ପୁର ଗ୍ରାମ ମଧ୍ୟ୍ୟରେ l ସୂଚନା ଅନୁସାରେ ଜଗନ୍ନାଥ ପୁରର ଇଲେକ୍ଟ୍ରି ଟ୍ରାନ୍ସଫରମରରୁ ଶ୍ରୀହରି ପୁରର କିଛି ଗ୍ରାମବାସୀମାନେ ଚୋରାରେ ବିଦ୍ୟୁତ ନେଇ ଏକ ପାଣି ମଟର ଲଗାଇ ମନଇଚ୍ଛା ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇବା ସହ ବିଲରେ ପାଣି ମଡ଼ଉଥିବାର ଅଭିଯୋଗ କରିଛନ୍ତି ଜଗନ୍ନାଥପୁର ଗ୍ରାମବାସୀ l ବିଦ୍ୟୁତ ଟ୍ରାନ୍ସଫରମରଟି ପୋଡିଯିବା ସନ୍ଦେହ କରି ଜଗନ୍ନାଥପୁର ଗ୍ରାମବାସୀ ବିଦ୍ୟୁତ ବିଭାଗର ପରାମର୍ଶରେ ଟ୍ରାନ୍ସଫରମରରେ ଏକ ତାଲା ପକାଇଥିଲେ l ବିଦ୍ୟୁତ ନେବାରେ ଶ୍ରୀହରିପୁର ଗ୍ରାମବାସୀଙ୍କର ଅସୁବିଧା ସୃଷ୍ଟି ହେବାରୁ ଗ୍ରାମବାସୀମାନେ ଏକ ବୈଠକ କରି ଟ୍ରାନ୍ସଫରମରରେ ପଡ଼ିଥିବା ତାଲାକୁ ଭାଙ୍ଗିବାରୁ ଜଗନ୍ନାଥପୁର ଗ୍ରାମବାସୀ ଅଟକାଇବାରୁ ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଯୁକ୍ତିତର୍କ ହେବା ସହ ପରସ୍ପରକୁ ବିଭିନ୍ନ ମରଣାଅସ୍ତ୍ରରେ ଆକ୍ରମଣ କରିଥିଲେ l ଏହା ଫଳରେ ୧୫ରୁ ଉର୍ଦ୍ଧ ଲୋକ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ଉଭୟ ପକ୍ଷରୁ ଥାନାରେ ମାମଲା ହୋଇଥିବା ବେଳେ ପୋଲିସ ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣା ପଡିଛି l

Related posts