ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରୁ ପୁଣି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ନୟାଗଡ଼ ସହରରେ ରାସ୍ତା ପାର୍ଶ୍ବରେ ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନ ଉପରେ ଆଜି ପଡ଼ିଛି ଜେସିବି ପାହାର । ପୌର ପରିଷଦ ପକ୍ଷରୁ ଜେସିବି ଲଗାଇ ଦୋକାନ ସାମ୍ନାରୁ ଜବର ଦଖଲ ଜବରଦଖଲ ଉଚ୍ଛେଦ କରାଯାଇଛି । ଏଥିସହିତ ଉଠାଦୋକାନ ଗୁଡ଼ିକ ମଧ୍ୟ ହଟା ଯାଇଛି । ପୌର ପରିଷଦ କାର୍ଯ୍ୟାଳୟ ଠାରୁ ନୟାଗଡ଼ କଲେଜ ରାସ୍ତା ପର୍ଯ୍ୟନ୍ତ ଜବରଦଖଲ ମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି । ପୌର ପରିଷଦ କର୍ମଚାରୀ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ପ୍ରମୁଖ ଉପସ୍ଥିତ ରହି ଜବରଦଖଲ ମୁକ୍ତ କରୁଥିବା ଦେଖିବାକୁ ମିଳିଛି ।
Read MoreBlog
ଶିକ୍ଷକ ସଂଗଠନ ପକ୍ଷରୁ ଡ.ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ମିଶାଇଲ ମ୍ୟାନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଶିକ୍ଷାବିତ, ଲେଖକ ଏବଂ ଭାରତରତ୍ନ ସ୍ୱର୍ଗତ ଡଃ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକୀ ଅବସରରେ ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶିକ୍ଷକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ତ୍ରିପାଠୀ ଯୋଗଦାନ କରି ଶିକ୍ଷକ ସମାଜ ଦ୍ୱାରା ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଭିଡ ନିୟମାନୁଯାୟୀ ପାଳିତ ଏହି ଉତ୍ସବରେ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତା ତଥା ଶିକ୍ଷକନେତା ଭକ୍ତବଲ୍ଲବ ବଟକୃଷ୍ଣ ମିଶ୍ର, ବିପିନ ବିହାରୀ ଦାସ, ଲକ୍ଷ୍ମୀଧର…
Read Moreକଥା ଓ କବିତାର ଶାରଦୀୟ ଉତ୍ସବ ‘ସମ୍ଭାର’ ଆୟୋଜିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଦ୍ୱାରା ଆୟୋଜିତ କଥା ଓ କବିତାର ଶାରଦୀୟ ସାହିତ୍ୟ ଉତ୍ସବ ‘ସମ୍ଭାର’ ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ଯୋଗଦାନ କରିଥିବା ବେଳେ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର କହଁର କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ । ମୁଖ୍ୟବକ୍ତା ଭାବେ କଥାକାର ତଥା ସାମ୍ବାଦିକ ଶୁଭ୍ରାଶୁଂ ପଣ୍ଡା ଏବଂ ବିଶିଷ୍ଟ ଅତିଥିଭାବେ ପ୍ରତିଷ୍ଠିତ ବ୍ୟଙ୍ଗକବି ତଥା ସୁସମାଲୋଚନ ଏବଂ ସ୍ତମ୍ଭକାର ଡଃ କୁଳାଙ୍ଗାର ଯେଗଦାନ କରି ‘ଓଡ଼ିଆ ଭାଷା ସାହିତ୍ୟରେ ଯୁବପିଢ଼ିର ଉତ୍ତର ଦାୟିତ୍ୱ’ ପ୍ରସଙ୍ଗରେ ଆଲୋଚନା କରିଥଲେ । ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ…
Read Moreରୋଟାରୀ କ୍ଲବ ଓ ଶ୍ରୀକୃଷ୍ଣ ଯୁବକ ସଙ୍ଘ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ରୋଟାରୀ କ୍ଲବ ଓ ଶ୍ରୀକୃଷ୍ଣ ଯୁବକ ସଂଘ ଗୋଡିଆଳିର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଗୋଡିଆଳି ଗ୍ରାମରେ ନୟାଗଡ଼ ରକ୍ତ ଭଣ୍ଡାର ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହାପୁଣ୍ୟ ଏହି ଉକ୍ତିକୁ ପାର୍ଥେୟ କରି ଆଜିର ଏହି ସ୍ୱେଚ୍ଛାକୃତଭାବେ ମହିଳାମାନେ ରକ୍ତ ଦାନ କରିଥିଲେ। ମହିଳା ମାନଙ୍କ ରକ୍ତ ଦାନ ପ୍ରତି ଆଗ୍ରହ ସମାଜ ପ୍ରତି ପ୍ରେରଣାଦାୟକ ଥିଲା। ଏହି ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ରୋଟାରିଆନ ଅଧ୍ୟାପକ ପ୍ରସନ୍ନ ବସନ୍ତିଆ, ରୋଟାରିଆନ ବାସୁଦେବ ସାହୁ, ରୋଟାରିଆନ ଲକ୍ଷ୍ମୀ ନାରାୟଣ ରଥ ଓ ଗୋଡ଼ିଆଳି ଗ୍ରାମର ଶୀକୃଷ୍ଣ ଯୁବକ ସଂଘର ଯୁବ ସମାଜସେବୀ ମାନେ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ।
Read Moreନୟାଗଡ଼ରେ ବିଶ୍ୱ ଗୃହ ହୀନ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ‘ମୈତ୍ରୀ ଯୁବ ସଂସଦ’ ଓ ‘ସୋହମ’ର ମିଳିତ ଆନୁକୂଲ୍ୟରେ DU Camping-Odisha ଆହ୍ୱାନରେ ବିଶ୍ୱ ଗୃହହୀନ ଦିବସ ନୟାଗଡ଼ ସହର ଉପକଣ୍ଠ ମୁଥାଗାଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ମୈତ୍ରୀର ସଂପାଦକ ପ୍ରଦୀପ କୁମାର ସାହୁ, ବିଶ୍ୱରେ ବହୁତ ବ୍ୟକ୍ତି ବାସହୀନ ରୂପେ ବାସ କରୁଛନ୍ତି ଏବଂ ଆମ ଭାରତରେ ଏହି ସଂଖ୍ୟାର ୧୭.୭୩ ଲକ୍ଷ ବୋଲି ପ୍ରକାଶ କରିଥିଲେ । ଯେଉଁ ଲୋକମାନେ ମୁକ୍ତ ଆକାଶ ତଳେ ଖୋଲାରେ ରହୁଛନ୍ତି । ସେମାନଙ୍କ ଜୀବନ ଅସୁରକ୍ଷିତ, ସେମାନେ ଅତ୍ୟାଚାରୀତ, ଲାଞ୍ଛିତ ଓ ଦୁର୍ବିସହ ଜୀବନ ଯାପନ କରିଥାନ୍ତି । ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ସବୁ ବ୍ୟକ୍ତି ବିଶେଷ ଘରଟିଏ ପାଇବା ରାଷ୍ଟ୍ରର କର୍ତ୍ତବ୍ୟ । ଏହି ବିଷୟରେ ପିଲାମାନଙ୍କ ଦ୍ୱାରା କୋଭିଡ ନିୟମକୁ ପାଳନ ପୂର୍ବକ…
Read Moreରୋଟାରୀ କ୍ଲବ ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ରୋଟାରୀ କ୍ଲବ ତରଫରୁ ପାଳିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବସିରନ ବିବି ଯୋଗଦେଇ ଝିଅମାନେ ନିଜକୁ ଦୁର୍ବଳ ନ ଭାବିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ ଅଧ୍ଯାପିକା ରିଙ୍କୁ ଖାଡେଙ୍ଗା କନ୍ଯା ସନ୍ତାନ ଟିଏ ଜନ୍ମ ହେଲେ ପିତାମାତା ମନଦୁଃଖ କରୁଥିବା ବେଳେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲାବେଳେ ପିତା ମାତା ଖୁସି…
Read Moreପୋଷାକ ବିତରଣ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ଆଜି ଓଡ଼ଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋର ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୋଷାକ, ଜୋତା, ମୋଜା ବିତରଣ ସହିତ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜନିତ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅତିରିକ୍ତ ଶିକ୍ଷାଧିକାରୀ ବନବିହାରୀ ପାତ୍ର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଶିକ୍ଷାବିତ, ଗବେଷକ ତଥା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଧିବାସ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋଭିଡ୍ କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ବଦଳରେ ସେମାନଙ୍କ ପିତାମାତାମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ପଣ୍ଡା, ଉପସଭାପତି ଜଲି ପାଣିଗ୍ରାହୀଙ୍କ ସମେତ ସମସ୍ତ ସଭ୍ୟସଭ୍ୟାଙ୍କୁ ବିଦ୍ୟାଳୟ ତରଫରୁ…
Read Moreଶ୍ରୀ ଶ୍ରୀ ରଘୁନାଥ ସାରସ୍ଵତ ସଂସଦର ବନ୍ଧୁମିଳନ କାର୍ଯ୍ୟକ୍ରମ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଏହାର ପ୍ରଥମ ବନ୍ଧୁମିଳନ ତଥା ସାହିତ୍ୟ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଆୟୋଜନ କରିଛି।ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ)ଙ୍କ ବାସଭବନ ପରିସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଦିବାକର ନାୟକ,ଆବାହକ ପ୍ରହଲ୍ଲାଦ ବେହେରା,ସଭାପତି ପଞ୍ଚାନନ ପଣ୍ଡା, ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ,ସମ୍ପାଦକ ଭାବଗ୍ରାହୀ ମହାପାତ୍ର, ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ,କୋଷାଧ୍ୟକ୍ଷ ରଞ୍ଜନ କୁମାର ଦାଶ,ସଂଯୋଜିକା ପ୍ରିୟଦର୍ଶନୀ ମହାପାତ୍ର ଆଦି ସଂସଦୀୟ କର୍ମକର୍ତ୍ତାଙ୍କ ସମେତ ପ୍ରଭାତି ପଟ୍ଟନାୟକ, କମଳିନୀ ବେହେରା,ବବିତାରାଣୀ ମହାପାତ୍ର,ପ୍ରଦ୍ୟୁମ୍ନ କୁମାର ସାହୁ, ଦୂତିକୄଷ୍ଣ ମିଶ୍ର, ଅରୁଣ କୁମାର ସାହୁ ପ୍ରମୁଖ ୨୭ ଜଣ ସଭ୍ୟସଭ୍ୟା ଯୋଗ ଦେଇଥିଲେ।ସେମାନଙ୍କ ମଧ୍ୟରେ “ସାହିତ୍ୟ ଅନୁଷ୍ଠାନ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ” ଶୀର୍ଷକ ଏକ ଆଲୋଚନାଚକ୍ର କରାଯାଇ ଶରଣକୁଳ ଅଞ୍ଚଳର ବିଶିଷ୍ଟ କବି ତଥା…
Read Moreନୂଆଗାଁରେ ପୁଣି ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ
ନୂଆଗାଁ/ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁରେ ଏକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ କି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତର ସିଙ୍ଗାରପଲ୍ଲୀ ଠାରୁ କାପ୍ତାପଲ୍ଲୀକୁ ସଂଯୋଗ କରିଥିବା ନୂତନ ରାସ୍ତାରେ ଡାଇଭର୍ସନ ନଦେଇ କଲଭର୍ଟ ନିର୍ମାଣ ଚାଲିଥିଲା। ଏହି ସମୟରେ ପୋବଲା ଗ୍ରାମର ମାଗୁଣି ଜାନିଙ୍କ ଦେହ ଗୁରୁତର ଭାବେ ଖରାପ ଥିବାରୁ ୧୦୮ ଆମ୍ବୁଲାନ୍ସକୁ ଗ୍ରାମକୁ ଡକାଯାଇଥିଲା। ଏହି ସମୟରେ ରାସ୍ତାଟିକୁ ଠିକାଦାର ସମ୍ପୂର୍ଣ୍ଣ ଭାବେ ଖୋଲିଦେଇଥିବାରୁ ଆମ୍ବୁଲାନ୍ସଟି ଗ୍ରାମକୁ ଆସି ପାରିନଥିଲା। ଯାହା ଫଳରେ ମାଗୁଣି ଜାନୀଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଥିଲା। ବିଳମ୍ବ ହେତୁ ମାଗୁଣି ଜାନୀଙ୍କ ଦେହାନ୍ତ ହୋଇଥିଲା।ଏହି ଘଟଣାକୁ ନେଇ ମାଗୁଣିଙ୍କ ପୁଅ ପ୍ରଦୀପ ବିଭିନ୍ନ ଗଣମାଧ୍ୟମକୁ ଡାକି ଖବର ପରିବେଷଣ କରିଥିଲେ। ସାମ୍ବାଦିକ ପ୍ରଦୀପ୍ତ ଜାନି ତାଙ୍କ ମାଙ୍କର…
Read Moreଥୁଆବାରୀରେ ୮୦ତମ ପ୍ରଜାମଣ୍ଡଳ ସହିଦ ଶ୍ରାଦ୍ଧ ଦିବସ ପାଳିତ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀର ଗାଁ କହିଲେ ମନେ ପଡେ ଥୁଆବାରୀ ଗାଁ। ୧୯୩୬ ମହିହାରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯୋଗଦେଇଥିବା ଥୁଆବାରୀ ଗ୍ରାମର ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ଆହ୍ୱାନ କ୍ରମେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଇଥିଲେ। ଯେତେବେଳେ ଇଂରେଜମାନେ ସାରା ଭାରତ ବର୍ଷରେ ଶାସନ କରୁଥିଲେ ଗୋରା ସାହେବ ମାନଙ୍କ ଶାସନରେ ଅତ୍ୟାଚାରକୁ ରୋକିବା ପାଇଁ, ଭାରତ ମା’ର ସ୍ୱାଧୀନ ପାଇଁ ଏକ ଗଡ଼ଜାତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଥୁଆବାରି ଗ୍ରାମର ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ମାନେ ଏକତ୍ରିତ ହୋଇଥିଲେ। ଏହି ସଂଗ୍ରାମୀ ମାନେ ପ୍ରଥମେ ନୂଆଗାଁ ଥାନା ଉପରେ ଆକ୍ରମଣ କରି ଥାନାରେ ନିଆଁ ଲଗାଇଥିଲେ। ଏବଂ ଗୋରା ସାହେବ ମାନଙ୍କୁ…
Read More