ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ ତଥା ମିଶାଇଲ ମ୍ୟାନ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଶିକ୍ଷାବିତ, ଲେଖକ ଏବଂ ଭାରତରତ୍ନ ସ୍ୱର୍ଗତ ଡଃ.ଏ.ପି.ଜେ ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକୀ ଅବସରରେ ନୟାଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶିକ୍ଷକ ସଂଗଠନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ନିଳାମ୍ବର ତ୍ରିପାଠୀ ଯୋଗଦାନ କରି ଶିକ୍ଷକ ସମାଜ ଦ୍ୱାରା ସ୍ଥାପିତ ଡ.କାଲାମଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଭିଡ ନିୟମାନୁଯାୟୀ ପାଳିତ ଏହି ଉତ୍ସବରେ ବିଭିନ୍ନ ଶିକ୍ଷକ ସଂଗଠନର କର୍ମକର୍ତ୍ତା ତଥା ଶିକ୍ଷକନେତା ଭକ୍ତବଲ୍ଲବ ବଟକୃଷ୍ଣ ମିଶ୍ର, ବିପିନ ବିହାରୀ ଦାସ, ଲକ୍ଷ୍ମୀଧର ସାହୁ, ପ୍ରଦୀପ କୁମାର ସାହୁ, ଅଶୋକ କୁମାର ମଲ୍ଲ, ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ମିଳିତ ଜାତିସଂଘ ପକ୍ଷରୁ ଡ.କାଲାମଙ୍କ ସମ୍ମାନାର୍ଥେ ତାଙ୍କ ଜନ୍ମ ଦିବସକୁ ପ୍ରତିବର୍ଷ ‘ବିଶ୍ୱ ଶିକ୍ଷାର୍ଥି ଦିବସ’ ଭାବେ ୨୦୧୦ ମସିହାରୁ ସମଗ୍ର ପୃଥିବୀରେ ପାଳନ କରାଯାଇ ଆସୁଅଛି। ।
ଶିକ୍ଷକ ସଂଗଠନ ପକ୍ଷରୁ ଡ.ଅବଦୁଲ କାଲାମଙ୍କ ୯୦ତମ ଜନ୍ମବାର୍ଷିକ ପାଳିତ
![](https://nayagarhdarpan.com/wp-content/uploads/2021/10/IMG-20211015-WA0035-500x280.jpg)