ନୂଆଗାଁ/ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁରେ ଏକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ କି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତର ସିଙ୍ଗାରପଲ୍ଲୀ ଠାରୁ କାପ୍ତାପଲ୍ଲୀକୁ ସଂଯୋଗ କରିଥିବା ନୂତନ ରାସ୍ତାରେ ଡାଇଭର୍ସନ ନଦେଇ କଲଭର୍ଟ ନିର୍ମାଣ ଚାଲିଥିଲା। ଏହି ସମୟରେ ପୋବଲା ଗ୍ରାମର ମାଗୁଣି ଜାନିଙ୍କ ଦେହ ଗୁରୁତର ଭାବେ ଖରାପ ଥିବାରୁ ୧୦୮ ଆମ୍ବୁଲାନ୍ସକୁ ଗ୍ରାମକୁ ଡକାଯାଇଥିଲା। ଏହି ସମୟରେ ରାସ୍ତାଟିକୁ ଠିକାଦାର ସମ୍ପୂର୍ଣ୍ଣ ଭାବେ ଖୋଲିଦେଇଥିବାରୁ ଆମ୍ବୁଲାନ୍ସଟି ଗ୍ରାମକୁ ଆସି ପାରିନଥିଲା। ଯାହା ଫଳରେ ମାଗୁଣି ଜାନୀଙ୍କୁ ଡାକ୍ତରଖାନା ନେବାରେ ବିଳମ୍ବ ହୋଇଥିଲା। ବିଳମ୍ବ ହେତୁ ମାଗୁଣି ଜାନୀଙ୍କ ଦେହାନ୍ତ ହୋଇଥିଲା।ଏହି ଘଟଣାକୁ ନେଇ ମାଗୁଣିଙ୍କ ପୁଅ ପ୍ରଦୀପ ବିଭିନ୍ନ ଗଣମାଧ୍ୟମକୁ ଡାକି ଖବର ପରିବେଷଣ କରିଥିଲେ। ସାମ୍ବାଦିକ ପ୍ରଦୀପ୍ତ ଜାନି ତାଙ୍କ ମାଙ୍କର…
Read More