ପୋଷାକ ବିତରଣ ଓ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ)- ଆଜି ଓଡ଼ଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋର ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପୋଷାକ, ଜୋତା, ମୋଜା ବିତରଣ ସହିତ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜନିତ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅତିରିକ୍ତ ଶିକ୍ଷାଧିକାରୀ ବନବିହାରୀ ପାତ୍ର ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଶିକ୍ଷାବିତ, ଗବେଷକ ତଥା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଧିବାସ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋଭିଡ୍ କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ବଦଳରେ ସେମାନଙ୍କ ପିତାମାତାମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିବାକର ପଣ୍ଡା, ଉପସଭାପତି ଜଲି ପାଣିଗ୍ରାହୀଙ୍କ ସମେତ ସମସ୍ତ ସଭ୍ୟସଭ୍ୟାଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ପ୍ରଧାନଶିକ୍ଷୟିତ୍ରୀ ମିସେସ୍ ଲୋଟସ୍ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିବା ସହ ସରକାରୀ ନିର୍ଦ୍ଦେଶ ମୁତାବକ ନୂତନ କମିଟି ଗଠନ ସମ୍ପର୍କରେ ଅବଗତ କରାଇଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ଇକୋକ୍ଲବ୍ ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ଧନ୍ୟବାଦାର୍ପଣ କରିଥିଲେ।ଉକ୍ତ ଉତ୍ସବରେ ସୁନିତା ସେଠୀ,ଜାନକୀ ପଣ୍ଡା, ଝିଲିବାଳା ଦାସ, ଏନ୍.ରାଧାସ୍ୱାମୀ,ସୁଶାନ୍ତି ପଣ୍ଡା ଓ ଜିତେନ୍ କୁମାର ଡାକୁଆ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।

Related posts