ନୟାଗଡ଼,(ନୟାଗଡ଼ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସଂପୂର୍ଣ ହୋଇଯାଇଛି । ଓଡ଼ଗାଁ ବ୍ଲକର ୩୬ଗାଟି ପଂଚାୟତର ୪ଟି ଜିଲ୍ଲାପରିଷଦ ଜୋନ୍ ଏବଂ ୫୭୪ଟି ୱାର୍ଡରେ ମତଦାନ କରାଯାଇଛି । ଜିଲ୍ଲାପାଳ ଡା. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ବିଭିନ୍ନ ବୁଥ୍ ପରିଦଶର୍ନ କରିଥିଲେ। ବ୍ଳକର ବିଭିନ୍ନ ଉତ୍ତେଜନା ପ୍ରବଣ ବୁଥ୍ଗୁଡ଼ିକେର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ ନିଜେ ପୋଲିସ ବାହିନୀ ସହ ବୁଲି ତଦାରଖ କରିଥିଲେ। ଆଜି ଭୋଟଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୧ଘଟିକା ସମୟେର ସରିଛି । ଭୋଟବାକ୍ସ ଗୁଡ଼ିକୁ ପୋଲିଂ ପାର୍ଟିମାନେ ଓଡ଼ଗାଁ ରଘୁନାଥ ମହାବିଦ୍ୟାଳୟରେ କରାଯାଇଥିବା ଷ୍ଟ୍ରଙ୍ଗ୍ରୁମରେ ରଖିବାର ବ୍ୟବସ୍ଥା…
Read MoreBlog
ଶୋକାକୁଳ ପରିବେଶରେ ହେଲା ଅନ୍ତିମ ସଂସ୍କାର, ନିଆରା ପରମ୍ପରା ସୃଷ୍ଟି କଲେ ଗ୍ରାମବାସୀ
ରଣପୁର/ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଯୁବ ନାଟ୍ୟ ନିର୍ଦ୍ଦେଶକଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ନରେନ୍ଦ୍ରପୁର ମୋ ଗାଁ ମହୋତ୍ସବ କମିଟି ଏବଂ ରାଜସୁନାଖଳା ମହୋତ୍ସବ କମିଟି। ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଗ୍ରାମବାସୀ। ପ୍ରକାଶ ଥାଉକି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଯୁବ ନାଟ୍ୟ ନିର୍ଦ୍ଦେଶକ ତଥା ମୋ ଗାଁ ମହୋତ୍ସବ କମିଟିର ସହ-ସମ୍ପାଦକ ଲଳିତ କୁମାର ବାହିନୀପତି(୨୩)ଙ୍କ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଥିଲା। ଶ୍ରୀ ବାହିନୀପତି ଗତକାଲି ନିଜର ବ୍ୟକ୍ତିଗତ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବିନୋଦପଡା ଠାରେ ତାଙ୍କ ବାଇକ ସହିତ ଏକ ଅଜଣା ଗାଡ଼ି ଧକ୍କା ହେବାରୁ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କୁ ଉଦ୍ଧାର କରି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…
Read Moreବହୁଭାଷୀ ଦେଶ ପାଇଁ ଅନୁବାଦ ଏକ ଆବଶ୍ୟକତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ କବିମାନେ ଏଥିରେ ଅଂଶଗ୍ରହଣ କରି ହିନ୍ଦୀ, ସଂସ୍କୃତ, ଓଡ଼ିଆ, ଇଂରାଜୀ ତଥା ବଙ୍ଗଳା ଭାଷାରେ ଅନ୍ୟାନ୍ୟ ଭାରତୀୟ ଭାଷାର ଅନୂଦିତ କବିତା ସହ ମୈ।ଳିକ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅନୁବାଦକ ବିଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରି ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ ଏହାକୁ ଅନୁବାଦକ ନିଜର ବିଶିଷ୍ଟ ଜ୍ଞାନ, ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୌଶଳ ଦ୍ୱାରା ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ କରିପରିଥାଏ, ବିଶେଷଭାବେ ବହୁଭାଷୀ ଦେଶ ପାଇଁ ଅନୁବାଦର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ସମଗ୍ର ଭାରତବର୍ଷର ଅନୁବାଦକଙ୍କୁ ଯୋଡିବା…
Read Moreତୃତୀୟ ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ପଞ୍ଜିକୃତ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ତାରିଖ ଦୀର୍ଘ ୮ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ପ୍ରତ୍ୟହ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶୁଭମ ଫାର୍ମ ହାଉସ, ମୁକ୍ତାପୁରଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ୮ ଦିନଧରି ପ୍ରତ୍ୟେହ ସଂଧ୍ୟାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ନାଟକମାନ ଅନୁଷ୍ଠିତ ହେବ । ଏହି କ୍ରମରେ ମାର୍ଚ୍ଚ ୧ତାରିଖରେ ନାଟ୍ୟ ଚେତନା ନାଟ୍ୟଗ୍ରାମ, ଖୋର୍ଦ୍ଧା ପକ୍ଷରୁ ନାଟକ ‘କୁଆଁକୁଆଁ’, ନବୀନ ବର୍ଣ୍ଣାଳୀ ଭୁବନେଶ୍ୱର ପକ୍ଷରୁ ନାଟକ ‘ଭିନ୍ନ…
Read Moreତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ
ନୟାଗଡ଼,(ନୟାଗଡ ଦର୍ପଣ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ ନିମନ୍ତେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ପୋଲିସ -ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ସାଧାରଣ ପର୍ଯ୍ୟବେକ୍ଷକ ଭରତ ଚନ୍ଦ୍ର ବେହେରା, ଅର୍ଥ ପର୍ଯ୍ୟବେକ୍ଷକ ଅଶୋକ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକ ମଂଚାସୀନ ଥିଲେ। ଚଳିତ ପଂଚାୟତ ନିର୍ବାଚନରେ ନୟାଗଡ଼ ଜିଲ୍ଲାର ୧୯୪ପଂଚାୟତର ୨୯୮୮ଟି ଓାର୍ଡ ତଥା ବୁଥ୍ରେ ନିର୍ବାଚନ ଅନୁଷ୍ଠିତ ହେବ । ସେଥି ମଧ୍ୟରୁ ୪୮୩ଟି ଉତ୍ତେଜନା ପ୍ରବଣ ବୁଥ୍ । ପୋଲିସ ପ୍ରଶାସନ ପକ୍ଷରୁ ଉତ୍ତେଜନା ପ୍ରବଣ ବୁଥ ଅଂଚଳରେ ପୋଲିସ ଫ୍ଲାଗମାର୍ଚ୍ଚ ଏବଂ ପେଟ୍ରୋଲିଂ କରାଯିବା ସହିତ ନିର୍ବାଚନ ଆଚରଣ…
Read Moreଟାଏକୋଣ୍ଡରେ ବ୍ଳାକ୍ ବେଲଟ୍ ହାସଲ କଲେ ଓଡ଼ଗାଁର ୩ପ୍ରଶିକ୍ଷାର୍ଥୀ
ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ିଶା ଟାଏକୋଣ୍ଡ ଦ୍ୱାରା ପଞ୍ଜିକୃତ ଓଡ଼ଗାଁ ଟାଏକୋଣ୍ଡ ଏକାଡେମୀରେ ଦିବ୍ୟ ରଞ୍ଜନ ବରାଡ଼ଙ୍କ ଠାରୁ ପ୍ରଶିକ୍ଷଣ ନେଉଥିବା କୁରାଳ ଗ୍ରାମର ଆକାଶ ମିଶ୍ର, ଓଡ଼ଗାଁର ଶୁଭଲକ୍ଷ୍ମୀ ବରାଡ଼ ଓ ସୁର୍ଯ୍ୟକାନ୍ତ ବେହେରା ସଫଳ ଭାବେ World taekwondo kukkiwoon (south Korea )ରୁ ଟାଏକୋଣ୍ଡ ବ୍ଳାକ୍ ବେଲଟ୍ ହାସଲ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଅନେକ ଥର ଏହି ପ୍ରତିଭା ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଅଶଂଗ୍ରହଣ କରି ସଫଳତା ପାଇ ପରିଛନ୍ତି। ବ୍ଲାକ ବେଲ୍ଟ ହାସଲ କରିବା ପରେ ଏହି ପ୍ରତିଭାମାନଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
Read Moreଲତା ମଙ୍ଗେସକରଙ୍କ ସ୍ମୃତିରେ ଶୋକସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସହର ସ୍ଥିତ ମୈତ୍ରୀ ଯୁବ ସଂସଦ ସଭାଗୃହରେ ଭାରତ ରତ୍ନ ତଥା ସ୍ୱର ସାମାଂଗ୍ରୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ମୈତ୍ରୀ ଯୁବ ସଂସଦ, ଶ୍ରୀ ସୃଜନ ଓ ସୋହମ ସଙ୍ଗଠନର ମିଳିତ ଆନୁକୁଲ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଯାଇଛି । ଏହି ସଭାରେ ନୟାଗଡର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ନାଟ୍ୟ ଭୁଷଣ ଡ. ବିଜୟ ଚୌଧୁରୀ ଅତିଥି ରୂପେ ଯୋଗଦାନ କରିଥଲେ । ଲତା ମଙ୍ଗେସକରଙ୍କର ମହନୀୟ ଗୁଣାବଳୀ ବିଷୟରେ ଅତିଥିମାନଙ୍କ ସହିତ ମୈତ୍ରୀର ସମ୍ପାଦକ ପ୍ରଦୀପ କୁମାର ସାହୁ, ମମତା ମଞ୍ଜରୀ ଦେବୀ, ହରପ୍ରିୟା ଦ୍ବିବେଦୀ ଓ ସୌଭାଗ୍ୟ ମଞ୍ଜରୀ ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଲତା ଦିଦିଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତତ୍ପରେ ଶ୍ରୀ ସୃଜନର…
Read More‘ସେବା’କୁ ଗଲେ ରାଧେ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶ କ୍ରମେ ଅସହାୟ ଅବସ୍ଥାରେ ଘୂରି ବୁଲୁଥିବା ମହିଳା ‘ରାଧେ’ଙ୍କୁ ସୁଧାରଗୃହକୁ ନିଆଯାଇଛି। ଓଡ଼ଗାଁ ବ୍ଲକ ଅଞ୍ଚଳରେ ଆଜକୁ ପ୍ରାୟ ୭ ବର୍ଷ ଧରି ‘ରାଧେ’ ନାମରେ ପରିଚିତ ମହିଳା ଜଣକ ଏଣେତେଣେ ଘୂରି ବୁଲୁଥିବାବେଳେ ତା’ର ଖାଇବା ପିଇବା ଓ ରହିବାର କୌଣସି ଠିକ୍ ଠିକଣା ନ ଥିଲା। ଓଡ଼ଗାଁ କଲେଜ ଅଞ୍ଚଳରେ ବହୁ ସମୟ ଘୂରି ବୁଲୁଥିବା ଉକ୍ତ ମହିଳା ଜଣକ ନିଜର ଠିକଣା କହି ପାରୁ ନ ଥିଲେ । ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ସେ କେବଳ ‘ରାଧେ’ କହୁଥିବାରୁ ତାକୁ ସମସ୍ତେ ‘ରାଧେ’ ଭାବରେ ଜାଣୁଥିଲେ । ‘ରାଧେ’ ଘୂରିବୁଲି ଦେଢ଼ମାସ ତଳେ କୁରାଳକୁ ଚାଲିଯାଇଥିଲେ। ପରିବେଶବିତ୍ ତଥା ସମାଜସେବୀ ସୁକାନ୍ତ ଚୌଧୁରୀ ଏହି ଅସହାୟ ମହିଳାଙ୍କ ସମ୍ପର୍କରେ ଜାଣିବା…
Read Moreକୋଭିଡ ଟୀକାକରଣ ନିମନ୍ତେ ଜିଲ୍ଲା ରେ ବୁଲିଲା ସଚେତନତା ରଥ
ନୟାଗଡ଼,(ନୟାଗଡ଼ ଦର୍ପଣ): କୋଭିଡ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ ନିମନ୍ତେ ଜିଲ୍ଲାରେ ସଚେତନ କରିବା ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ଓ ଆକ୍ସନଏଡ୍ ର ମିଳିତ ସହଯୋଗରେ ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ବାହାରିଛି।ଜିଲ୍ଲା ର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ସବୁଜ ପତାକା ଦେଖାଇ ରଥ ପରିକ୍ରମା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହି ଅବସର ରେ ଜିଲ୍ଲା ପ୍ରଶାସନ ଏବଂ ଆକ୍ସନଏଡ୍ ର ମିଳିତ ସହଯୋଗ ରେ ରଥ ଟି ଜିଲ୍ଲାରେ ୮ଟି ବ୍ଲକ ର ବିଭିନ୍ନ ଗ୍ରାମରେ କେ଼ାଭିଡ ସମ୍ବଧିତ୍ତ ବାର୍ତ୍ତା ପ୍ରଚାର କରିବ। ଏହି କାର୍ଯ୍ଯ କ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ର ନାଥ…
Read Moreସ୍କୁଲ ଖୋଲିଲେ କେଉଁ ଶ୍ରେଣୀର ପିଲା କେତେବେଳେ ପଢିବେ ପାଠ ଜାଣନ୍ତୁ
ନୟାଗଡ଼,(ନୟାଗଡ଼ ଦର୍ପଣ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀରୁ ପିଲାମାନଙ୍କ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ସେହିଭଳି ଆସନ୍ତା ୧୪ ତାରିଖରୁ ମଧ୍ୟ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେଉଁ ଶ୍ରେଣୀ ପିଲାଙ୍କ ପାଇଁ କେତେବେଳେ ସ୍କୁଲ ଖୋଲିବ, ତାହା ମଧ୍ୟ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ପାଠ ପଢା ଚାଲିବ। ସେହିଭଳି ଦଶମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଚାଲିବ। ପୂର୍ବଭଳି ମଧ୍ୟାହ୍ନ ଭୋଜନକୁ ବନ୍ଦ ରଖାଯାଇ ଶୁଖିଲା ରାସନ ଯୋଗାଣ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି।
Read More