ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶ କ୍ରମେ ଅସହାୟ ଅବସ୍ଥାରେ ଘୂରି ବୁଲୁଥିବା ମହିଳା ‘ରାଧେ’ଙ୍କୁ ସୁଧାରଗୃହକୁ ନିଆଯାଇଛି। ଓଡ଼ଗାଁ ବ୍ଲକ ଅଞ୍ଚଳରେ ଆଜକୁ ପ୍ରାୟ ୭ ବର୍ଷ ଧରି ‘ରାଧେ’ ନାମରେ ପରିଚିତ ମହିଳା ଜଣକ ଏଣେତେଣେ ଘୂରି ବୁଲୁଥିବାବେଳେ ତା’ର ଖାଇବା ପିଇବା ଓ ରହିବାର କୌଣସି ଠିକ୍ ଠିକଣା ନ ଥିଲା। ଓଡ଼ଗାଁ କଲେଜ ଅଞ୍ଚଳରେ ବହୁ ସମୟ ଘୂରି ବୁଲୁଥିବା ଉକ୍ତ ମହିଳା ଜଣକ ନିଜର ଠିକଣା କହି ପାରୁ ନ ଥିଲେ । ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ସେ କେବଳ ‘ରାଧେ’ କହୁଥିବାରୁ ତାକୁ ସମସ୍ତେ ‘ରାଧେ’ ଭାବରେ ଜାଣୁଥିଲେ । ‘ରାଧେ’ ଘୂରିବୁଲି ଦେଢ଼ମାସ ତଳେ କୁରାଳକୁ ଚାଲିଯାଇଥିଲେ। ପରିବେଶବିତ୍ ତଥା ସମାଜସେବୀ ସୁକାନ୍ତ ଚୌଧୁରୀ ଏହି ଅସହାୟ ମହିଳାଙ୍କ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ କିଛି ସ୍ଵଚ୍ଛାସେବୀଙ୍କ ସହାୟତାରେ ‘ରାଧେ’ଙ୍କ ଦାୟିତ୍ୱ ନେଇଥିଲେ। ଦୈନନ୍ଦିନ ଖାଇବା ପିଇବା, ପିନ୍ଧାବସ୍ତ୍ର, ଶୀତବସ୍ତ୍ର ଇତ୍ୟାଦି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯୋଗାଇଦେବା ସହିତ ଗତ ୩ ତାରିଖରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଆନ୍ତରିକତାର ସହିତ ଦାୟିତ୍ଵ ନେଇଥିବାରୁ ‘ରାଧେ’କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେବା’ର କର୍ମଚାରୀମାନେ ଆସି ସୁଧାରଗୃହକୁ ନେଇଛନ୍ତି।
Related posts
-
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା... -
ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
Comments Off on ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡିନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ...