ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଡ଼ପଡା ଗୋଦାବରୀଶ ମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ପରିସରରେ ନିମ ଗଛ ରୋପଣ କଲେ ବାଚସ୍ପତି ସୁରମା ପାଢ଼ୀ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରଣପୁର ବନାଞ୍ଚଳ ଅଧିକାରୀ ସିଦ୍ଧୁ ସିଂହ , ନୟାଗଡ଼ ଜିଲ୍ଲା ବିଜେପି ଉପ ସଭାପତି ନିର୍ମଳ କୁମାର ମତ୍ତଗଜସିଂହ, ଝାଡ଼ପଡା ସରପଞ୍ଚ ସୌରୀବନ୍ଧୁ ସାହୁ, ତ୍ରିନାଥ ଉଦୟସିଂହ, ସଞ୍ଜୀବ କୁମାର ପରିଡ଼ା, ହରିବନ୍ଧୁ ଜଗଦ୍ଦେବ, ପ୍ରମୋଦ ରାଉତରାୟ, ମାଧବ ଚନ୍ଦ୍ର ରାଉତ,ଗଣେଶ୍ୱର ମାନ୍ଧାତା ଙ୍କ ସମେତ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ,ସ୍ଥାନୀୟ ଶିକ୍ଷକ,ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ, ପ୍ରକୃତି ପ୍ରେମୀ ତଥା ଜନସାଧାରଣ ଉପସ୍ଥିତ ଥିଲେ । ସୁରମା ପାଢ଼ୀଙ୍କ ଉପସ୍ଥିତିରେ “ବୃକ୍ଷ ହିଁ ଜୀବନ”ର ନାରା ଦେବା ସହ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନିଆଯାଇଥିଲା। ଏହି ନିମ୍ବ ଗଛ…
Read MoreBlog
ଏନଏସି ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ରାଜ୍ୟ ସରକାର ବରିଷ୍ଠ ମାଧ୍ୟମିକ ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେଇ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ପୂରଣ ହୋଇ ପାରିଛି। ଏହି କ୍ରମରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଆଦର୍ଶ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଆଜି ଯୋଗଦାନ କରିଛନ୍ତି। ଫଳରେ ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦ ପୂରଣ ହୋଇପାରିଛି। ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ରଥ, ଭବାନୀ କୁମାରୀ ଆଚାର୍ଯ୍ୟ, ସୁନିତା ନାୟକ, ସୌଦାମିନୀ ପ୍ରଧାନ, ରୋଜାଲିନ ମିଶ୍ର,ଉମାକାନ୍ତ ମିଶ୍ର,ଲକ୍ଷ୍ମୀଧର ସାହୁ, କାଦମ୍ବିନୀ କରଣ,ଅଶୋକ କୁମାର ମିଶ୍ର,ସ୍ମିତା ମଲ୍ଲିକ ପ୍ରମୁଖ ପ୍ରଧାନ…
Read Moreଜିଲା ସାମ୍ବାଦିକ ସଂଘର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ, କ୍ୟାବିନେଟ ମଂଜୁରୀ ଅପେକ୍ଷାରେ ବୃତ୍ତଙ୍ଗ ଜଳସେଚନ ଯୋଜନା, ୨୦୩୦ରେ ପ୍ରକଳ୍ପ କାର୍ଯ୍ୟ ସରିବ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦୀର୍ଘ ୬୫ ବର୍ଷ ହେଲା ନୟାଗଡ ଜିଲ୍ଲାରେ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବ ହେବ ବୋଲି କୁହାଯାଉଛି । ଏହି ପ୍ରକଳ୍ପ ନୟାଗଡ ଜିଲ୍ଲାର ଜୀବନରେଖା ପାଲଟିବ । ଏହି ପ୍ରକଳ୍ପ ଦ୍ୱାରା ବହୁ ଚାଷୀ ଉପକୃତ ହେବାକୁ ଥିବାବେଳେ ନୟାଗଡ ବିଦ୍ୟୁତ ଅଭାବରେ ପେଶି ହେଉଥିବାବେଳେ ଜିଲ୍ଲାକୁ ୧୦ ମେଗାୱାଟ ବିଦ୍ୟୁତ ବି ମିଳିବ । ଗୋଟିଏ ପଟେ ବିଦ୍ୟୁତ ସମସ୍ୟାରେ ପେଶି ହୋଇଯାଉଥିବା ନୟାଗଡ ଜୀବନ ପାଇବ। ଅନ୍ୟପଟେ ଜଳସେଚନ ଅଭାବରେ ଷଢ଼ୁଥିବା ନୟାଗଡ ଚାଷୀଙ୍କୁ ଚାଷ ପାଇଁ ଜୀବିକା ମିଳିବ । ଏବେ ୬୫ ବର୍ଷର ଅନ୍ତ ଘଟିବାକୁ ଯାଉଛି । ଆଉ ୩ ବର୍ଷ ଅପେକ୍ଷା କରିବାକୁ ପଡିବ । ବର୍ତ୍ତମାନ ଏହି ପ୍ରକଳ୍ପ କ୍ୟାବିନେଟ ମଂଜୁରୀ ଅପେକ୍ଷାରେ ରହିଛି ବୋଲି ଶୁକ୍ରବାର ଉକ୍ତ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ…
Read Moreବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଇଟାମାଟି, (ନୟାଗଡ଼ ଦର୍ପଣ): ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଇଟାମାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ କେନ୍ଦ୍ର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ଃ ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ଜୀବଜଗତର ଜୀବନ ରକ୍ଷା ପାଇଁ ବୃକ୍ଷଲତା ଅମୃତତୁଲ୍ୟ ଅମ୍ଳଜାନ ଯୋଗାଉଥିବାରୁ ବୃକ୍ଷରୋପଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମାଜସେବୀ ତଥା “Give Blood Save Life”ର ସଭାପତି ଭାଗିରଥି ବାଈଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । “ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଇଟାମାଟି” ର ସଦସ୍ୟ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ନାୟକ,ଜଗନ୍ନାଥ ଦାସ,ସଚ୍ଚିଦାନନ୍ଦ ସାଥୁଆ, କିଶୋର ଚନ୍ଦ୍ର ସାହୁ, ଅଧ୍ୟାପକ ଅଶୋକ…
Read Moreକଦଳୀବନ୍ଧ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ ବିଶ୍ରାମାଗାର ସଭାଗୃହ ନୟାଗଡ଼ ଠାରେ ବନଖଣ୍ଡ ଅଧିକାରୀ ନୟାଗଡ଼ ଦେବାର୍ଚ୍ଚନ ବେହେରା ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରା ସମ୍ମାନିତ ଅତିଥି ରୂପେ ଆସନ ଅଳଂକୃତ କରିଥିଲେ।ଏଥିରେ ୮ ଟି ବ୍ଳକରୁ ସମସ୍ତ ଏ ସି ଏଫ୍ ,ବନାଞ୍ଚଳ ଅଧିକାରୀ,ବନପାଳ,ବନରକ୍ଷୀ ଓ ପରିବେଶ କର୍ମୀ ଉପସ୍ଥିତ ଥିଲେ।ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଜିଲ୍ଲା ରୁ ମନୋନୀତ ହୋଇଥିବା ୫ ଟି ଅନୁଷ୍ଠାନ ପ୍ରକୃତିମିତ୍ର ଓ ୪ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ଜିଲ୍ଲାପାଳ ଙ୍କ କରକମଳରେ ପ୍ରଦାନ କରାଯାଇଥିଲା।ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତ ପାଇଁ ନିଜେ ପ୍ରକୃତିର…
Read Moreପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଶରଣକୁଳ, (ନୟାଗଡ଼ ଦର୍ପଣ): ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ବରିଷ୍ଠତା ଭିତିରେ ପଦୋନ୍ନତି ଦିଆଯାଇଥିବା ବେଳେ ନାରାୟଣ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ରଙ୍କୁ ରାବରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ମିଳିଛି। ଗୁରୁବାର ଶ୍ରୀ ମିଶ୍ର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ସାହୁଙ୍କୁ ନିଜର ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ଶ୍ରୀ ମିଶ୍ର ଗୋଦାବରୀଶ ବିଦ୍ୟାପୀଠ ବାଣପୁରରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିବା ପରେ ୨୦୦୬ ମସିହାରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳରେ ଯୋଗ ଦେଇଥିଲେ। ଏଠାରେ ଦୀର୍ଘ ୨୦ ବର୍ଷ ରହଣି ମଧ୍ୟରେ ବିଦ୍ୟାଳୟର ଶୃଙ୍ଖଳା ଓ…
Read More“ଫଗୁରେ ଫଗୁରେ ଫାଲଗୁନି” ପୁସ୍ତକ ଉନ୍ମୋଚନ ଉତ୍ସବ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଜଗାପୁର ବନଦୁର୍ଗା ମନ୍ଦିର ପ୍ରାଙ୍ଗଣ ତଥା ଏକ ମନୋଜ୍ଞ ପରିବେଶରେ ବିଶିଷ୍ଟ ସାହିତ୍ୟିକ କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ନୂତନ ଉପନ୍ୟାସ “ଫଗୁରେ ଫଗୁରେ ଫାଲଗୁନି” ଲୋକାର୍ପିତ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସାହିତ୍ୟପ୍ରେମୀଙ୍କ ଉପସ୍ଥିତି ଉତ୍ସବର ଗୁରୁତ୍ୱକୁ ବୃଦ୍ଧି କରିଥିଲା। ଉତ୍ସବର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିମାନଙ୍କୁ ପୁଷ୍ପ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହିତ ପୁସ୍ତକର ପ୍ରକାଶନ ସଂସ୍ଥା ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ପ୍ରକାଶକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେବାପରେ ଅତିଥିମାନଙ୍କ ଦ୍ୱାରା ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପୁସ୍ତକଟିକୁ ସୁନ୍ଦର ଭାବରେ ସମୀକ୍ଷା ପୂର୍ବକ ଉପସ୍ଥାପନ କରିଥିଲେ ସମୀକ୍ଷକ ପ୍ରଫେସର ଡ଼ ଆଶୁତୋଷ ମିଶ୍ର । ଡ.ମିଶ୍ରଙ୍କ ଉପସ୍ଥାପନା…
Read Moreସବ୍-ରେଜିଷ୍ଟ୍ରାର ଅଫିସରେ ଲାଗିବ ଜମି ଦଲାଲଙ୍କ ଫଟୋ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ସମସ୍ତ ସବ୍-ରେଜିଷ୍ଟ୍ରାର ଅଫିସରେ ଜମି ଦଲାଲଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି। ଏଣିକି ନୟାଗଡ଼ ଜିଲ୍ଲା ସମେତ ସବୁ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚିହ୍ନଟ ହୋଇଥିବା ଜମି ଦଲାଲଙ୍କ ଫଟୋ ପ୍ରଦର୍ଶନ କରାଯିବ। ଏହି ସୂଚନା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଜମି ପଞ୍ଜୀକରଣ କାର୍ଯ୍ୟରେ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଓ ଅବୈଧ ଭାବେ ଟଙ୍କା ଆଦାୟ କରୁଥିବା ଦଲାଲମାନଙ୍କ ଉପରେ କଡ଼ା ନଜର ରଖାଯିବ। ସେମାନଙ୍କ ଫଟୋ କାର୍ଯ୍ୟାଳୟ ପରିସରରେ ଲଗାଯିବା ଫଳରେ ଲୋକମାନେ ସତର୍କ ରହିପାରିବେ ଏବଂ ଦଲାଲଙ୍କ ଠକେଇରୁ ବଞ୍ଚିପାରିବେ। ସରକାରଙ୍କ ଲକ୍ଷ୍ୟ ହେଉଛି ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ଦୁର୍ନୀତିମୁକ୍ତ କରିବା। ଏଥିପାଇଁ ସବ୍-ରେଜିଷ୍ଟ୍ରାର ଅଫିସଗୁଡ଼ିକରେ ସଚେତନତା…
Read Moreକେସି କ୍ଲବ୍ ଆନୁକୂଲ୍ୟରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ: ୧୧୫ ରୋଗୀ ଗ୍ରହଣ କଲେ ମାଗଣା ଚିକିତ୍ସା ସେବା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ସର୍ବପୁରାତନ ସାମାଜିକ ଅନୁଷ୍ଠାନ ‘କେସି କ୍ଲବ୍’ ପରିସରରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର କେତେକ ପ୍ରତିଷ୍ଠିତ ଓ ସୁନାମଧନ୍ୟ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଶିବିରରେ ଭୁବନେଶ୍ୱରର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା. ଶ୍ରୀତମ ଆଚାର୍ଯ୍ୟ, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା. ସତ୍ୟବ୍ରତ ସାହୁ, ମୂତ୍ରରୋଗ ବିଶେଷଜ୍ଞ ଡା. ଆଦିତ୍ୟନନ୍ଦ ମହାପାତ୍ର ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପୁରୁଷୋତ୍ତମ ସ୍ୱାଇଁ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଦେଇଥିଲେ। ଏଥି ସହ ରୋଗୀ ମାନଙ୍କର ମାଗଣାରେ ରକ୍ତ ଶର୍କରା ଏବଂ ଇସିଜି ପରୀକ୍ଷା ମଧ୍ୟ କରାଯାଇଥିଲା। କେସି କ୍ଲବ୍ର ସଭାପତି…
Read Moreପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କଲେ ନୟାଗଡ଼ ବିଧାୟକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଜନମାନ୍ୟ ନେତା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଗଠନଠାରୁ ଆରମ୍ଭ କରି ବିକଶିତ ନୟାଗଡ଼ ମୂଳଦୁଆ ପକାଇଥିବା ନେତା ଶ୍ରୀଯୁକ୍ତ ବେହେରାଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଗୋଲେଇ ଛକରେ ଅବସ୍ଥିତ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ବ୍ଲକ୍ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର…
Read More