ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ନୂଆଗାଁ କପ୍ ୨୦୨୬ର ଦ୍ଵିତୀୟ ଲିଗ୍ ମ୍ୟାଚରେ ଆୟୋଜକ ଏଫ୍ ଇ ସି ସି ନୂଆଗାଁ ଦଳ ବିଜୟ ଲାଭ କରିଛି । ଅନୁଷ୍ଠିତ ମ୍ୟାଚରେ କୋରଡ଼ା ଦଳ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ କୋରଡ଼ା ଦଳ ୬ଗୋଟି ୱିକେଟ ହରାଇ ୭୫ରନ ସଂଗ୍ରହ କରିଥିଲା । ଏହାର ଜବାବରେ ନୂଆଗାଁ ଦଳ ମାତ୍ର ୬.୪ ଓଭରରେ ମାତ୍ର ତିନି ଗୋଟି ୱିକେଟ ହରାଇ ୭୭ରନ ସଂଗ୍ରହ କରି ବିଜୟ ଲାଭ କରିଛି । ମ୍ୟାଚରେ ଦମଦାର ବୋଲିଂ କରିଥିବା ନୂଆଗାଁ ଦଳର ଅଧିନାୟକ ସିପୁନ କୁମାର ସ୍ୱାଇଁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମ୍ୟାଚକୁ ଦୁଇ ଅଭିଜ୍ଞ…
Read MoreBlog
ପଞ୍ଚଭୂତରେ ଲୀନ ହେଲେ ବୃଦ୍ଧାଶ୍ରମର ସୁକାନ୍ତି ମାଉସୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ଅବସ୍ଥିତ ସମର୍ପଣ ବୃଦ୍ଧାଶ୍ରମର ଜଣେ ଅନ୍ତେବାସୀ ସୁକାନ୍ତି ମାଉସୀଙ୍କର ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ। ତାଙ୍କ ଭାଇ ଓ ପୁତୁରା ଅନ୍ତିମ ସଂସ୍କାର ପାଇଁ ମନା କରିବା ପରେ ସମର୍ପଣ ସଂପାଦକ ଶ୍ରୀଧର ସାହୁ ଦେବଦୂତ ଅନୁଷ୍ଠାନକୁ ଯୋଗାଯୋଗ କରିଥିଲେ । ଦେବଦୂତ ଅନୁଷ୍ଠାନର ବିଶିଷ୍ଟ ସମାଜସେବୀ ଉମା ମହାପାତ୍ର, ପ୍ରଭୁଦତ୍ତ ପ୍ରଧାନ ଏବଂ ଦେବଦୂତର ସଦସ୍ୟ ସାଥିମାନଙ୍କ ସହାୟତାରେ ନୟାଗଡ଼ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା। ସମର୍ପଣ ତରଫରୁ କାର୍ଯ୍ୟକାରି ସଭାପତି ଅରୁଣ ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ପରିଚାଳନା କମିଟି ସଦସ୍ୟ ସନ୍ତୋଷ ନାୟକ ଓ ଧିରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅନ୍ତିମ ସଂସ୍କାର କାର୍ଯ୍ୟରେ ଉପସ୍ଥିତ ଥିଲେ। ବୃଦ୍ଧାଶ୍ରମ ମ୍ୟାନେଜର ସୀତାରାମ ଏବଂ କେୟାର ଟେକର ଜିତୁ ଅନ୍ତିମ…
Read Moreବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଯଥାଶୀଘ୍ର ଶେଷ କରିବାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏହି ବିଶେଷ ଅନୁରୋଧ ପତ୍ର ପ୍ରେରଣ କରାଯାଇଛି।ସୂଚନାଯୋଗ୍ୟ ଯେ, ଦଶପଲ୍ଲା ବ୍ଲକ୍ ଟାକେରା ପଞ୍ଚାୟତର ମଞ୍ଜରୀ ଗ୍ରାମ ନିକଟରେ ବହୁ ପ୍ରତିଷ୍ଠିତ ବୃତ୍ତଙ୍ଗ ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୬୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ବୃହତ ପ୍ରକଳ୍ପଟି ବର୍ତ୍ତମାନ କ୍ୟାବିନେଟ୍ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ୨୩,୩୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୧୦ ମେଗାୱାଟ୍ ବିଦ୍ୟୁତ ଶକ୍ତି…
Read More୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ବରେ ଉପରୋକ୍ତ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଉପ ସଭାପତି ଅରୁଣ କୁମାର ମହାନ୍ତି ସ୍ବାଗତ ଭାଷଣ ରଖିଥିଲେ। ଆଲୋଚକ ଭାବେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର କେନ୍ଦ୍ରୀୟ ସଂପାଦକ ପ୍ରଶାନ୍ତ କୁମାର ସାହୁ – ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସହିତ ଜିଲ୍ଲା ପର୍ଯ୍ୟଟନ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍- ଶିକ୍ଷା, ପ୍ରଶାନ୍ତ କୁମାର ହଜାରୀ-…
Read Moreମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କମିସନ ଦେଇଥିବା ଦୁଇ ଦୁଇଟି ଫାଇଲ ଚୋରି ହେବା ଘଟଣାକୁ ନେଇ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କମିସନ ଦେଇଥିବା ଦୁଇ ଦୁଇଟି ଫାଇଲ ଚୋରି ହେବା ଘଟଣାକୁ ନେଇ ଆଜି ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ନୟାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ରହି ପାରୁ ନାହାନ୍ତି। ସିଏ କଣ ଫାଇଲକୁ ସୁରକ୍ଷା ଦେବେ। ଚୋର କହୁଛି ଚୋର ପଳେଇଲା, ବାଡ଼ ଯଦି ଫସଲ ଖାଇବ କହିବ କାହାକୁ ତେଣୁ ଏହା ଦୀପତଳ ଅନ୍ଧାର ଭଳି କଥା। ଏ ସବୁ ହାସ୍ୟସ୍ପଦ କଥା, ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। କାରଣ ଫାଇଲ ସତରେ ହଜିଛି ନାଁ ଫାଇଲକୁ ଜାଣିକି ହଜେଇ ଦିଆଯାଇଛି? ଯଦି ଲୋକସେବା ଭବନରେ ଫାଇଲ ଚୋରି ହେଉଛି ତେବେ ଓଡିଶା କେତେ ସୁରକ୍ଷିତ। ଏତେ ସାରା ସିସିଟିଭି ଥାଇ…
Read Moreଝାଡ଼ପଡା ଠାରେ ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାଡ଼ପଡା ଠାରେ ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାରେ ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଠାରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ନିର୍ମାଣ ପାଇଁ ବାଚସ୍ପତି ସୁରମା ପାଢୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଣପୁର ବିଡ଼ିଓ ମନୋଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା,ସରପଞ୍ଚ…
Read Moreନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ୍ ପରିଦର୍ଶନ କଲେ ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ମନୋଜ କୁମାର ତ୍ରିପାଠୀ। ତାଙ୍କ ସହିତ ଥିଲେ ପ୍ରଥମ ମହିଳା ତଥା ଇନରହୁଇଲ ଚେୟାରମ୍ୟାନ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ । ଏହି ଅବସରରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ବସିରନ୍ ବିବିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ତ୍ରିପାଠୀ ମଞ୍ଚାସୀନ ହୋଇ ରୋଟାରୀ କ୍ଳବ୍ ନୟାଗଡ଼ର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କ୍ଳବ୍ ସେବା କ୍ଷେତ୍ରରେ ଓଡିଶାର ଏକ ଅଗ୍ରଣୀ କ୍ଳବ୍ ଭାବେ ନିଜର ପରିଚୟ ସ୍ରୁଷ୍ଟି କରିପାରିଛି ବୋଲି କହିଥିଲେ। ରୋଟାରୀ କ୍ଳବ୍ ର ଫିଜିଓଥେରାପି କେନ୍ଦ୍ର ଓ ଆମ୍ବୁଲାନ୍ସର ଉପଯୋଗିତା ସହିତ ବୃକ୍ଷ ରୋପଣ, ଓଡ଼ିଆ ସାମ୍ବାଦିକତା ଦିବସ,…
Read More‘ଭୂତ ସହ ରାତିଏ’ର ଶୁଭ ମହୁରତ
ନୟାଗଡ଼, (ନୟାଗଡ଼ ଦର୍ପଣ): ରହସ୍ୟ ରୋମାଞ୍ଚ ଭରା ଚଳଚିତ୍ର “ଭୂତ ସହ ରାତିଏ”ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସଂନ୍ଧ୍ୟାରେ ମା ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି। ଏହି ଅବସରରେ ସିନେମାରେ ଅଭିନୟ କରୁଥିବା କଳାକାରଙ୍କ ସହ ବହୁ ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ନିର୍ଦେଶକ ଯୋଗ ଦେଇ ଫିଲ୍ମ ର ସଫଳତା କାମନା କରିଛନ୍ତି। ଗୀତିକଳ୍ପ ହରିଶ ପ୍ରଧାନଙ୍କ କାହାଣୀକୁ ନେଇ ନେଇ ସିନେମା ପ୍ରସ୍ତୁତ ହେଉଥିଲା ବେଳେ ପ୍ରଯୋଜକ ଅଛନ୍ତି ନିଜେ ହରିଶ ପ୍ରଧାନ। ନିର୍ଦେଶନା ଦାୟିତ୍ୱ ନିର୍ବାହ କରୁଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ। ନୟାଗଡ଼ ଦର୍ପଣ ନିବେଦିତ ଏହି ସିନେମାର ପୋଷ୍ଟ ପ୍ରଡକ୍ସନ ଦାୟିତ୍ୱ ଯଯାତି କେଶରୀଙ୍କ…
Read Moreଅଲୋଷ୍ଟାର ତୃତୀୟ ଥର ପାଇଁ ସାଧାରଣ ସମ୍ପାଦକ ହେଲେ ସୁକାନ୍ତ
ବେହେରା, ଦୁଇଦିନିଆ ସାମ୍ବିଧାନିକ ସମ୍ମିଳନୀ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଚାଲିଥିବା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଆଲୋଷ୍ଟ)ର ୩୨ ତମ ରାଜ୍ୟସ୍ତରୀୟ ଦୁଇ ଦିନିଆ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଆଲୋଚନା ଚକ୍ର ଆଜି ଉଦଯାପିତ ହୋଇଯାଇଛି। ଏଥିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିର୍ବାଚନ ପ୍ରକ୍ରିୟାରେ ପୁରୀ ଜିଲ୍ଲାର ସୁକାନ୍ତ କୁମାର ବେହେରା ତୃତୀୟ ଥର ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ସେହିପରି ସଭାପତି ଭାବେ ଯାଜପୁରର ନିର୍ମଳା ପଣ୍ଡା ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଜୟପ୍ରକାଶ ପଣ୍ଡା, କବିରାଜ ବିଶ୍ୱାଳ ଏବଂ ଧନେଶ୍ୱର ପାତ୍ର ନିର୍ବାଚିତ ହୋଇଛନ୍ତି। ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଯୁଧିଷ୍ଠିର ପ୍ରଧାନ, କୋଷାଧକ୍ଷ ସୁଦର୍ଶନ ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ମୁଖ୍ୟ ଉପଦେଷ୍ଟା…
Read Moreଜୋନ ସଭାପତି ଚୟନ ପାଇଁ ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ସାଙ୍ଗଠନିକ ବୈଠକ
ଜୁନ ୨୫ ମଧରେ ସାରିବା ପାଇଁ ବ୍ଲକ ସଭାପତିମାନଙ୍କୁ ପ୍ରସ୍ତାବ ଦେଲା ଜିଲ୍ଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବ୍ୟାପି ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ/ମଣ୍ଡଳମାନଙ୍କରେ କଂଗ୍ରେସ ସଭାପତି ଚୟନ ପାଇଁ ସାଙ୍ଗଠନିକ ବୈଠକ ଆୟୋଜନ କରାଯାଇ ବ୍ଲକ କଂଗ୍ରେସ ସଭାପତି ମାନେ ପ୍ରତ୍ୟେକ ଜୋନରୁ ସଭାପତି ପାଇଁ ଅନ୍ୟୁନ ତିନି ଜଣଙ୍କ ନାମ ଡିସିସିକୁ ସୁପାରିଶ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଜିଲ୍ଲାର ଆଠଗୋଟି ବ୍ଲକ ସଭାପତିଙ୍କୁ ଚିଠି କରିଛନ୍ତି। ଏଆଇସିସି ଏବଂ ପିସିସି ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଜୋନ/ମଣ୍ଡଳ ସ୍ତରୀୟ ସଭାପତି ଚୟନ ପାଇଁ ସମ୍ପୃକ୍ତ ଜୋନର ପ୍ରତ୍ୟେକ ବୁଥରୁ ବିଏଲଏ-୨ଙ୍କ ସମେତ ସର୍ବନିମ୍ନ ପାଞ୍ଚଜଣ ଲେଖାଏଁ ଦଳୀୟ କର୍ମୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଛି। ଏହି ବୈଠକରେ କର୍ମୀ ମାନଙ୍କ ଦ୍ୱାରା ମନୋନୀତ ଦକ୍ଷ ସଙ୍ଗଠକଙ୍କୁ ଜୋନ…
Read More